କନକ ବ୍ୟୁରୋ : ଇରାନ ଓ ଇସ୍ରାଏଲ ୍ରଭିତରେ ଘନାଇଲାଣି ଯୁଦ୍ଧ ପରିସ୍ଥିତି । ଇସ୍ରାଏଲ ସୈନ୍ୟ ଦାବି କରିଛନ୍ତି କି ଇରାନ ଆକ୍ରମଣରେ କ୍ଲଷ୍ଟର ବୋମାର ବ୍ୟବହାର କରିଛି । ଦୀର୍ଘ ୮ ଦିନ ଧରି ଜାରି ରହିଥିବା ଯୁଦ୍ଧରେ ଏହା ପ୍ରଥମ ଥର ପାଇଁ କ୍ଲଷ୍ଟର ବୋମାର ବ୍ୟବହାର ହୋଇଛି ବୋଲି ଇସ୍ରାଏଲ ଦାବି କରିଛି । ଏହି କ୍ଲଷ୍ଟର ବୋମା ଅନେକ ଏରିଆକୁ କ୍ଷତିଗ୍ରସ୍ତ କରିବାର କ୍ଷମତା ରଖିଛି.. ତେବେ କଣ ଏହି ବୋମା..ଆସନ୍ତୁ ଜାଣିବା..
କ୍ଲଷ୍ଟର ବୋମା କ’ଣ?
କ୍ଲଷ୍ଟର ବୋମା ଶହଶହ ଛୋଟଛୋଟ ବୋମାର ଏକ ସଂଗ୍ରହ
କ୍ଲଷ୍ଟର ବୋମାର ବିସ୍ଫୋରଣରେ ବ୍ୟାପକ କ୍ଷତି ହୋଇଥାଏ
ମଝି ଆକାଶରେ ବିସ୍ଫୋରଣ ପରେ ବହୁ ବଡ଼ ଅଞ୍ଚଳ କ୍ଷତିଗ୍ରସ୍ତ ହୁଏ
ଲକ୍ଷ୍ୟସ୍ଥଳ ସମେତ ତାର ଚାରିପାର୍ଶ୍ବରେ ବ୍ୟାପକ କ୍ଷତି କରିବାକୁ ସକ୍ଷମ
ଶତ୍ରୁଦେଶକୁ କ୍ଷତି ପହଞ୍ଚାଇବାକୁ ବ୍ୟବହାର କରାଯାଏ
ବିମାନ, ତୋପ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ବ୍ୟବହାର ହୁଏ
କ୍ଲଷ୍ଟର ବୋମାକୁ ଆକାଶ ଏବଂ ଭୂମି ଉଭୟରୁ ବିସ୍ଫୋରଣ କରାଯାଇପାରେ
କାହିଁକି କ୍ଲଷ୍ଟର ବୋମା ବିବାଦୀୟ?
୨୦୦୮ରେ ଡବଲିନରେ ଏକ ଅନ୍ତର୍ଜାତୀୟ ଚୁକ୍ତି କାର୍ଯ୍ୟକାରୀ ହୋଇଥିଲା
ଏହି ଚୁକ୍ତି ଅନୁଯାୟୀ କ୍ଲଷ୍ଟର ବୋମା ରଖିବା, ବିକ୍ରି କରିବା ଓ ବ୍ୟବହାର ନିଷେଧ
ବିଶ୍ୱର ଅନେକ ଦେଶ ଏହି ଚୁକ୍ତିକୁ ବିରୋଧ କରିଥିଲେ
ସମ୍ମିଳନୀରେ ସାମିଲ ନଥିଲେ ଭାରତ, ଋଷ, ଆମେରିକା, ଚୀନ, ଇସ୍ରାଏଲ
୨୦୧୮ ସୁଦ୍ଧା ବିଶ୍ବର ୧୦୮ଟି ଦେଶ ଏହି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି
କ୍ଲଷ୍ଟର ବୋମା ଉତ୍ପାଦନ ଓ ବ୍ୟବହାର ନିଷିଦ୍ଧ
ଆମେରିକା, ଇରାକ, ଉତ୍ତର କୋରିଆ, ଇସ୍ରାଏଲ ବ୍ୟବହାର ନେଇ ଅଭିଯୋଗ ଆଣିଛନ୍ତି
ଜନବସତି ଉପରେ କ୍ଲଷ୍ଟର ବୋମାର ବ୍ୟବହାର ଆଇନର ଉଲ୍ଲଂଘନ
୧୨୦ରୁ ଅଧିକ ଦେଶ କ୍ଲଷ୍ଟର ବୋମା ବ୍ୟବହାର ନିଷେଧକୁ ସମର୍ଥନ କରିଛନ୍ତି
କ୍ଲଷ୍ଟର ବୋମା ବ୍ୟବହାର ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରେ ନାହିଁ
ସାଧାରଣ ନାଗରିକଙ୍କ ବିରୋଧରେ ବ୍ୟବହାର ଆଇନ ଉଲ୍ଲଂଘନ
କେଉଁଠାରେ ବ୍ୟବହାର କରାଯାଇଛି କ୍ଲଷ୍ଟର ବୋମା?
୨ୟ ବିଶ୍ବଯୁଦ୍ଧ ସମୟରେ ବ୍ୟବହାର ହୋଇଥିଲା
୧୯୪୩ରେ ତତ୍କାଳୀନ ସୋଭିଏତ ୟୁନିଅନ ଓ ଜର୍ମାନୀ ସେନା ବ୍ୟବହାର କରିଥିଲେ
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ୧୫ଟି ଦେଶ ଏହାକୁ ବ୍ୟବହାର କରିଛନ୍ତି
ଏରିଟ୍ରିୟା, ଇଥିଓପିଆ, ଫ୍ରାନ୍ସ, ଇସ୍ରାଏଲ, ମରକ୍କୋ, ନେଦରଲ୍ୟାଣ୍ଡ, ବ୍ରିଟେନ, ଋଷ, ଆମେରିକା ଅନ୍ତର୍ଭୁକ୍ତ
ଏପର୍ଯ୍ୟନ୍ତ ୨୦୦ ପ୍ରକାର କ୍ଲଷ୍ଟର ବୋମା ତିଆରି ସରିଛି
ଉପସାଗରୀୟ ଯୁଦ୍ଧ ସମୟରେ ଆମେରିକା ବହୁଳ ବ୍ୟବହାର କରିଥିଲା
ଆମେରିକା-ଆଫଗାନିସ୍ତାନ ଯୁଦ୍ଧ ସମୟରେ ତାଲିବାନୀଙ୍କୁ ମାରିବାକୁ ବ୍ୟବହାର ହୋଇଥିଲା
ଆମେରିକାର କ୍ଲଷ୍ଟର ବୋମା ବିସ୍ଫୋରଣରେ ନିହତ ହୋଇଥିଲେ ଅନେକ ଆତଙ୍କୀ
ଋଷିଆ-ୟୁକ୍ରେନ ଯୁଦ୍ଧରେ ଦୁଇ ଦେଶ ବ୍ୟବହାର କରିଛନ୍ତି କ୍ଲଷ୍ଟର ବୋମା
ବିସ୍ଫୋରଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ