ଭିକ ମାଗିବାର ଏ କି ତରିକା ! ଭିକ ମାଗିଲା ପାକିସ୍ତାନ , ମଜା ଉଡ଼ାଇଲା ପୂରା ଦେଶ !

Advertisment

ଆଉ ଯେତେବେଳେ ଭାରତ ଆକ୍ରମଣ କଲା ପୂରା ପାକିସ୍ତାନର ଅର୍ଥନୀତି ଏବେ ଟଳମଳ । କାଶ୍ମୀର ନେବାକୁ କଲବଲ ହେଉଥିବା ପାକିସ୍ତାନ ନିଜ ନାଗରିକଙ୍କୁ ଭଲରେ ଦୁଇ ଓଳି ଖୁଆଇବାକୁ ସାମର୍ଥ୍ୟ ରଖିପାରୁନି କିନ୍ତୁ ଯୁଦ୍ଧ କରିବି ବୋଲି ବଡ଼ ବଡ଼ କଥା କହୁଛି ।

Updated On

ଆଉ ଯେତେବେଳେ ଭାରତ ଆକ୍ରମଣ କଲା ପୂରା ପାକିସ୍ତାନର ଅର୍ଥନୀତି ଏବେ ଟଳମଳ । କାଶ୍ମୀର ନେବାକୁ କଲବଲ ହେଉଥିବା ପାକିସ୍ତାନ ନିଜ ନାଗରିକଙ୍କୁ ଭଲରେ ଦୁଇ ଓଳି ଖୁଆଇବାକୁ ସାମର୍ଥ୍ୟ ରଖିପାରୁନି କିନ୍ତୁ ଯୁଦ୍ଧ କରିବି ବୋଲି ବଡ଼ ବଡ଼ କଥା କହୁଛି ।

ଅଦ୍ୟତନ ହୋଇଛି
bhik

bhik Photograph: (Kanak News)

କଥାରେ ଅଛି କମ୍ବଳ ଯେତେ ଓସାର ପାଦ ସେତେ ପ୍ରସାର । କାଙ୍ଗାଳ ପାକିସ୍ତାନ ପୂର୍ବରୁ ଅଟା , ଖାଦ୍ୟ , ପାଣି ପାଇଁ କାନ୍ଦୁଥିଲା କିନ୍ତୁ ଜଟିଳ ପରିସ୍ଥିତିରେ ବି ଶତ୍ରୁଦେଶର ଗର୍ବ ଭାଙ୍ଗୁନଥିଲା । କଣ୍ଟା ବାଡ଼ରେ ଲୁଗା ପକାଇ କଳି କଲା ପରି ପାକିସ୍ତାନ ଭାରତ ସହ ଲଢ଼େଇ କରିବ ବୋଲି ଅଣ୍ଟା ଭିଡ଼ିଲା । ଆଉ ଯେତେବେଳେ ଭାରତ ଆକ୍ରମଣ କଲା ପୂରା ପାକିସ୍ତାନର ଅର୍ଥନୀତି ଏବେ ଟଳମଳ । କାଶ୍ମୀର ନେବାକୁ କଲବଲ ହେଉଥିବା ପାକିସ୍ତାନ ନିଜ ନାଗରିକଙ୍କୁ ଭଲରେ ଦୁଇ ଓଳି ଖୁଆଇବାକୁ ସାମର୍ଥ୍ୟ ରଖିପାରୁନି କିନ୍ତୁ ଯୁଦ୍ଧ କରିବି ବୋଲି ବଡ଼ ବଡ଼ କଥା କହୁଛି । ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ସହଯୋଗୀଙ୍କୁ ଭିକ ମାଗିଲାଣି । ଯାହାକୁ ଦେଖି ଭାରତ ସରକାରଙ୍କ ମିଡିଆ ୱିଙ୍ଗ୍ ଏବେ ପରିହାସ କରିବାରେ ଲାଗିଛନ୍ତି । 

pak loan
pak loan Photograph: (google)

ଶୁକ୍ରବାର ଦିନ ପାକିସ୍ତାନର ଆର୍ଥିକ ବ୍ୟାପାର ବିଭାଗ ନିଜର ଅଫିସିଆଲ ଏକ୍ସ ଆକାଉଣ୍ଟରେ ଅନ୍ତର୍ଜାତୀୟ ସମୁଦାୟଙ୍କୁ ଅଧିକ ଫଣ୍ଡର ଭିକ ମାଗି କହିଥିଲେ ଯେ ‘ଶତ୍ରୁ ବହୁତ କ୍ଷତି କରିଛି।’ କିନ୍ତୁ ଭାରତ ସରକାରଙ୍କ ପ୍ରେସ ସୂଚନା ବ୍ୟୁରୋ (PIB) ଏହି ଡ୍ରାମାକୁ ଥଟ୍ଟା କରି ଏକ ମିମ୍ ଶେୟାର କରିଥିଲେ । ଯେଉଁଥିରେ ଲେଖା ଥିଲା, ‘ଏଇଟା ଭିକ ମାଗିବାର କି ତରିକା’ ଏବଂ ଭାରତ ଆଗରେ ଇଜ୍ଜତ ଯିବାର ଦେଖି ତୁରନ୍ତ ପାକିସ୍ତାନ ନିଜର ପୋଷ୍ଟ ଡିଲିଟ କରିଦେଲା ।ପିଆଇବି ବଲିଉଡ ଫିଲ୍ମ 'ଗୋଲମାଲ'ର ପ୍ରସିଦ୍ଧ ଡାଏଲଗ୍ 'ୟେ କୋଇ ତରିକା ହୈ ଭିଖ୍ ମାଙ୍ଗନେ କା?' ସହିତ ପାକିସ୍ତାନର ଏହି କାର୍ଯ୍ୟକୁ ଟାର୍ଗେଟ କରିଥିଲା । 

PIB
PIB Photograph: (google)

ଏହି ମିମ୍ କେବଳ ପାକିସ୍ତାନର ଆର୍ଥିକ ଦୁର୍ଦ୍ଦଶାକୁ ଦର୍ଶାଇ ନାହିଁ ବରଂ ଏହାର ନିର୍ଲଜତାକୁ ମଧ୍ୟ କଡ଼ା ସମାଲୋଚନା କରିଛି । ପାକିସ୍ତାନ ପରେ ଲଜ୍ଜା ଏଡ଼ାଇବା ପାଇଁ ଦାବି କରିଥିଲା ଯେ ତାଙ୍କର X ଆକାଉଣ୍ଟ ‘ହ୍ୟାକ୍’ ହୋଇଛି, କିନ୍ତୁ ଏହି ମିଥ୍ୟାକୁ କେହି ଗମ୍ଭୀରତାର ସହିତ ଗ୍ରହଣ କରିନାହାନ୍ତି । ସୋସିଆଲ ମିଡିଆ ୟୁଜର୍ସ ପିଆଇବିର ଏହି ମଜାଳିଆ ମିମକୁ ଦେଖି ଖୁବ୍ ମଜା ଉଡ଼ାଉଛନ୍ତି । ଜଣେ ୟୁଜର୍ସ ସିନେମା ଫିର ହେରା ଫେରିର ବିପାଶା ବସୁଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ବର୍ତ୍ତମାନ କେବଳ ସେ ହିଁ ପାକିସ୍ତାନ ପାଇଁ ପାଣ୍ଠି ଯୋଗାଡ଼ କରିପାରିବେ !’  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe