‘ଭାରତ ଯେକୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତ’ : ଶତ୍ରୁକୁ ବଡ଼ ଚେତାବନି

Advertisment

ଶତ୍ରୁକୁ ବଡ଼ ଚେତାବନି । ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ । ଦେଶର ଶୀର୍ଷ ସାମରିକ କମାଣ୍ଡର ଏବଂ ରଣନୈତିକ ବିଶେଷଜ୍ଞଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ଚାଣକ୍ୟ ପ୍ରତିରକ୍ଷା ଆଲୋଚନା

ଶତ୍ରୁକୁ ବଡ଼ ଚେତାବନି । ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ । ଦେଶର ଶୀର୍ଷ ସାମରିକ କମାଣ୍ଡର ଏବଂ ରଣନୈତିକ ବିଶେଷଜ୍ଞଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ଚାଣକ୍ୟ ପ୍ରତିରକ୍ଷା ଆଲୋଚନା

12

India Ready for Any Long War, Says General Dwivedi Photograph: (KanakNews)

କନକ ବ୍ୟୁରୋ: ଶତ୍ରୁକୁ ବଡ଼ ଚେତାବନି । ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ । ଦେଶର ଶୀର୍ଷ ସାମରିକ କମାଣ୍ଡର ଏବଂ ରଣନୈତିକ ବିଶେଷଜ୍ଞଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ଚାଣକ୍ୟ ପ୍ରତିରକ୍ଷା ଆଲୋଚନା ପୂର୍ବରୁ ଜେନେରାଲ ଦ୍ୱିବେଦୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତ ଯେକୌଣସି ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ଏବଂ ଶତ୍ରୁ ପାକିସ୍ତାନ ହେଉ କିମ୍ବା ଏହାର ସମର୍ଥିତ ଆତଙ୍କବାଦୀ, ପ୍ରତ୍ୟେକ ବିପଦର ଉପଯୁକ୍ତ ଜବାବ ଦେବାର କ୍ଷମତା ସେନାର ଅଛି ।

ଜେନେରାଲ ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ଗୁପ୍ତ ଭାବରେ ଆତଙ୍କବାଦକୁ ଯେତେ ପ୍ରୋତ୍ସାହିତ କରୁନା କାହିଁକି, ଭାରତୀୟ ସେନା ଏହାର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ କାଶ୍ମୀରରେ ଆତଙ୍କବାଦ ଯଥେଷ୍ଟ ହ୍ରାସ ପାଇଛି ଏବଂ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୬୧ପ୍ରତିଶତ ପାକିସ୍ତାନୀ ଥିଲେ, ଯାହା ପ୍ରମାଣ କରୁଛି ଯେ ସୀମା ପାରରୁ ଆତଙ୍କବାଦ ପଠାଇବାର ଷଡ଼ଯନ୍ତ୍ର ଜାରି ରହିଛି । ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି, ଏବଂ ଆଜିର ଯୁବପିଢ଼ି ଭାରତ ସହିତ ଏକ ଭବିଷ୍ୟତ ଦେଖୁଛନ୍ତି ବୋଲି ଦ୍ୱିବେଦୀ କହିଛନ୍ତି ।

ଅପରେସନ୍ ସିନ୍ଦୂର ବିଷୟରେ ଉଲ୍ଲେଖ କରି ଜେନେରାଲ୍ ଦ୍ୱିବେଦୀ କହିଥିଲେ, "ଏହା କେବଳ ଏକ ଟ୍ରେଲର ଥିଲା । ଆବଶ୍ୟକ ହେଲେ, ପାକିସ୍ତାନକୁ ଶିଖାଯିବ ଯେ ଏକ ଦାୟିତ୍ୱବାନ ଦେଶ ତା'ର ପଡ଼ୋଶୀ ସହିତ କିପରି ବ୍ୟବହାର କରେ ।" ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଭାରତ କୌଣସି ପ୍ରକାରର ପରମାଣୁ ବ୍ଲାକମେଲ୍‌କୁ ଭୟ କରେ ନାହିଁ ଏବଂ ଭାରତୀୟ ସେନା ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ, ଯୁଦ୍ଧ ଚାରି ମାସ ହେଉ କି ଚାରି ବର୍ଷ ।

ଚୀନ୍ ସହିତ ଭାରତର ସମ୍ପର୍କ, କଣ କହିଲେ ଦ୍ୱିବେଦୀ?
ଚୀନ୍ ସହିତ ସମ୍ପର୍କ ବିଷୟରେ, ସେ କହିଛନ୍ତି, ପୂର୍ବ ଲଦାଖରେ ଉତ୍ତେଜନା ହ୍ରାସ ପରେ ଦୁଇ ଦେଶର ସମ୍ପର୍କ ସ୍ୱାଭାବିକ ଆଡକୁ ଗତି କରୁଛନ୍ତି । ରାଜନୈତିକ ନେତୃତ୍ୱ ମଧ୍ୟରେ ଆଲୋଚନା ବୃଦ୍ଧି ଯୋଗୁଁ ସେଠାରେ ପରିସ୍ଥିତି ଦ୍ରୁତ ଗତିରେ ସୁଧାର ଆସିଛି । "ଯେତେବେଳେ କୂଟନୀତି ଏବଂ ରାଜନୈତିକ ଦିଗ ଏକାଠି ହୁଏ, ପ୍ରତିରକ୍ଷା କୂଟନୀତି ସ୍ମାର୍ଟ ଶକ୍ତିରେ ପରିଣତ ହୁଏ ।"

ମଣିପୁର ହିଂସା ଉପରେ କଣ କହିଲେ?  
ଜେନେରାଲ ଦ୍ୱିବେଦୀ ମଣିପୁର ହିଂସା ଉପରେ ମଧ୍ୟ ମତାମତ ଦେଇଥିଲେ । ସେ କହିଛନ୍ତି, ମଣିପୁର ତାଙ୍କ ପାଇଁ ସ୍ୱର୍ଗ ସଦୃଶ ଏବଂ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ପରିସ୍ଥିତି ସ୍ୱାଭାବିକ ହେବାକୁ ଯାଉଛି । ସେ ଆଶା ପ୍ରକାଶ କରିଥିଲେ ଯେ ଯଦି ସେଠାକାର ସମ୍ପ୍ରଦାୟଗୁଡ଼ିକ ସେମାନଙ୍କର ମତଭେଦ ଦୂର କରନ୍ତି, ତେବେ ପରିସ୍ଥିତିରେ ଆହୁରି ଉନ୍ନତି ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe