War Update Photograph: (Kanak News)
କନକ ବ୍ୟୁରୋ : ଇସ୍ରାଏଲ ଏବଂ ଇରାନ ଉପରେ ଆକ୍ରମଣ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଦୁବାଇ ଏବଂ ସାରଜାହରୁ ବିମାନ ବାତିଲ ହେବା ଯୋଗୁଁ ମଧ୍ୟପ୍ରଦେଶର ୧୦୦ ରୁ ଅଧିକ ଲୋକ ଏଠାରେ ଫସି ରହିଛନ୍ତି । ଇନ୍ଦୋରର ବିଜେପି ନେତା ତଥା ପୂର୍ବତନ ବିଧାୟକ ସଞ୍ଜୟ ଶୁକ୍ଳା, ଯିଏ ଏକ ବାହାଘରରେ ଯୋଗଦେବାକୁ ଦୁବାଇ ଯାଇଥିଲେ, ସେ ମଧ୍ୟ ଫସି ରହିଛନ୍ତି । ସଞ୍ଜୟ ଶୁକ୍ଳାଙ୍କ ସହ ଶିଳ୍ପପତି, ବିଲଡରଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଅଛନ୍ତି । ସୂଚନା ଅନୁସାରେ,ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେମାନଙ୍କ ପାଇଁ ଯେମିତି କୌଣସି ବିଷମ ପରିସ୍ଥିତି ସୃଷ୍ଟି ନହୁଏ ।
ଆହୁରି ପଢ଼ନ୍ତୁ : ଖାମେନେଇଙ୍କ ମୃତ୍ୟୁ, ଇସ୍ରାଏଲ ଆକ୍ରମଣକୁ ନେଇ ସାଉଦି ଆରବ ଉପରେ ପ୍ରଶ୍ନ
ମଧ୍ୟପ୍ରଦେଶର ଯାତ୍ରୀମାନେ ମଧ୍ୟ ଶାରଜାହରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇନ୍ଦୋରର ବାସିନ୍ଦା ବୋଲି କୁହାଯାଉଛି । ଶାରଜାହରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବାତିଲ କରାଯାଇଛି । ଏହା ଦ୍ୱାରା ମଧ୍ୟପ୍ରଦେଶର ୧୦୦ ରୁ ଅଧିକ ଯାତ୍ରୀ ଦୁବାଇ ଓ ଶାରଜାହ ବିମାନବନ୍ଦରରେ ଫସି ରହିଛନ୍ତି । ଯାତ୍ରୀମାନେ ଇନ୍ଦୋର, ଭୋପାଳ ଓ ଗ୍ୱାଲିୟର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ବିମାନ ବାତିଲ ହେବା ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆହୁରି ପଢ଼ନ୍ତୁ : ଖାମେନେଇଙ୍କ ମୃତ୍ୟୁ, ଇସ୍ରାଏଲ ଆକ୍ରମଣକୁ ନେଇ ସାଉଦି ଆରବ ଉପରେ ପ୍ରଶ୍ନ
ସେପଟେ, ଇରାନର ସରକାରୀ ଗଣମାଧ୍ୟମ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ନେଇ ନିଶ୍ଚିତ କରିଛି । ରଏଟର୍ସ ଦୁଇଟି ଇରାନୀ ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟ କରିଛି ଯେ, ଆକ୍ରମଣର କିଛି ସମୟ ପୂର୍ବରୁ ଖେମିନି ଦୁଇ ବରିଷ୍ଠ ପରାମର୍ଶଦାତା ଅଲ୍ଲୀ ଲାରିଜାନି ଏବଂ ଅଲି ଶାମଖାନିଙ୍କ ସହ ଏକ ସୁରକ୍ଷିତ ସ୍ଥାନରେ ସାକ୍ଷାତ କରୁଥିଲେ । ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ କହିଛି, ଶନିବାର ସକାଳେ ଆକ୍ରମଣରେ ଅଲି ଖେମିନି ମଧ୍ୟ ପ୍ରାଣ ହରାଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି। ଲାରିଜାନି ଶନିବାର ରାତିରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଏବଂ ତାଙ୍କ ଅବସ୍ଥା ବର୍ତ୍ତମାନ ଅଜଣା ଅଛି ।
Follow Us