କନକ ବ୍ୟୁରୋ: ମଧ୍ଯ ରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କଲା ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀର PoK ର ୯ଟି ଆତଙ୍କୀ ଶିବିର ଉପରେ ଆରମ୍ଭ ହେଲା ଆକ୍ରମଣ । ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ନେଲା ପଦକ୍ଷେପ।