War Update : ଭାରତ ଚିନ୍ତା : ରାତିରେ ଶୋଉନାହାନ୍ତି ପାକ୍‌ ପିଏମ୍‌ ଓ ସେନା ମୁଖ୍ୟ !

Advertisment

କଥା ପୂରା ବିଶ୍ବ ଜାଣିଛି । କାରଣ ଭାରତର ଶକ୍ତି ଓ ସାମର୍ଥ୍ୟ କେତେ ତାହା ପଡୋଶୀକୁ ଭଲରେ ଜଣା

Updated On

କଥା ପୂରା ବିଶ୍ବ ଜାଣିଛି । କାରଣ ଭାରତର ଶକ୍ତି ଓ ସାମର୍ଥ୍ୟ କେତେ ତାହା ପଡୋଶୀକୁ ଭଲରେ ଜଣା

ଅଦ୍ୟତନ ହୋଇଛି
Pakistan PM Late Night Meeting

Pakistan PM Late Night Meeting Photograph: (kanak News)

କନକ ବ୍ୟୁରୋ: ପହଲଗାମ୍‌ରେ ଆତଙ୍କୀ ହମ୍‌ଲା ପରେ ଭାରତ କୌଣସି ମତେ ପାକିସ୍ତାନକୁ ଛାଡ଼ିବ ନାହିଁ ବୋଲି କଥା ସ୍ପଷ୍ଟ ହୋଇଛି । ଭାରତର ଆକ୍ରମଣ ଭୟରେ ସାମ୍ନାରେ ଜବାବ ଦେବାର ସାହସ ପାକିସ୍ତାନ ପାଖରେ ନାହିଁ । ହେଲେ ଶୁଖିଲାରେ ନାଲିଆଖି ଦେଖାଉଛି । କିନ୍ତୁ ଭିତରେ ଡରି ଡରି ମରୁଛି ପାକିସ୍ତାନ । ବୋଧହୁଏ ସେଇଥି ଲାଗି ରାତିଅଧିଆ ଘନଘନ ବୈଠକ ଡାକୁଛି । ଆଲୋଚନା ବି ଚାଲୁଛି । ଖାସ କରି ଇସଲାମାବାଦ୍‌ ଓ ରାୱଲପିଣ୍ଡିରେ ବଡ଼ ହଲଚଲ୍‌ ଦେଖିବାକୁ ମିଳିଛି । 


ପାକିସ୍ତାନ ଆର୍ମି ଜେନେରାଲଙ୍କ ସ୍ବପ୍ନରେ
କେବଳ ଭାରତ ଆଉ ଭାରତ

ଭାରତ ଓ ପାକିସ୍ତାନ ଯେବେ ଯେବେ ମୁହାଁମୁହିଁ ହୋଇଛନ୍ତି ସବୁବେଳେ ଭାରତର ହିଁ ବିଜୟ ହୋଇଛି । ଏକଥା ପୂରା ବିଶ୍ବ ଜାଣିଛି । କାରଣ ଭାରତର ଶକ୍ତି ଓ ସାମର୍ଥ୍ୟ କେତେ ତାହା ପଡୋଶୀକୁ ଭଲରେ ଜଣା । ହେଲେ ଏହାପରେ ବି ନିଜର ପ୍ରକୃତି ଛାଡୁନି ପାକ୍‌ । କେମିତି ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ପାକିସ୍ତାନ ଆର୍ମି ଅଫିସର । ମିଳିଥିବା ସୂଚନା ଅନୁସାରେ, ରାତି ହେଉକି ଦିନ ସବୁବେଳେ ଭାରତ ସମ୍ପର୍କରେ ବୈଠକ ଜାରି ରହିଛି ପଡ଼ୋଶୀ ରାଷ୍ଟ୍ରରେ । କୁହାଯାଉଛି କି ଅଲ୍‌ ଇଜ୍‌ ୱେଲ ଦେଖାଇ ହେବାକୁ ଯେତେ ଚକ୍ରାନ୍ତ କଲେ ବି ଏ ଖବର ଲୁଚିକି ରହିପାରୁନି । ତେଣୁ ଏ ସ୍ଥିତିର କେମିତି ମୁକାବିଲା କରିବ ପାକିସ୍ତାନ ସେନେଇ ବି ଚିନ୍ତାରେ। 

ରାୱଲପିଣ୍ଡିରରେ ପାକିସ୍ତାନ ସେନାର ବଡ଼ ବୈଠକ
ଉପସ୍ଥିତ ଥିଲେ ଉଚ୍ଚ ଅଧିକାରୀ

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଇସଲାମାବାଦ୍‌ ପରିବର୍ତ୍ତେ ରାୱଲପିଣ୍ଡିରେ ବଡ଼ ବୈଠକ ଡାକିଥିଲେ ପାକିସ୍ତାନ ସରକାର । ଯେଉଁ ବୈଠକରେ ସେନା ମୁଖ୍ୟଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ । ଆର୍ମି ମୁଖ୍ୟ ଭାରତ ବିରୋଧରେ କୁଆଡ଼େ ବଡ଼ ବୟାନ ଦେଇଥିବା ବି ଶୁଣିବାକୁ ମିଳୁଛି । ଏମିତିକି ଭାରତର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି । କିନ୍ତୁ ତାଙ୍କ ବୟାନରୁ ଗୋଟିଏ କଥା ସ୍ପଷ୍ଟ, ଭାରତର ଡର ତାଙ୍କୁ ଘାରିଛି । 


ରକ୍ତଚାଉଳ ଚୋବାଉଛନ୍ତି ସରିଫ୍‌

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଉପୁଜିଥିବା ଥିବା ବେଳେ ସିନ୍ଧୁ ଚୁକ୍ତିକୁ ରଦ୍ଦ କରିଛି ଭାରତ । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ପାକିସ୍ତାନ ଉପରେ । ଅବଶ୍ୟ ପରେ ପରେ ସେ ଶୀମଳା ଚୁକ୍ତି ରଦ୍ଦ କରିଛି । ହେଲେ ଏହାର କୌଣସି ପ୍ରଭାବ ଭାରତ ଉପରେ ପଡ଼ିନି କି ପଡ଼ିବାର ବି ନାହିଁ । କିନ୍ତୁ ଭାରତର ଗୋଟିଏ ଗୋଟିଏ ନିଷ୍ପତ୍ତି ପାକିସ୍ତାନ ଉପରେ ଘାତକ ସାବ୍ୟସ୍ତ ହେଉଛି । ମୋଟ୍‌ ଉପରେ ଭାରତ ବିରୋଧରେ ଯେଉଁ ଲଢେଇ କରିବାକୁ ପାକିସ୍ତାନ ଚାହୁଛି ତାହା କେବେ ବି ସଫଳ ହେବ ନାହିଁ । କିନ୍ତୁ ପାକିସ୍ତାନ ନିଜକୁ ସୁଧୁରାଇବା ପରିବର୍ତ୍ତେ ଭାରତ ସହ ପଙ୍ଗା ନେବାକୁ ଯେଉଁ ସ୍ବପ୍ନ ଦେଖୁଛି ତାହା ସ୍ବପ୍ନରେ ହିଁ ରହିଯିବ ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe