୪ ଘଣ୍ଟା ବି ନିଜ କଥାରେ ରହିଲାଣି ଶତ୍ରୁଦେଶ । ସିଜଫାୟାର ଘୋଷଣା ହେବାର ମାତ୍ର କିଛି ସମୟ ପରେ ରଙ୍ଗ ଦେଖାଇଦେଲା ଆତଙ୍କୀସ୍ତାନ । LOC ସୀମାବର୍ତ୍ତୀ ଅଞ୍ଚଳରେ ଜୋରଦାର ଗୁଳିବର୍ଷଣ କରିଛି ଶତ୍ରୁଦେଶ । ଅଖନୁର, ସୁନ୍ଦରବନୀ,ରଜୌରୀ ଏବଂ ସାମ୍ବା ସେକ୍ଟରରେ ପାକ୍ ସେନା ଗୁଳି ବର୍ଷଣ କରିବା ଜାରି ରଖିଛି । ଏଥିରେ ଗୁଜରାଟ, ରାଜସ୍ଥାନ ସହ ଜମ୍ମୁ,ଶ୍ରୀନଗର ମଧ୍ୟ ସାମିଲ ରହିଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ ବ୍ଲାକ୍ ଆଉଟ୍ କରାଯାଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ଏଥିରୁ ଗୋଟିଏ ଡ୍ରୋନ୍ ଜମ୍ମୁର ବୈଷ୍ଣୋ ଦେବୀ ମନ୍ଦିର ଆଡକୁ ଯାଉଥିବାର ଦେଖାଯାଇଛି । ଯାହାଫଳରେ ଉକ୍ତ ସ୍ଥାନକୁ ବ୍ଲାକଆଉଟ୍ କରାଯାଇଛି । ଏଥିରୁ ହିଁ ଜଣାପଡୁଛି ଯେ ପାକ୍ ପ୍ରଧାନମନ୍ତ୍ରୀଙ୍କ କଣ୍ଟ୍ରୋଲରେ ନାହାନ୍ତି ପାକ୍ ସେନା । ପାକିସ୍ତାନ ଆର୍ମି ମୁଖ୍ୟ ଜେନେରାଲ୍ ଅସିମ ମୁନିର ନିଜର ଅଲଗା ସରକାର ହିଁ ଚଲାଉଛନ୍ତି । 

Advertisment
scswd
Photograph: (kanak news)

LOC ସୀମାବର୍ତ୍ତୀ ଅଞ୍ଚଳରେ ଜୋରଦାର ଗୁଳିବର୍ଷଣ କରିଛି ଶତ୍ରୁଦେଶ । ଅଖନୁର, ସୁନ୍ଦରବନୀ,ରଜୌରୀ ଏବଂ ସାମ୍ବା ସେକ୍ଟରରେ ପାକ୍ ସେନା ଗୁଳି ବର୍ଷଣ କରିବା ଜାରି ରଖିଛି । ପରିସ୍ଥିତିକୁ ଦେଖି ରଜୌରୀରେ ପାୱାର୍ ସପ୍ଲାଇକୁ ବନ୍ଦ କରାଯାଇଛି । ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧାରରେ ରହିଛି । ପାକିସ୍ତାନ ଉଧମପୁରରେ ବି ଡ୍ରୋନ୍ ଏବଂ ମିସାଇଲ୍ ଆଟାକ୍ କରିଛି । ଯାହାଫଳରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ବ୍ଲାକଆଉଟ୍ କରାଯିବା ସହ ସାଇରନ୍ ମଧ୍ୟ ବାଜୁଛି । ଜମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗର ଏବଂ ପଠାନକୋଟରେ ବି ପ୍ରବଳ ଗୁଳିବର୍ଷା ହେଉଛି । ୨ ଟି ସ୍ଥାନ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ରହିଛି । ଶ୍ରୀନଗରରେ ମାତ୍ର ୨୦ ମିନିଟରେ ୫୦ ଟି ଧମାକା ଶୁଣାଯାଇଥିବା କଥା ଜାତୀୟ ଗଣମାଧ୍ୟମରୁ ଶୁଣିବାକୁ ମିଳୁଛି । ପାକ୍ ସେନା ପକ୍ଷରୁ ଜମ୍ମୁର ଅଖନୁର ସେକ୍ଟର , ରଜୌରୀ ଏବଂ ପୁଞ୍ଛର ମେଢରରେ ମଧ୍ୟ ସିଜଫାୟାରର ଉଲ୍ଲଂଘନ କରାଯାଇଛି ।