କନକ ବ୍ୟୁରୋ: ପହଲଗାମ ଆକ୍ରମଣରେ ଜଡ଼ିତ ଆତଙ୍କୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । କାଶ୍ମୀର ପାଇନ ଜଙ୍ଗଲଠୁ ରାସ୍ତାଘାଟ ସବୁଠି ଛାନଭିନ ଚଳାଇଛନ୍ତି ସୁରକ୍ଷା କର୍ମୀ । ଏହାରି ଭିତରେ ଏନଆଇ ତଦନ୍ତରୁ ଆତଙ୍କୀ ଆକ୍ରମଣକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ପହଲଗାମରେ ଆକ୍ରମଣ ପୂର୍ବରୁ ଆତଙ୍କୀମାନେ ଅନ୍ୟ ତିନିଟି ସ୍ଥାନ ବୁଲିଥିଲେ । ଏପ୍ରିଲ ୧୫ ତାରିଖରେ ଆତଙ୍କବାଦୀମାନେ ପହଲଗାମରେ ପହଞ୍ଚିଥିଲେ । ଏପରିକି ଆକ୍ରମଣ ପାଇଁ ପହଲଗାମର ୪ ଟି ସ୍ଥାନ ବାଛିଥିଲେ । ଆତଙ୍କୀ ନଜରରେ ଥିଲା ବୈସରନ ଘାଟି, ଆରୁ ଉପତ୍ୟକା, ଆମ୍ୟୁସମେଣ୍ଟ ପାର୍କ, ବେତାବ ଭ୍ୟାଲି ପ୍ରଥମେ ଆରୁ ଉପତ୍ୟକା, ଆମ୍ୟୁସମେଣ୍ଟ ପାର୍କ, ବେତାବ ଭ୍ୟାଲି ବୁଲିଥିଲେ ଆତଙ୍କୀ । ସୁରକ୍ଷା କଡ଼ାକଡ଼ି ଥିବାରୁ ଆତଙ୍କୀ ସେଠାରେ ଆକ୍ରମଣ ଯୋଜନା କରିନଥିଲେ । ହମ୍‌ଲାର ୨ ଦିନ ପୂର୍ବରୁ ଆତଙ୍କବାଦୀ ବୈସରନ ଘାଟିରେ ପହଞ୍ଚିଥିଲେ, ବୈସରନ ଘାଟିକୁ ଯୋଗାଯୋଗ ନଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ବାଛିଥିଲେ ।

Advertisment

ଏପ୍ରିଲ ୨୨ ତାରିଖରେ ବୈସରନ ଘାଟିରେ ଗୁଳିମାଡ଼ କରିଥିଲେ ଆତଙ୍କୀ । ଆତଙ୍କୀ ଲିଙ୍କରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଏନଆଇଏ ଜେରା କରିବା ପରେ ଏଭଳି କିଛି  ତଥ୍ୟ ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକଙ୍କ ସମର୍ଥନ ବିନା କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସହଜ ନୁହେଁ । ଯାହା ଏନଆଇଏ ତଦନ୍ତରୁ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ପହଲଗାମ ଆକ୍ରମଣରେ ଜଡ଼ିତ ଆତଙ୍କୀଙ୍କୁ ୨୦ରୁ ଅଧିକ କାଶ୍ମୀରର ବାସିନ୍ଦା ସହଯୋଗ କରିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟା ସାମ୍ନାକୁ ଆସିଛି ।

ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କୀ ଷଡଯନ୍ତ୍ରର ପର୍ଦ୍ଦାଫାସ ପାଇଁ ଏନଆଇଏ ମାରାଥନ ଜେରା ଚଳାଇଛି । କାଶ୍ମୀରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରି ଏବେ ସୁଦ୍ଧା ୨୫୦୦ ବ୍ୟକ୍ତିଙ୍କୁ ଏନଆଇଏ ଅଧିକାରୀମାନେ ଜେରା କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୮୬ଜଣଙ୍କୁ ଅଧିକ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଆଉ ଜେରା ବେଳେ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ । ଆତଙ୍କୀଙ୍କ ଆକ୍ରମଣରେ ସ୍ଥାନୀୟ ବ୍ୟକ୍ତିଙ୍କର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ୨୦ କାଶ୍ମୀର ବାସିନ୍ଦା ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ଥିଲେ । ସେମାନେ ଆତଙ୍କବାଦୀମାନଙ୍କୁ ଅପରେସନ୍‌ରେ ସହଯୋଗ କରିଥିଲେ । ସେମାନଙ୍କୁ ଓଭର ଗ୍ରାଉଣ୍ଡ ୱାର୍କର କୁହାଯାଉଥିଲା ଆତଙ୍କୀଙ୍କ ରହିବା, ସାମଗ୍ରୀ ଯୋଗାଇବା ଆଦି କାର୍ଯ୍ୟରେ ସହଯୋଗ କରୁଥିଲେ । ଆତଙ୍କବାଦୀଙ୍କ ସହଯୋଗ କରିଥିବା ଏଭଳି ୨୦ ଓଜିଡବ୍ଲ୍ୟୁଙ୍କୁ ଚିହ୍ନଟ କରିଛି ଏନ୍‌ଆଇଏ । ଯେଉଁମାନଙ୍କର ପହଲଗାମ ଆକ୍ରମଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆକ୍ରମଣ ପୂର୍ବରୁ ୩ଟି ସାଟେଲାଇଟ୍ ଫୋନ୍ ସେମାନେ ବ୍ୟବହାର କରିଥିଲେ । ଯେଉଁଥିରୁ ୨ଟିର ଲୋକେସନ ଠାବ କରଛି ଏନଆଇଏ । ଆଗକୁ ପୂରା ଷଡ଼ଯନ୍ତ୍ର ସାମ୍ନାକୁ ବୋଲି କୁହାଯାଉଛି ।