ମତେ ଓ ଟ୍ରମ୍ପଙ୍କୁ ମାରିବାକୁ ଚେଷ୍ଟା କରିଛି ଇରାନ, ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଦାବି : କ'ଣ ହେବ ଆଗାମୀ ସ୍ଥିତି?

ଆଉ ଏହାରି ଭିତରେ ଏମିତି ଏକ ଦାବି କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯାହାକୁ ନେଇ ସ୍ଥିତି ଆହୁରି ଖରାପ ହେବ ବୋଲି ଆଶଂକା ସୃଷ୍ଟି ହୋଇଛି ।

Iran Israel

Photograph: (KanakNews )

କନକ ବ୍ୟୁରୋ : ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଇରାନ ଉପରେ ଇସ୍ରାଏଲ ଘନ ଘନ ଆକ୍ରମଣ କରୁଛି । ଇରାନ ବି ପଛକୁ ହଟିନି, ଇସ୍ରାଏସକୁ ପ୍ରତିଜବାବ ଦେଉଛି ଇରାନ । ଆଉ ଏହାରି ଭିତରେ ଏମିତି ଏକ ଦାବି କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯାହାକୁ ନେଇ ସ୍ଥିତି ଆହୁରି ଖରାପ ହେବ ବୋଲି ଆଶଂକା ସୃଷ୍ଟି ହୋଇଛି । 

ଇରାନ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ଇରାନ ତାଙ୍କୁ ଏବଂ ଆମେରିକା ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛି । ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି । ଅନ୍ୟପଟେ ଇସ୍ରାଏଲୀ ସେନା କହିଛି, ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବର୍ଷ ବର୍ଷ ପଛକୁ ଠେଲି ଦେଇଛି । 

‘ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଆପୋଷ ସମାଧାନ ହେଉ’ 
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ କରିଛନ୍ତି, ସେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ମଧ୍ୟସ୍ଥତା ଯୁଦ୍ଧ ସମସ୍ୟାର ସମାଧାନ କରିପାରିବେ ଯେପରି ସେ ଅନ୍ୟ ଶତ୍ରୁ ରାଷ୍ଟ୍ରମାନଙ୍କ ମଧ୍ୟରେ କରିଛନ୍ତି । ଟ୍ରମ୍ପ ପୁଣି ଥରେ ଭାରତ-ପାକିସ୍ତାନର ଉଦାହରଣ ଦେଇଛନ୍ତି । ସେ ପୁଣି ଦାବି କରିଛନ୍ତି ଗତ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରି ବିବାଦକୁ ବନ୍ଦ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe