ଅପରେସନ୍ 'ମହାଦେବ'ର ଭିତିରି କଥା : କେମିତି ମିଳିଥିଲା ଆତଙ୍କୀ ଲୁଚିଥିବା ସ୍ଥାନର ସୂଚନା ?  ଜାଣନ୍ତୁ...

Advertisment

ଅପରେସନ ମହାଦେବ ନାମରେ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ପରେ, ଆତଙ୍କବାଦୀଙ୍କଠାରୁ ଆମେରିକୀୟ M4 କାର୍ବାଇନ, AK-47 ରାଇଫଲ, ୧୭ ରାଇଫଲ ଗ୍ରେନେଡ ଏବଂ ଅନ୍ୟାନ୍ୟ ସନ୍ଦିଗ୍ଧ ସାମଗ୍ରୀ ଜବତ କରାଯାଇଛି ।

ଅପରେସନ ମହାଦେବ ନାମରେ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ପରେ, ଆତଙ୍କବାଦୀଙ୍କଠାରୁ ଆମେରିକୀୟ M4 କାର୍ବାଇନ, AK-47 ରାଇଫଲ, ୧୭ ରାଇଫଲ ଗ୍ରେନେଡ ଏବଂ ଅନ୍ୟାନ୍ୟ ସନ୍ଦିଗ୍ଧ ସାମଗ୍ରୀ ଜବତ କରାଯାଇଛି ।

65

କନକ ବ୍ୟୁରୋ : ଗତ ସୋମବାର ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି । ଶ୍ରୀନଗରରେ ଏକ ଏନକାଉଣ୍ଟରରେ ମାଷ୍ଟରମାଇଣ୍ଡ ସୁଲେମାନ ଓରଫ ଆସିଫକୁ ହତ୍ୟା କରିଥିଲେ । ଅପରେସନ ମହାଦେବ ନାମରେ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ପରେ, ଆତଙ୍କବାଦୀଙ୍କଠାରୁ ଆମେରିକୀୟ M4 କାର୍ବାଇନ, AK-47 ରାଇଫଲ, ୧୭ ରାଇଫଲ ଗ୍ରେନେଡ ଏବଂ ଅନ୍ୟାନ୍ୟ ସନ୍ଦିଗ୍ଧ ସାମଗ୍ରୀ ଜବତ କରାଯାଇଛି ।  

ସୁରକ୍ଷା ବାହିନୀକୁ ମିଳିଲା ସଙ୍କେତ  
ଏହି ଅପରେସନ୍ ଜମ୍ମୁକାଶ୍ମୀରର ଶ୍ରୀନଗରରେ ଥିବା ମହାଦେବ ଶିଖର ନାମରେ ନାମିତ ହୋଇଥିଲା । ମହାଦେବ ଶିଖରର ପାଦଦେଶରେ ଥିବା ଘନ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିଲେ। ସୁରକ୍ଷା ବାହିନୀକୁ ପ୍ରାୟ ଏକ ମାସ ପୂର୍ବରୁ ଏଠାରେ ଏକ ସନ୍ଦିଗ୍ଧ ଲୁଚି ରହିଥିବା ବାବଦରେ ସୂଚନା ମିଳିଥିଲା । ଏହି ଅଞ୍ଚଳରେ ଚୀନ୍ ଅଲ୍ଟ୍ରା-ରେଡିଓ ଯୋଗାଯୋଗ ବ୍ୟବସ୍ଥା ସକ୍ରିୟ ଥିବା ସମ୍ପର୍କରେ ସୁରକ୍ଷା ବାହିନୀ ସୂଚନା ପାଇବା ପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା । ଲସ୍କର-ଏ-ତୈବା ଏନକ୍ରିପ୍ଟେଡ୍ ବାର୍ତ୍ତା ପାଇଁ ଚୀନ୍ ରେଡିଓ ବ୍ୟବହାର କରେ ।

୧୪ ଦିନ ଧରି ଆତଙ୍କୀଙ୍କ ଉପରେ ରହିଥିଲା ନଜର
ଏହି ଅପରେସନ୍ କରିବା ପୂର୍ବରୁ ସୁରକ୍ଷା ବାହିନୀ ୧୪ ଦିନ ଧରି ଲସ୍କର ଏବଂ ଜୈଶର ଆତଙ୍କବାଦୀଙ୍କ ଉପରେ ନଜର ରଖିଥିଲେ। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ହରୱାନର ମୁଲନାର ଅଞ୍ଚଳରେ ଅପରେସନ୍ ଆରମ୍ଭ କରିଥିଲେ। ଆଉ ଏହି ଅପରେସନ୍‌ରେ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍ ମୁସା ନିହତ ହୋଇଛି । ମୁସା ସମେତ ଆଉ ଦୁଇ ଆତଙ୍କୀଙ୍କୁ ବି ନିପାତ କରିଛନ୍ତି ସୁରକ୍ଷାବାହିନୀ । ସୁରକ୍ଷା ବାହିନୀକୁ ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ମିଳିଥିଲା, ଯେଉଁଥିରୁ ଅନୁମାନ କରାଯାଉଛି ଯେ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରରେ ଏକ ବଡ଼ ଅପରେସନ୍ ଯୋଜନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe