କନକ ବ୍ୟୁରୋ :ଦୀର୍ଘ ମାସ ହେବ ଗାଜାରେ ବୋହୁଛି ରକ୍ତ । ବିଦ୍ରୋହୀ ହମାସକୁ ଟାର୍ଗେଟ୍ କରି ଇସ୍ରାଏଲ ସେନା ୨୨ମାସ ହେବ ନରସଂହାର କରୁଛି । ଏହା ଭିତରେ ଲକ୍ଷଲକ୍ଷ ନିରୀହ ଲୋକଙ୍କ ପ୍ରାଣହାନି ସହ ଚାଲିଛି ପଳାୟନ । ଘଟଣାକୁ ବିଶ୍ବ ରାଷ୍ଟ୍ର ନିନ୍ଦା କରିବା ସହ ଆକ୍ରମଣକୁ ରୋକିବାକୁ ଇସ୍ରାଏଲ ଉପରେ ଚାପ ପ୍ରୟୋଗ କରାଯାଉଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଓ ୟୁରୋପୀୟ ସଂଘର ଚାପ ପରେ ଏବେ କଠୋର ନୀତିକୁ ବଦଳାଇବାକୁ ଯାଉଛି ଇସ୍ରାଏଲ । ଦେଶର କ୍ୟାବିନେଟ୍ରେ ଗାଜାକୁ ସମ୍ପୂର୍ଣ୍ଣ କବ୍ଜା କରିବାକୁ ଅନୁମତି ଦେଇଛି । ଅର୍ଥାତ୍ ହମାସ ଯେଉଁଠି ଆଡ୍ଡା ଜମାଇଛି ତାକୁ ଦଖଲ କରିବାକୁ ଯାଉଛି ଆଇଡିଏଫ୍ ।
ସୂଚନା ଅନୁସାରେ
ଗାଜାକୁ ସମ୍ପୂର୍ଣ୍ଣ କବ୍ଜା କରିବ ଇସ୍ରାଏଲ
-ଗାଜାରେ ଇସ୍ରାଏଲ ବାରମ୍ବାର ଆକ୍ରମଣ କରୁଛି
-ହମାସର ଠିକଣାକୁ ମାଟିରେ ମିଶାଉଛି
-କିଛି ଦିନ ନପୂରୁଣୁ ହମାସ ପୁଣି ନୂଆ ଠିକଣା ଗଢ଼ୁଛି
-ପିଲିସ୍ତିନୀ ଓ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରୁଛି
-ଇସ୍ରାଏଲର ଆକ୍ରମଣର ଜବାବ ହତ୍ୟାରେ ଦେଉଛି
- ଏତେ ପରେ ବି ଜାଗା ଛାଡ଼ିବାକୁ ରାଜି ନୁହେଁ ହମାସ
-ତେଣୁ ହମାସର ମୂଳପୋଛ ପାଇଁ ଆଇଡିଏଫ୍ର ନୂଆ ରଣନୀତି
-ହମାସର ମୂଳପୋଛ ପାଇଁ ଗାଜାକୁ ସମ୍ପୂର୍ଣ୍ଣ କବ୍ଜା କରିବ
-ଗାଜାକୁ ହମାସମୁକ୍ତ କରି ଫିଲିସ୍ତିନୀଙ୍କୁ ସମ୍ପୂର୍ଣ୍ଣଭାବେ ହସ୍ତାନ୍ତର କରିବ
ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଗାଜାକୁ କବ୍ଜା କରିବ । ଶାସନ କରିବା ପାଇଁ କୌଣସି ଉଦ୍ଦେଶ୍ୟ ନାହିଁ । ହମାସ ଠାରୁ ଗାଜାକୁ ମୁକ୍ତ କରି ନାଗରିକଙ୍କୁ ହସ୍ତାନ୍ତର କରାଯିବ । ସ୍ବାଧୀନ ହେବେ ଫିଲିସ୍ତିନୀ ।
ଏବେ ସୁଦ୍ଧା ଇସ୍ରାଏଲ ଗାଜାର ୭୫% ଅକ୍ତିଆର କରିସାରିଛି । ୨୦ ଜଣ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରିଛି ହମାସ । ସେମାନଙ୍କୁ ସୁରୁଖୁରୁରେ ମୁକୁଳାଇବା ପାଇଁ ବେଞ୍ଜାମିନ ଆତଙ୍କୀ ସଂଗଠନ ସହ ଆଲୋଚନା କରିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଯୁଦ୍ଧ ବନ୍ଦ କରିବା ପାଇଁ ୩ଟି ସର୍ତ୍ତ ରଖିଛି ଆଇଡିଏଫ୍
ହମାସ ଆଗରେ ଇସ୍ରାଏଲର ‘୩ ସର୍ତ୍ତ’
-ହମାସ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରୁ
-ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ମୁକ୍ତ କରୁ
-ଗାଜାର ସୁରକ୍ଷା ଦାୟିତ୍ବ ଇସ୍ରାଏଲ ନେବ
ତେବେ ବେଞ୍ଜାମିନଙ୍କ ଏହି ରଣନୀତି କେତେ ଦୂର ସଫଳ ହେବ ସେକଥା ଏବେ ବି ଦ୍ବନ୍ଦ୍ବରେ ରହିଛି । କାରଣ ଇସ୍ରାଏଲ ରାଷ୍ଟ୍ରମୁଖ୍ୟଙ୍କ ଯୁଦ୍ଧ ରଣନୀତି ଉପରେ ସେନା ମୁଖ୍ୟ ଆପତ୍ତି ପ୍ରକାଶ କରୁଛନ୍ତି । ତେଣୁ ଗାଜାକୁ ସମ୍ପୂର୍ଣ୍ଣ କବ୍ଜା କରିବା ହୁଏତ ବେଞ୍ଜାମିନଙ୍କ ପାଇଁ ଏତେଟା ସହଜ ନହୋଇପାରେ ।