ଗାଜାରେ ରାଜ୍ କରିବ ଇସ୍ରାଏଲ୍ ! ନେତାନ୍ୟାହୁ-ଟ୍ରମ୍ପଙ୍କ ମିଳିତ ନିଷ୍ପତ୍ତି

ରିପୋର୍ଟରେ ଦାବି କରାଯାଇଛି ଯେ ୟୁଏଇ ଏବଂ ଇଜିପ୍ଟର ସମର୍ଥନରେ ଇସ୍ରାଏଲ ନେତୃତ୍ୱରେ ଗାଜାରେ ଏକ ସରକାର ପରିଚାଳିତ ହେବ । ଅର୍ଥାତ୍ ଗାଜାରେ ଏକପ୍ରକାର ଇଜ୍ରାଏଲ୍ ଶାସନ ଚାଲିବ । 

netanyahu

Photograph: (kanaknews)

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ବିରାମ ହେବାକୁ ଯାଉଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଯୁଦ୍ଧ ଶେଷ କରିବାକୁ ରାଜି ହୋଇଛନ୍ତି । ବେଞ୍ଜାମିନ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ଯୁଦ୍ଧ ଯଥାଶୀଘ୍ର ସମାପ୍ତ କରିବାକୁ ଏବଂ ଆବ୍ରାହମ ଚୁକ୍ତିକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି।

ହମାସର ସ୍ଥାନରେ କିଏ କରିବ ରାଜ୍?
ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୁଇ ସପ୍ତାହ ମଧ୍ୟରେ ଶେଷ କରିବା ନେଇ ଟ୍ରମ୍ପ ଏବଂ ନେତାନ୍ୟାହୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟରେ ଦାବି କରାଯାଇଛି ଯେ ୟୁଏଇ ଏବଂ ଇଜିପ୍ଟର ସମର୍ଥନରେ ଇସ୍ରାଏଲ ନେତୃତ୍ୱରେ ଗାଜାରେ ଏକ ସରକାର ପରିଚାଳିତ ହେବ । ଅର୍ଥାତ୍ ଗାଜାରେ ଏକପ୍ରକାର ଇଜ୍ରାଏଲ୍ ଶାସନ ଚାଲିବ । 

ହମାସ ନେତାମାନଙ୍କୁ ଦେଶରୁ ବାହର କରାଯିବ 
ହମାସ ଗୋଷ୍ଠୀକୁ ଦେଶରୁ ବିତାଡିତ କରାଯିବ ଏବଂ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯିବ । କିନ୍ତୁ ଅନ୍ୟପଟେ, ଆରବ ଦେଶଗୁଡ଼ିକ ବାରମ୍ବାର ଜୋର ଦେଇଛନ୍ତି ଯେ ଦୁଇ-ରାଷ୍ଟ୍ର ସମାଧାନର ଅଂଶ ଭାବରେ ପାଲେଷ୍ଟାଇନୀ କର୍ତ୍ତୃପକ୍ଷଙ୍କୁ ଗାଜାରେ ସ୍ଥାନ ଦେବା ପାଇଁ ଚୁକ୍ତି ନହେଲେ ସେମାନେ ଗାଜାର ଯୁଦ୍ଧ ପରବର୍ତ୍ତୀ ପୁନର୍ବାସରେ ଅଂଶଗ୍ରହଣ କରିବେ ନାହିଁ ।

୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ 
୭ ଅକ୍ଟୋବର ୨୦୨୩ରେ ହମାସ ଆକ୍ରମଣ ପରେ, ଇସ୍ରାଏଲ ଗାଜାରେ ଏକ ସାମରିକ ଅଭିଯାନ ଆରମ୍ଭ କରିଥିଲା, ଯାହା ୨୦ ମାସରୁ ଅଧିକ ସମୟ ପରେ ମଧ୍ୟ ଜାରି ରହିଛି । ହମାସ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲୀ ସୈନ୍ୟ ଅଭିଯାନରେ ଏପର୍ଯ୍ୟନ୍ତ ଅତି କମରେ ୫୬,୧୫୬ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe