ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଲା ଭାରତ :  ଆତଙ୍କବାଦୀକୁ ପୋଶୁଥିବା କହି ବର୍ଷିଲେ ଜାତିସଂଘ ସ୍ଥାୟୀ ପ୍ରତିନିଧି

ଜାତିସଂଘରେ ପାକିସ୍ତାନର ପୋଲ ଖୋଲିଲା ଭାରତ । ଆତଙ୍କୀ ସଂଗଠନକୁ ସମର୍ଥନ ସହ ପାଣ୍ଠି ଯୋଗାଉଥିବା କହି ପାକିସ୍ତାନ ଉପରେ ବର୍ଷିଛି ଭାରତ ।

12b

Photograph: (KanakNews )

କନକ ବ୍ୟୁରୋ: ଜାତିସଂଘରେ ପାକିସ୍ତାନର ପୋଲ ଖୋଲିଲା ଭାରତ । ଆତଙ୍କୀ ସଂଗଠନକୁ ସମର୍ଥନ ସହ ପାଣ୍ଠି ଯୋଗାଉଥିବା କହି ପାକିସ୍ତାନ ଉପରେ ବର୍ଷିଛି ଭାରତ । ଜାତିସଂଘରେ ଭାରତର ପ୍ରତିନିଧି ଯୋଜନା ପଟେଲ କହିଛନ୍ତି, ଆତଙ୍କୀ ସଂଗଠନକୁ ପାକିସ୍ତନା ପାଣ୍ଠି ଯୋଗାଉଥିବା ନେଇ ସ୍ବୀକାର କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଭଳି ସ୍ବୀକାରୋକ୍ତି କାହାରକି ଅଛପା ହୋଇ ରହିନାହିଁ । କାରଣ ପାକିସ୍ତାନ, ଆତଙ୍କୀଙ୍କୁ ଶରଣ ଦେବା କଥା ଏବେ ସାରା ବିଶ୍ବ ଜାଣିସାରିଛି । ପହଲଗାମ ଆକ୍ରମଣ ପରେ ବିଭିନ୍ନ ଦେଶ ଓ ନେତାଙ୍କ ସମର୍ଥନ ପାଇଁ ଭାରତ କୃତଜ୍ଞ । ଏହା ଅନ୍ତର୍ଜାତୀୟ ସମ୍ପ୍ରଦାୟ ଆତଙ୍କବାଦୀ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ପ୍ରମାଣ କରୁଛି । ଆତଙ୍କବାଦୀଙ୍କ କୌଣସି କାର୍ଯ୍ୟକଳାପ ନିନ୍ଦନୀୟ ବୋଲି ଜାତିସଂଘରେ କହିଛନ୍ତି ଯୋଜନା ପଟେଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe