War Update : ପାକିସ୍ତାନ ଉପରେ ଭାରତର ବାଣିଜ୍ୟିକ ବମ୍‌

Advertisment

ପହଲଗାମ୍‌ ଆକ୍ରମଣ ପରେ ଆତଙ୍କୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପହଲଗାମ୍‌ ଆକ୍ରମଣ ପରେ ଆତଙ୍କୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

India Pakistan Commercial Strike

India Pakistan Commercial Strike Photograph: (kanak News)

କନକ ବ୍ୟୁରୋ: ପାକିସ୍ତାନ ଉପରେ ଭାରତ ପକାଇଦେଲା ବମ୍‌ । ଅବଶ୍ୟ ଇଏ ଅସ୍ତ୍ରଶସ୍ତ୍ର ବମ୍‌ ନୁହେଁ ବରଂ ବାଣିଜ୍ୟିକ ବମ୍‌ । ଯାହାଦ୍ବାରା ପୂରାପୂରି ଭାବରେ ଦୋହଲିବ ପାକିସ୍ତାନର ଅର୍ଥନୈତିକ ମେରୁଦଣ୍ଡ । ଭାରତର ଏମିତି ଘାତକ ଆଟାକ୍‌ ପରେ ଏବେ ଚିନ୍ତାରେ ପାକିସ୍ତାନ । ଆମଦାନୀ, ଜାହାଜ ଚଳାଚଳ, ଚିଠିପତ୍ର ଓ ପାର୍ସଲ ଆଦାନପ୍ରଦାନ ଉପରେ ରୋକ୍ ଲଗାଇ, ପାକିସ୍ତାନ ବିରୋଧରେ ସାଙ୍ଘାତିକ କୂଟନୈତିକ ଚାଲ୍‌ ଚଳାଉଛି ଭାରତ । ଯାହାକୁ ନେଇ ଟେନ୍‌ସନ୍‌ରେ ପାକିସ୍ତାନର ପିଏମ୍‌ ।

ପାକିସ୍ତାନ ଉପରେ ବୋମା ପକାଇଲା ଭାରତ
ଇଏ ଏମିତି ସେମିତି ବମ୍‌ ନୁହେଁ ବରଂ ବାଣିଜ୍ୟିକ ବମ୍‌
ଦେବାଳିଆ ତ ପୂର୍ବରୁ ଥିଲା, ଏବେ ଭିକ ମାଗିବ
ମୋଦୀ ବନାଉଛନ୍ତି ମାଷ୍ଟରପ୍ଲାନ୍‌
ସାଙ୍ଘାତିକ ହଇରାଣ ହେବ ପାକିସ୍ତାନ

ପହଲଗାମ୍‌ ଆକ୍ରମଣ ପରେ ଭାରତ ବଦଲା ମୋଡ୍‌ରେ ଅଛି । କେମିତି ଆତଙ୍କୀଙ୍କୁ ପାନେ ଦିଆଯିବ ସେନେଇ ମାଷ୍ଟରପ୍ଲାନ୍‌ କରୁଛନ୍ତି ମୋଦୀ । ବାୟୁସେନା, ସ୍ଥଳସେନା ଓ ନୌସେନା ମୁଖ୍ୟଙ୍କ ସହ ବାରମ୍ବାର ବୈଠକ ବି ହେଉଛି । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ କି ପାକିସ୍ତାନକୁ ଏଥର ଆଉ ଛାଡ଼ିବାର ପ୍ରଶ୍ନ ଉଠୁନି । ସେପଟେ ମୋଦୀ ବି କହିସାରିଛନ୍ତି ଏଥର ନିର୍ଣ୍ଣାୟକ ଲଢେଇ ହେବ । ତେଣୁ ଭାରତର ପ୍ରସ୍ତୁତି ଦେଖି ଛାନିଆ ହେଲାଣି ପାକିସ୍ତାନ ।

ଚେତାବନୀ ଦେଲେ ମୋଦୀ-ଶାହ
ଏଥର ଆତଙ୍କୀଙ୍କୁ ଆଉ ନିସ୍ତାର ନାହିଁ

ପହଲଗାମ୍‌ ଆକ୍ରମଣ ପରେ ଆତଙ୍କୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶରେ ଯେଉଁମାନେ ଅଶାନ୍ତି ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବି ହେବ କହିଛନ୍ତି । ହେଲେ ଏହାପୂର୍ବରୁ ପାକିସ୍ତାନକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଭାରତ ମାଷ୍ଟର ପ୍ଲାନ୍‌ କରିଛି । ପହଲଗାମ୍ ଆକ୍ରମଣ ପରଦିନ ଅଟ୍ଟାରୀ-ୱାଘା ବର୍ଡର ଦେଇ ସ୍ଥଳପଥ ବାଣିଜ୍ୟ କାରବାର ଉପରେ ଭାରତ ପ୍ରଥମେ କଟକଣା ଲଗାଇଥିଲା । ପରେ ପରେ ପାକିସ୍ତାନରୁ ସବୁ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ରୋକ୍ ଲଗାଇଛି ।

ଖାଲି ଏତିକି ନୁହେଁ ବରଂ ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି, ପାକିସ୍ତାନରେ ତିଆରି ହେଉଥିବା କିମ୍ବା ସେଠାରୁ ରପ୍ତାନୀ ହେଉଥିବା ସବୁ ପ୍ରକାର ସାମଗ୍ରୀ ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛନ୍ତି ଭାରତ ସରକାର । ତେବେ ଅତ୍ୟାବଶ୍ୟକ କ୍ଷେତ୍ରରେ ଆମଦାନୀ ପାଇଁ କେନ୍ଦ୍ରର ଆଗୁଆ ଅନୁମତି ନେବାକୁ ପଡ଼ିବ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨୦୧୯ ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନରୁ ଆମଦାନୀ ଉପରେ ୨ ଶହ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା ଭାରତ । ଫଳରେ ସେବେଠାରୁ ଆମଦାନୀ ପରିମାଣ କମିଥିଲା । 

ଏହାସହ ଭାରତୀୟ ଆକାଶ ଉପର ଦେଇ ପାକିସ୍ତାନ ବିମାନ ଉଡ଼ାଣକୁ ମନା କରିବା ସହିତ ଜାହାଜ ଚଳାଚଳ ଉପରେ ବି ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର । ପାକିସ୍ତାନୀ ପତାକା ଲାଗିଥିବା କୌଣସି ଜାହାଜ ଭାରତୀୟ ବନ୍ଦରକୁ ଆସିପାରିବ ନାହିଁ ଏବଂ ଭାରତୀୟ ପତାକା ଲାଗିଥିବା ଜାହାଜକୁ ମଧ୍ୟ କୌଣସି ପାକିସ୍ତାନ ବନ୍ଦରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଡାକ ବିଭାଗ ବି ଜାରି କରିଛି ବଡ଼ କଟକଣା । ପାକିସ୍ତାନରୁ ଆକାଶପଥ ଓ ସ୍ଥଳପଥରେ ସମସ୍ତ ପ୍ରକାର ଚିଠିପତ୍ର ଓ ପାର୍ସଲ୍ ଆଦାନ ପ୍ରଦାନ ବନ୍ଦ କରାଯାଇଛି । ମୋଟ୍‌ ଉପରେ ପାକିସ୍ତାନ ଉପରେ ଭାରତ ଲଗାଇଥିବା କଟକଣା ପରେ ପାକିସ୍ତାନର ଅବସ୍ଥା ଅତି ଶୋଚନୀୟ ହେବ ବୋଲି କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe