କନକ ବ୍ୟୁରୋ : ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇରେ ଏଣ୍ଟ୍ରି ମାରିପାରେ ସୁପର ପାୱାର ଆମେରିକା । ଯଦି ଆମେରିକା ଯୁଦ୍ଧକୁ ଓହ୍ଲାଉଛି ତେବେ ସୁପର ପାଓ୍ୱାର ସାଙ୍ଗରେ ଇସ୍ରାଏର ଶକ୍ତି ମିଶି ଇରାନକୁ ଛାରଖାର କରିଦେବ । ଆମେରିକା ପାଖରେ ଏତେ ଶକ୍ତି ରହିଛି, ଯାହା ଆଗରେ ଇରାନ ମୁକାବିଲା କରିପାରିବା ସମ୍ଭବ ନୁହେଁ । ଆମେରିକା କଥାତ ବହୁ ଦୁରରେ ରହିଛି, ଇସ୍ରାଏଲର ବାୟୁସେନା ହିଁ ଇରାନ ପାଇଁ ଘାତକ ହୋଇପାରେ । ଇରାନ ପାଖରେ ବହୁ ମୁସକିଲରେ ୨୦୦୦କିମି ରେଞ୍ଜର ମିସାଇଲ୍ ଥିବା ବେଳେ ଆମେରିକା ପାଖରେ ହଦାର ହଜାର ପ୍ରକାରର ଅତ୍ୟାଧୁନିକ ମିସାଇଲ୍ ରହିଛି । ଏଭଳି ପରିସ୍ଥିତିରେ ଇରାନ୍ ଆମେରିକା ସହ କେତେ ଦୂର ମୁକାବିଲା କରିପାରିବ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆମେରିକା, ଇସ୍ରାଏଲ୍ ଓ ଇରାନର ଶକ୍ତି କେତେ ଆସନ୍ତୁ ଥରେ ନଜର ପକାଇବା । 

Advertisment

ସିଜଲ-୨ ବନାମ ବଙ୍କର୍ ବଷ୍ଟର
ଇରାନ ନିକଟରେ ଏକ ନୂତନ ପିଢ଼ିର ମିସାଇଲ୍ ଲଞ୍ଚ କରିଛି, ଯାହାର ନାମ ସିଜଲ-୨ । ଏହାର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି । ସେହିପରି ଇସ୍ରାଏଲର ବଙ୍କର୍ ବଷ୍ଟର ବି ରର୍ଚ୍ଚାରେ ରହିଛି, କାରଣ ଏହା ହେଉଛି ସେହି ଅସ୍ତ୍ର ଯାହା ଇରାନର ଦୁର୍ଗମ ଅଞ୍ଚଳରେ ଭୂମି ଏବଂ ପର୍ବତ ତଳେ ନିର୍ମିତ ସୁରକ୍ଷିତ ବଙ୍କରରେ ଚାଲୁଥିବା ପରମାଣୁ ପ୍ରକଳ୍ପକୁ ଧ୍ୱଂସ କରିପାରିବ । 

ଇସ୍ରାଏଲ୍-ଆମେରିକା-ଇରାନ, 
କାହା ପାଖରେ କେତେ ଯୁଦ୍ଧ ବିମାନ?
ଗ୍ଲୋବାଲ ଫାୟାର ପାୱାର ରିପୋର୍ଟ ଅନୁଯାୟୀ, ଆମେରିକା ପାଖରେ ସର୍ବଦା ଯୁଦ୍ଧ ପାଇଁ ୧୩,୦୦୦ ଏୟାରକ୍ରାପ୍ଟ ପ୍ରସ୍ତୁତ ହୋଇ ରହିଥାଏ । ସେହିପରି ଇସ୍ରାଏଲ ପାଖରେ ୬୧୧ ଯୁଦ୍ଧ ବିମାନ ଅଛି । ଇରାନ ପାଖରେ ମୋଟ ୫୫୧ ବିମାନ ଅଛି । ଯଦି ଆମେ କେବଳ ଯୁଦ୍ଧ ବିମାନ ବିଷୟରେ କଥା ହେବା, ତେବେ ଆମେରିକା ପାଖରେ ୧୭୯୦, ଇସ୍ରାଏଲ୍ ପାଖରେ କେବଳ ୧୮୮ ଟି ଏୟାରକ୍ରାପ୍ଟ ରହିଥିବା ବେଳେ ଇରାନ ପାଖରେ ୨୪୦ ଟି ଯୁଦ୍ଧ ବିମାନ ଅଛି । 

ସ୍ପେସାଲ୍ ମିସନ୍ ପାଇଁ ଇରାନ ପାଖରେ ମାତ୍ର ୧୦ଟି ଲଢ଼ୁଆ ବିମାନ 
ଆମେରିକା ପାଖରେ ସ୍ୱତନ୍ତ୍ର ମିଶନ ପାଇଁ ୬୪୭ଟି ସ୍ୱତନ୍ତ୍ର ଯୁଦ୍ଧ ବିମାନ ଏବଂ ଇସ୍ରାଏଲ ପାଖରେ ୧୯ଟି ବିମାନ ରହିଥିବା ବେଳେ ଇରାନ ପାଖରେ ସ୍ୱତନ୍ତ୍ର ମିଶନ ପାଇଁ ମାତ୍ର ୧୦ଟି ବିମାନ ଅଛି । ଇସ୍ରାଏଲ ପାଖରେ ଯୁଦ୍ଧ ସମୟର ଚ୍ୟାଲେଞ୍ଜିଂ ପରିସ୍ଥିତିରେ କାର୍ଯ୍ୟ କରିବା ପାଇଁ ଗୁପ୍ତ ଏବଂ ଅନ୍ୟାନ୍ୟ ଉନ୍ନତ ଟେକନିକ୍ ସହିତ ସଜ୍ଜିତ ୩୮ଟି ଲଢ଼ୁଆ ବିମାନ ରହିଥିବା ବେଳେ ଆମେରିକା ପାଖରେ ଏପରି ୮୮୯ଟି ବିମାନ ଅଛି । ଏହି ଦୁଇଟି ତୁଳନାରେ, ଇରାନ ପାଖରେ ଏପରି କେବଳ ୨୧ଟି ବିମାନ ଅଛି । 

ଘାତକ ହେଲିକପ୍ଟର 
ଆକ୍ରମଣାତ୍ମକ ହେଲିକପ୍ଟର କ୍ଷେତ୍ରରେ ମଧ୍ୟ, ଇରାନ ଇସ୍ରାଏଲ ଏବଂ ଆମେରିକାର ମିଳିତ ଶକ୍ତି ସହିତ ସମକକ୍ଷ ହୋଇପାରିବ ନାହିଁ । ଇସ୍ରାଏଲ ପାଖରେ ୪୮ଟି ଘାତକ ହେଲିକପ୍ଟର ରହିଥିବା ବେଳେ ଇରାନ ପାଖରେ କେବଳ ୧୩ଟି ଏବଂ ଆମେରିକା ପାଖରେ ୧୦୦୨ଟି ଆକ୍ରମଣାତ୍ମକ ହେଲିକପ୍ଟର ଅଛି । ଇରାନର ମୋଟ ହେଲିକପ୍ଟର ସଂଖ୍ୟା ମଧ୍ୟ ଇସ୍ରାଏଲ ତୁଳନାରେ କମ୍ । ଇରାନରେ ୧୨୮ଟି ଯୁଦ୍ଧ ହେଲିକପ୍ଟର ଥିବା ବେଳେ, ଇସ୍ରାଏଲ ପାଖରେ ୧୪୭ଟି ଅଛି ଏବଂ ଯଦି ଆମେ ଆମେରିକା କଥା କହିବା, ତେବେ ଏହାର ୫୮୪୩ଟି ହେଲିକପ୍ଟର ଅଛି । ଯାହା ଇରାନକୁ ମାଟିରେ ମିଶାଇବା ପାଇଁ କାଫି । 

କାହା ପାଖରେ କେତେ ମିସାଇଲ୍?
ଯଦି ଆମେ ମିସାଇଲ୍ ବିଷୟରେ କଥା ହେବା, ତେବେ ଇରାନ ପାଖରେ ଅନେକ ଛୋଟ, ମଧ୍ୟମ ଏବଂ ଆନ୍ତଃମହାଦେଶୀୟ ଅର୍ଥାତ୍ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ରହିଛି । ଇରାନ ପାଖରେ ସିଜଲ୍-୨ ନାମକ ଏକ ମିସାଇଲ୍ ରହିଛି, ଯାହାର ରେଞ୍ଜ ୧୫୦୦ ରୁ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହି ତୁଳନାରେ, ଇସ୍ରାଏଲ ପାଖରେ ଜେରିକୋ-୨ ଅଛି । ଏହି ମିସାଇଲର ରେଞ୍ଜ୍ ୧୫୦୦ ରୁ ୩୫୦୦ କିଲୋମିଟର ପର୍ଯ୍ୟନ୍ତ । ଯଦି ଆମେ ଆମେରିକା ବିଷୟରେ କଥା ହେବା, ତେବେ ଆମେରିକା ପାଖରେ D-5 ଟ୍ରାଇଡେଣ୍ଟ ଭଳି ମିସାଇଲ୍ ରହିଛି, ଯାହାର ରେଞ୍ଜ ୭୪୦୦-୧୨୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଆମେରିକା ପାଖରେ ମିନିଟ୍‌ମ୍ୟାନ୍-୩ ଭଳି ଦୀର୍ଘ ଦୂରତା ମିସାଇଲ୍ ସିଷ୍ଟମ୍ ବି ରହିଛି, ଯାହାର ରେଞ୍ଜ ୯,୬୫୦-୧୩,୦୦୦ କିଲୋମିଟର । ଇରାନ ପାଖରେ ସିଜଲ୍-୨ ଠାରୁ ଅଧିକ ଦୂରତା କ୍ଷେପଣାସ୍ତ୍ର ନାହିଁ । ସିଜଲ୍-୨ ଇସ୍ରାଏଲର ଜେରିକୋ-୨ ସହିତ ପ୍ରତିଯୋଗିତା ମଧ୍ୟ କରିପାରିବ ନାହିଁ । ଇସ୍ରାଏଲର ଜେରିକୋ-୨ର ରେଞ୍ଜ ଆହୁରି ଅଧିକ । ଏହା ୪୮୦୦ ରୁ ୬୫୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟ ଧ୍ୱଂସ କରିପାରିବ ।

ଇରାନର କ୍ରୁଜ୍ ଏବଂ ଆଣ୍ଟି ସିପ୍ ମିସାଇଲର ଶକ୍ତି
କ୍ରୁଜ୍ କ୍ଷେପଣାସ୍ତ୍ର ବିଷୟରେ କହିବାକୁ ଗଲେ, ଇରାନ ପାଖରେ KH-55 ଭଳି ବାୟୁରୁ ନିକ୍ଷେପିତ କ୍ଷେପଣାସ୍ତ୍ର ମଧ୍ୟ ଅଛି, ଯାହା ପରମାଣୁ ଅସ୍ତ୍ର ବହନ କରିବାରେ ସକ୍ଷମ ରହିଛି । ୟା-ଅଲି ଭଳି ଭୂମିରୁ ନିକ୍ଷେପିତ କ୍ରୁଜ୍ ମିସାଇଲ୍ ମଧ୍ୟ ରହିଛି, ଯାହା ୭୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଧ୍ୱଂସ କରିପାରିବ । ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ ହେଉଛି ସୁମେର, ଯାହାର ରେଞ୍ଜ ୨୦୦୦ କିଲୋମିଟର ରହିଛି । ଏହା ବ୍ୟତୀତ ଇରାନ ପାଖରେ ‘ରାଡ଼’ ଭଳି ଆଣ୍ଟି ସିପ୍ ମିସାଇଲ୍ ସିଷ୍ଟମ୍ ମଧ୍ୟ ଅଛି, ଯାହା ସମୁଦ୍ରରୁ ଆକ୍ରମଣ ହେଲେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏହା ବ୍ୟତିତ, ନାସର-1 ଭଳି ଏକ କ୍ଷେପଣାସ୍ତ୍ର ମଧ୍ୟ ଅଛି, ଯାହା ୩୦୦୦ ଟନ୍ ପର୍ଯ୍ୟନ୍ତ ଯୁଦ୍ଧଜାହାଜ କିମ୍ବା ଲକ୍ଷ୍ୟ ଧ୍ୱଂସ କରିବାରେ ମାହିର୍ ବୋଲି ଦାବି କରାଯାଇଛି । ୩ ଦେଶର ଶକ୍ତିକୁ ଦେଖିବା ପରେ ଏହା ଜଣାପଡୁଛି ଯେ, ଆମେରିକା ଓ ଇସ୍ରାଏଲ୍ ସହ ଇରାନର କୌଣସି ମୁକାବିଲା ସମ୍ଭବ ନୁହେଁ ।