କନକ ବ୍ୟୁରୋ : ଗାଜାରେ ଇସ୍ରାଏଲର ଭୟଙ୍କର ଆକ୍ରମଣ । ଇସ୍ରାଏଲ ସୈନ୍ୟ ଗାଜାରେ ଏୟାରଷ୍ଟ୍ରାଇକ୍ କରିଥିଲା ଫଳରେ ୮୫ ଜଣ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ନୁସେରାତ୍ ଶରଣାର୍ଥୀ ଶିବିରରେ ଅଲ-ଆହଲୀ ଷ୍ଟାଡିୟମ୍, ଯେଉଁଠାରେ ବିସ୍ଥାପିତ ପରିବାରମାନେ ଆଶ୍ରୟ ନେଇଥିଲେ, ସେଠାରେ ୧୨ ଜଣ ମରିଛନ୍ତି । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ସଂଘର୍ଷରେ ୬୫,୪୧୯ ପାଲେଷ୍ଟାଇନ୍ ନାଗରିକ ପ୍ରାଣ ହରାଇ ସାରିଲେଣି ।
ରାତିସାରା ଏୟାରଷ୍ଟ୍ରାଇକ୍
ନୁସେରାତ୍ର ଅଲ-ଆହଲୀ ଷ୍ଟାଡିୟମ୍ରେ ଇସ୍ରାଏଲର ରକେଟ୍ ମାଡ଼
୧୨ ଜଣ ସହିତ ୭ ମହିଳା ଓ ୨ ଶିଶୁ ମୃତ
ରାତି ସାରା ଆକ୍ରମଣ ଜାରି ରଖିଥିଲା ଇସ୍ରାଏଲ
୮୫ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ସୂଚନା
୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୫,୪୧୯ଙ୍କ ମୃତ୍ୟୁ
ଇରାନର ରାଷ୍ଟ୍ରପତି ପେଜେଶ୍କିୟାନ୍ ଶିଶୁହତ୍ୟାକୁ ନିନ୍ଦା କରି ଇସ୍ରାଏଲକୁ ସମାଲୋଚନା କରିଛନ୍ତି
ତେଲ୍ ଅଭିଭ୍ରେ ଶହ ଶହ ଲୋକ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/25/11-2025-09-25-14-58-34.jpg)