କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଉଗ୍ର ରୂପ ନେଉଛି ଯୁଦ୍ଧ । ଇରାନ-ଇସ୍ରାଏଲ ଭିତରେ ଭୟଙ୍କର ହେବାରେ ଲାଗିଛି ସ୍ଥିତି । ଦୁଇ ଦେଶ ପରସ୍ପର ଉପରେ କରୁଛନ୍ତି ଘନ ଘନ ମିସାଇଲ ବର୍ଷା । ଦୁଇ ଦେଶର ବ୍ୟାପକ କ୍ଷତି ହେବା ସହ ଶହ ଶହ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରୁଛନ୍ତି । ଇରାନର ସବୁ ପରମାଣୁ ଆଡ୍ଡାକୁ ନଷ୍ଟ କରିବାକୁ ଶପଥ ନେଇଛି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଇରାନକୁ ଧମକ ଦେଇ କହିଛନ୍ତି, ଇରାନର ସବୁ ପରମାଣୁ ଠିକଣା ଗୁଡ଼ିକୁ ଧ୍ବଂସ କରିଦେବୁ । ସେପଟେ ଆମେରିକା ମଧ୍ୟ ଇରାନର ପରମାଣୁ ଶକ୍ତି ପ୍ରସ୍ତୁତ କରିବା କଥାକୁ ନେଇ ବିରୋଧ ଦର୍ଶାଇଛି । ଆମେରିକା କହିଛି ଇରାନ ପାଖରେ ପରମାଣୁ ଶକ୍ତି ରହିବା କଥା ନୁହେଁ । ଆଉ ଆବଶ୍ୟକ ହେଲେ ଇରାନର ସବୁ ପରମାଣୁ ଘାଟିକୁ ଧ୍ବଂସ କରିବାକୁ ଆମେରିକା ପଛାଇବ ନାହିଁ ବୋଲି ସୂଚନା ଦେଇଛି ।
ଜଳୁଛି ମଧ୍ୟପ୍ରାଚ୍ୟ
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି କହିଛନ୍ତି ଜିୟୋନିଷ୍ଟ ଶତ୍ରୁକୁ ଦଣ୍ଡ ଦିଆଯାଉଛି ଆଇଡିଏଫ୍ ଦାବି କରିଛି, ରାତିସାରା ତେହେରାନ ଉପରେ ମିସାଇଲ୍ ମାଡ଼ ହୋଇଥିଲା
ଏହି ସମୟରେ ୧୨ରୁ ଅଧିକ ସାମରିକ ଘାଟିକୁ ଟାର୍ଗେଟ୍ କରାଯାଇଥିଲା
ଆଇଡିଏଫ୍ ଭିଡିଓ ସେୟାର କରି କହିଛି, ୬୦ ରୁ ଅଧିକ ଲଢ଼ୁଆ ବିମାନ ବ୍ୟବହାର ହୋଇଥିଲା
ନେତାନ୍ୟାହୁ ଇରାନକୁ ଧମକ ଦେଇ କହିଛନ୍ତି, ସମସ୍ତ ପରମାଣୁ ସ୍ଥାନ ଧ୍ୱଂସ କରାଯିବ
ଇରାନର ଅଧା ମିସାଇଲ୍ ଲଞ୍ଚର୍ ମଧ୍ୟ ନଷ୍ଟ ହୋଇଯାଇଛି : ନେତାନ୍ୟାହୁ
ଇରାନ ଆମେରିକା ସହିତ ସିଧାସଳଖ ଆଲୋଚନା କରିଛି
ଇରାନ କହିଛି, ଯଦି ଇସ୍ରାଏଲ ଆକ୍ରମଣ ବନ୍ଦ କରେ ତେବେ ଆଲୋଚନା ହେବ
ଇରାନର ବୈଦେଶିକ ମନ୍ତ୍ରୀ ଅଓ୍ୱାସ ଆରାକଚି ଆମେରିକାର ମିଡିଲ ଇଷ୍ଟ ରାଷ୍ଟ୍ରଦୂତଙ୍କ ସହ କଥା ହୋଇଛନ୍ତି
ଆରାକଚି କହିଛନ୍ତି, ଇସ୍ରାଏଲର ଆକ୍ରମଣ ବନ୍ଦ ନହେଲେ ପରମାଣୁ ଆଲୋଚନା ସମ୍ଭବ ନୁହେଁ
ଟ୍ରମ୍ପ କହିଛନ୍ତି, ଦୁଇ ସପ୍ତାହ ମଧ୍ୟରେ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ନିଷ୍ପତ୍ତି ନେବେ
ଓମାନ ଓ କତାର ମାଧ୍ୟମରେ ଇରାନ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥି କରିବାକୁ ଚେଷ୍ଟା କରୁଛି
ଆଇଡିଏଫ୍ କହିଛି, ଇରାନରୁ ମିସାଇଲ ଉତ୍କ୍ଷେପଣ ପରେ ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ସାଇରନ୍ ବାଜିଛି
ଆଇଡିଏଫ୍ ଅନୁଯାୟୀ, ଇରାନ ଦକ୍ଷିଣ ଓ ମଧ୍ୟ ଇସ୍ରାଏଲକୁ ଟାର୍ଗେଟ୍ କରି ବହୁ ସଂଖ୍ୟକ ବାଲିଷ୍ଟିକ ମିସାଇଲ ମାଡ଼ କରିଛି
ତେଲ୍ ଅଭିଭ୍ ଓ ଜେରୁଜେଲେମ ସମେତ ଅନେକ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି
ଇରାନ ଇସ୍ରାଏଲର ପ୍ରମୁଖ ବିଜ୍ଞାନ ଅନୁଷ୍ଠାନ ଉପରେ ମିସାଇଲ ଆକ୍ରମଣ କରିଛି
ଇରାନର ବାଲିଷ୍ଟିକ ମିସାଇଲ ଇସ୍ରାଏଲର ୱେଜମ୍ୟାନ ବିଜ୍ଞାନ ଅନୁଷ୍ଠାନକୁ ଟାର୍ଗେଟ୍ କରିଛି
ମାର୍କୋ ରୁବିଓ, ଯୁଦ୍ଧ ଭିତରେ ବ୍ରିଟେନ୍, ଅଷ୍ଟ୍ରେଲିଆ, ଫ୍ରାନ୍ସ ଓ ଇଟାଲୀର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି
ବ୍ରିଟେନ୍ କହିଛି, ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବ ନାହିଁ
ଇରାନ ଇସ୍ରାଏଲର ସାଇବର ଆକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଇଣ୍ଟରନେଟ୍ ଓ ଟେଲିଫୋନ ସେବା ବନ୍ଦ କରିଛି
ଇରାନର ଯୋଗାଯୋଗ ମନ୍ତ୍ରଣାଳୟ ଏହାକୁ ଅସ୍ଥାୟୀ ଓ ଆବଶ୍ୟକ ପଦକ୍ଷେପ ବୋଲି କହିଛି
ଇରାନ ଦାବି କରିଛି, ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷର ଅନ୍ତ କିପରି ହେବ, ତାହା ସେମାନେ ନିଷ୍ପତ୍ତି କରିବେ
ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକଚି କହିଛନ୍ତି, ଆମେ ଯୁଦ୍ଧ ଆରମ୍ଭ କରିନଥିଲୁ
କିନ୍ତୁ ଏହା କିପରି ଶେଷ ହେବ, ତାହା ଆମେ ନିର୍ଦ୍ଧାରଣ କରିବୁ
ଇରାନ ସରକାର ନାଗରିକମାନଙ୍କୁ ହ୍ବାଟ୍ସଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି
ଇରାନ ଟାର୍ଗେଟ୍ରେ ଇସ୍ରାଏଲର ବଡ଼ ସହର
ଇରାନର ସାମ୍ପ୍ରତିକ ମିସାଇଲ ଆକ୍ରମଣରେ ଇସ୍ରାଏଲର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି
ଇରାନ ତେଲ୍ ଅଭିଭ୍, ହାଇଫା, ବାଟ ଯାମ, ରିଶନ ଲେଜିଅନ ଓ ବୀରଶେବାରେ ଆକ୍ରମଣ କରିଛି
ହାଇଫା ନିକଟସ୍ଥ ଏକ ଆବାସିକ ଅଞ୍ଚଳରେ ମିସାଇଲ ଆଘାତରେ ପାଞ୍ଚ ଜଣଙ୍କର ମୃତ୍ୟୁ
ସୋରୋକା ହସ୍ପିଟାଲ ଉପରେ ଆକ୍ରମଣରେ ୩୨ ଜଣ ଆହତ ହୋଇଛନ୍ତି
ତେଲ୍ ଅଭିଭ୍ରେ ଏକ ବହୁତଳ କୋଠା ଓ ବାଟ ଯାମରେ ୬୦ଟି ଘର କ୍ଷତିଗ୍ରସ୍ତ ହୋଇଛି
ହାଇଫାର ତୈଳ ବିଶୋଧନାଗାର ନିକଟରେ ମିସାଇଲ ମାଡ଼ ହୋଇଛି
ବାଜାନ ଗ୍ରୁପର ପାଇପଲାଇନ ଓ ଟ୍ରାନ୍ସମିସନ ଲାଇନକୁ କ୍ଷତି ପହଞ୍ଚାଇଛି
ପେଟାହ ଟିକଭାରେ ଆବାସିକ ଭବନରେ ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ
ଇସ୍ରାଏଲର ଜରୁରୀ ସେବା ଅନୁଯାୟୀ, ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ଓ ୩୮୦ ଜଣ ଆହତ
ଇରାନ ଦାବି କରିଛି, ସେମାନେ ଇସ୍ରାଏଲର ସାମରିକ ଓ ଗୁଇନ୍ଦା କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/20/mvmxsvns-2025-06-20-14-23-55.jpg)