କନକ ବ୍ୟୁରୋ : ସେନାର ମିଡ୍ ନାଇଟ୍ ଅପରେସନ । ରୌଜୋରୀରେ ଆତଙ୍କବାଦୀ-ସେନା ମୁହାଁମୁହିଁ । କାଶ୍ମୀର ରାଜୋରୀ ଜିଲ୍ଲାର ବିରନ୍ଥୁବ୍ ଅଞ୍ଚଳରେ କାନ୍ଦି ଥାନା ଅଧୀନସ୍ଥ ଏକ ଦୂରବର୍ତ୍ତୀ ସ୍ଥାନରେ ଆତଙ୍କବାଦୀମାନଙ୍କୁ ଦେଖିବାର ସୂଚନା ପାଇ ଜମ୍ମୁ ଓ କାଶ୍ମୀର ପୋଲିସର ସ୍ପେସିଆଲ୍ ଅପରେସନ୍ସ୍ ଗ୍ରୁପ୍ ଅପରେସନ ଆରମ୍ଭ କରିଥିଲେ । ମଙ୍ଗଳବାର ରାତି ସମୟରେ ଆତଙ୍କବାଦୀମାନେ ପୁଲିସ ଟିମକୁ ଆକ୍ରମଣ କରି ୧୦-୧୫ ରାଉଣ୍ଡ୍ ଗୁଲି ଚଳାଇଥିଲେ । ଏହାର ପ୍ରତିକ୍ରିୟାରେ ଏସ୍ଓଜି ଯୋଦ୍ଧାମାନେ ପ୍ରତିଆକ୍ରମଣ କରି ତୀବ୍ର ଗୁଳିବର୍ଷା ଆରମ୍ଭ କରିଥିଲେ । ଜମ୍ମୁ ଜୋନ୍ ଆଇଜିପି ଭୀମସେନ୍ ତୁଟି କହିଛନ୍ତି, “ବୀରନ୍ଥୁବ୍ରେ ଆତଙ୍କବାଦୀ ଓ ଏସ୍ଓଜି ଟିମ ମଧ୍ୟରେ ଗୁଳିବିନିମୟ ହୋଇଛି ।” ସୂଚନା ଅନୁଯାୟୀ, ୩-୪ ଜଣ ଆତଙ୍କବାଦୀ ଙ୍କୁ ଘେରାବନ୍ଦୀ କରାଯାଇଛି । ଭାରତୀୟ ସେନା ଓ ସେନ୍ଟ୍ରାଲ୍ ରିଜର୍ଭ୍ ପୋଲିସ୍ ଫୋର୍ସ୍ ଏହି ଅପରେସନରେ ମିଳିତ ସାମିଲ ହୋଇଛନ୍ତି । ପୂରା ଅଞ୍ଚଳକୁ ସୁରକ୍ଷିତ କରାଯାଇଛି । ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ ।
ରାତି ଅଧରେ ସେନା-ଆତଙ୍କୀ ମୁହାଁମୁହିଁ
କାଶ୍ମୀରରେ ସେନାର ମିଡ୍-ନାଇଟ୍ ଅପରେସନ
ଆତଙ୍କବାଦୀ ଗତିବିଧି ସୂଚନା ପରେ ସେନାର ଅପରେସନ
କାଶ୍ମୀର ରୌଜରୀ ସ୍ଥିତ ଘଞ୍ଚ ଜଂଗଲରେ ଏନକାଉଣ୍ଟର
ରୌଜୋରୀରେ ଆତଙ୍କବାଦୀ-ସେନା ମୁହାଁମୁହିଁ
୩-୪ ଜଣ ଆତଙ୍କବାଦୀଙ୍କୁ ଘେରାବନ୍ଦୀ ସୂଚନା
ଭାରତୀୟ ସେନା ଓ ସିଆରପିଏଫର ମିଳିତ ଅପରେସନ ଜାରି