ଇରାନ ଓ ଇସ୍ରାଏଲ ଯୁଦ୍ଧ: ଭାରତ ଫେରୁଛନ୍ତି ପ୍ରବାସୀ ନାଗରିକ

ଶୁକ୍ରବାର ବିଳମ୍ବିତ ରାତିରେ ଇରାନର ମଶହଦରୁ ପ୍ରଥମ ଚାଟାର୍ଡ ବିମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଛି । ଇରାନରେ ଫସି ରହିଥିବା ଭାରତୀୟ ଛାତ୍ର ଓ ସାଧାରଣ ନାଗରିକ ଭାରତ ଫେରିଆସିଛନ୍ତି ।

ଗୀୋଲ 1

Photograph: (KANAKNEWS)

କନକ ବ୍ୟୁରୋ : ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ନିଜ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ ସିନ୍ଧୁ ଆରମ୍ଭ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ଇରାନର ମଶହଦରୁ ପ୍ରଥମ ଚାଟାର୍ଡ ବିମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଛି । ଇରାନରେ ଫସି ରହିଥିବା ଭାରତୀୟ ଛାତ୍ର ଓ ସାଧାରଣ ନାଗରିକ ଭାରତ ଫେରି pଆସିଛନ୍ତି । ଭାରତ ସରକାର ମଶହଦରୁ ପ୍ରାୟ ୧ହଜାର ଭାରତୀୟଙ୍କୁ ପର୍ଯ୍ୟାୟକ୍ରମେ ସ୍ୱଦେଶ ଆଣୁଛନ୍ତି । ଉଦ୍ଧାରକାର୍ଯ୍ୟରେ ଇରାନର ଚାଟାର୍ଡ ବିମାନ ବ୍ୟବହାର କରାଯାଉଛି । 

ଇରାନରେ ଭାରତୀୟ ଦୂତାବାସର ଉପମୁଖ୍ୟ ମହମ୍ମଦ ଜୱାଦ ହୁସେନ କହିଛନ୍ତି, ଆମେ ଭାରତୀୟଙ୍କୁ ନିଜର ଲୋକ ବୋଲି ଭାବୁଛୁ । ଇରାନର ଏୟାରସ୍ପେସ୍ ବନ୍ଦ ରହିଛି, କିନ୍ତୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଆମେ ଏହାକୁ ସାମୟିକ ଭାବେ ଖୋଲିଛୁ । ଶୁକ୍ରବାର ରାତିରେ ପ୍ରଥମ ବିମାନ ଦିଲ୍ଲୀରେ ପହଞ୍ଚିବା ପରେ ଆଜି ଆଉ ଦୁଇଟି ବିମାନ ଭାରତ ଅଭିମୁଖେ ଯାତ୍ରା କରିବ । ଦ୍ୱିତୀୟ ବିମାନଟି ଆଜି ସକାଳ ୧୦ଟାରେ ଅଶଗାବତରୁ ବାହାରି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବ । ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସେଠାରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏଭଳି ପରିସ୍ଥିତିରେ ଭାରତ ସରକାର ତୁରନ୍ତ ‘ଅପରେସନ ସିନ୍ଧୁ’ ଆରମ୍ଭ କରି କେବଳ ଛାତ୍ରଛାତ୍ରୀଙ୍କୁ ନୁହେଁ ବରଂ ଫସିଥିବା ଅନ୍ୟ ଭାରତୀୟ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe