ଭାରତ ଚକଚକିଆ ମର୍ସିଡିଜ୍, ପାକିସ୍ତାନ ଅଳିଆ ଭର୍ତ୍ତି ଟ୍ରକ୍ : ନିଜ ମୁହଁରେ ନିଜ ଦେଶର ସତ ମାନିଗଲେ ମୁନିର

ଭାରତକୁ ଅପମାନିତ କରିବା ଚକରରେ ନିଜ ଦେଶକୁ ଅପମାନିତ କରିଦେଲେ । ଭାରତକୁ ଚକଚକିଆ ମର୍ସିଡିସ୍ ଓ ନିଜକୁ ଅଳିଆ ଟ୍ରକ୍ କହି ଫସିଲେ । ବିଶ୍ବ ଦରବାରରେ ଲଜ୍ଜିତ ହେଲେ...

38 (2)

କନକ ବ୍ୟୁରୋ : ନିଜ ମୁହଁରେ ନିଜର ମାନ ସମ୍ମାନ ପକାଇଦେଲେ ମୁନିର । ଭାରତକୁ ଅପମାନିତ କରିବା ଚକରରେ ନିଜ ଦେଶକୁ ଅପମାନିତ କରିଦେଲେ । ଭାରତକୁ ଚକଚକିଆ ମର୍ସିଡିସ୍ ଓ ନିଜକୁ ଅଳିଆ ଟ୍ରକ୍ କହି ଫସିଲେ । ବିଶ୍ବ ଦରବାରରେ ଲଜ୍ଜିତ ହେଲେ...

ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର, ଯିଏ ଅପରେସନ ସିନ୍ଦୂର ପରେ ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଥିଲେ । ଆମେରିକାରେ ଭାରତ ବିରୋଧରେ ବିଷ ଉଗାଳିବା ସମୟରେ କହୁ କହୁ ନିଜ ଦେଶକୁ ନେଇ ବଡ଼ କଥା କହିଦେଇଛନ୍ତି । ମୁନିର କହିଛନ୍ତି, ଭାରତ ଏକ ଚକଚକିଆ କାର, ଯେତେବେଳେ ପାକିସ୍ତାନ ଏକ ଡମ୍ପିଂ ଟ୍ରକ୍ ଯାହା ଅଳିଆ ବହନ କରୁଛି । ମୁନିର ଏକ ପିଲାଳିଆ ଧମକ ଦେଇ କହିଥିଲେ, ଯଦି ଭାରତ ଯୋଗୁଁ ପାକିସ୍ତାନର ଅସ୍ତିତ୍ୱ ବିପଦରେ ପଡ଼େ, ତେବେ ପାକିସ୍ତାନ ଏହା ସହିତ ଅଧା ବିଶ୍ୱକୁ ଧ୍ୱଂସ କରିଦେବ ।  ଅସୀମ ମୁନିରଙ୍କ ଏହି ବୟାନ ହେଉଛି ଆମେରିକା ପକ୍ଷରୁ ଭାରତ ବିରୁଦ୍ଧରେ ପାକିସ୍ତାନର ପ୍ରଥମ ଧମକ ।

ଭାରତକୁ କ୍ଷେପଣାସ୍ତ୍ର ଧମକ 
ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପାଇଁ ଅସୀମ ମୁନିର ଭାରତକୁ ଧମକ ଦେଇଛନ୍ତି । ଅସୀମ ମୁନିର କହିଛନ୍ତି, "ଆମେ ଭାରତ ଦ୍ୱାରା ବନ୍ଧ ନିର୍ମାଣ ପାଇଁ ଅପେକ୍ଷା କରିବୁ ଏବଂ ଯେତେବେଳେ ଭାରତ ଏପରି କରିବ, ଆମେ ୧୦ ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବୁ, ସିନ୍ଧୁ ନଦୀ ଭାରତର ପାରିବାରିକ ସମ୍ପତ୍ତି ନୁହେଁ, ଆମ ପାଖରେ କ୍ଷେପଣାସ୍ତ୍ରର ଅଭାବ ନାହିଁ ।"


ପାକିସ୍ତାନ ଭାରତକୁ କିପରି କ୍ଷତି ପହଞ୍ଚାଇପାରେ ତାହା ବୁଝାଇବା ପାଇଁ ମୁନିର ଏକ ଉଦାହରଣ ଦେଇ କହିଲେ, "ମୁଁ ପରିସ୍ଥିତି ବୁଝାଇବା ପାଇଁ ଏକ ସରଳ ଉଦାହରଣ ବ୍ୟବହାର କରିବି । ଭାରତ ହେଉଛି ଏକ ଚକଚକିଆ ମର୍ସିଡିଜ, କିନ୍ତୁ ଆମେ ଅଳିଆ, ଇଟା ଏବଂ ପଥରରେ ପୂର୍ଣ୍ଣ ଏକ ଡମ୍ପ ଟ୍ରକ୍ । ଯଦି ଏହି ଟ୍ରକ୍ ସେହି କାର ସହିତ ଧକ୍କା ହୁଏ, ତେବେ କାହାର କ୍ଷତି ହେବ?" ମୁନିରଙ୍କ ଏହି ବୟାନ ପରେ ସାରା ବିଶ୍ବ ପାକିସ୍ତାନକୁ ଓ ମୁନିରଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe