ସତ ମାନିଲା ପାକିସ୍ତାନ : ଅପରେସନ ସିନ୍ଦୂରରେ ୨୦ ନୁହେଁ ଧ୍ୱଂସ ପାଇଛି ଆତଙ୍କୀସ୍ତାନର ୨୮ ଠିକଣା

ପାକିସ୍ତାନର ଦସ୍ତାବିଜ ଅନୁଯାୟୀ, ଭାରତର ଆକ୍ରମଣ କେବଳ ଆତଙ୍କବାଦୀ ଶିବିର ନୁହେଁ, ବରଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥାନକୁ ମଧ୍ୟ ନଷ୍ଟ କରିଛି । ଯାହା ପାକିସ୍ତାନ ସେନାରେ ଆତଙ୍କ ସୃଷ୍ଟି କରିଥିଲା । 

ଅଦ୍ୟତନ ହୋଇଛି
ଜେକେଲଲ୍

Photograph: (KanakNews )

କନକ ବ୍ୟୁରୋ : ପାକିସ୍ତାନର ଦସ୍ତାବିଜରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ, ଯେଉଁଥିରେ ଦାବି କରାଯାଇଛି ଯେ ଭାରତର ଅପରେସନ୍ ସିନ୍ଦୂର ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ବ୍ୟତୀତ ଅନ୍ୟ ଆଠଟି ସ୍ଥାନରେ ଭାରତୀୟ ବାୟୁସେନା ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି । ଏହି ସୂଚନା ପାକିସ୍ତାନର ସେନା ଓ ସରକାରୀ ସୂତ୍ରମାନଙ୍କ ରିପୋର୍ଟକୁ ଉଲ୍ଲେଖ କରି ପ୍ରସ୍ତୁତ କରାଯାଇଛି । ଅପରେସନ୍ ସିନ୍ଦୂର ଥିଲା ଏପ୍ରିଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ । ଭାରତୀୟ ସେନା, ନୌସେନା ଓ ବାୟୁସେନାର ମିଳିତ ଅଭିଯାନରେ ଜୈସ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଓ ହିଜବୁଲ ମୁଜାହିଦ୍ଦିନ ସମ୍ପର୍କିତ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା । ପାକିସ୍ତାନର ଦସ୍ତାବିଜ ଅନୁଯାୟୀ, ଭାରତର ଆକ୍ରମଣ କେବଳ ଆତଙ୍କବାଦୀ ଶିବିର ନୁହେଁ, ବରଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥାନକୁ ମଧ୍ୟ ନଷ୍ଟ କରିଛି । ଯାହା ପାକିସ୍ତାନ ସେନାରେ ଆତଙ୍କ ସୃଷ୍ଟି କରିଥିଲା । 

ସତ ମାନିଲା ପାକିସ୍ତାନ 
୨୦ ନୁହେଁ, ୨୮ ଠିକଣା ଧ୍ୱଂସ
ରାୱଲପିଣ୍ଡି, ଲାହୋର, ଝାଙ୍ଗ, ସୌରକୁଟ, ବାୱାଲନଗର, ରହିମ୍ ୟାର ଖାନ୍, ପେଶାୱାର, କରାଚୀ, ହାଇଦ୍ରାବାଦ, ସୁକ୍କର, ଆଟୋକ୍, ଚାକ୍ବଲ, ଗୁଜରାଟ, କରାଚୀ, ମିଆନୋ, ଚୋର୍, ଗୁଜରନୱାଲା, ଲାହୋର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe