କନକ ବ୍ୟୁରୋ : ପାକିସ୍ତାନର ଦସ୍ତାବିଜରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ, ଯେଉଁଥିରେ ଦାବି କରାଯାଇଛି ଯେ ଭାରତର ଅପରେସନ୍ ସିନ୍ଦୂର ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ବ୍ୟତୀତ ଅନ୍ୟ ଆଠଟି ସ୍ଥାନରେ ଭାରତୀୟ ବାୟୁସେନା ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି । ଏହି ସୂଚନା ପାକିସ୍ତାନର ସେନା ଓ ସରକାରୀ ସୂତ୍ରମାନଙ୍କ ରିପୋର୍ଟକୁ ଉଲ୍ଲେଖ କରି ପ୍ରସ୍ତୁତ କରାଯାଇଛି । ଅପରେସନ୍ ସିନ୍ଦୂର ଥିଲା ଏପ୍ରିଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ । ଭାରତୀୟ ସେନା, ନୌସେନା ଓ ବାୟୁସେନାର ମିଳିତ ଅଭିଯାନରେ ଜୈସ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଓ ହିଜବୁଲ ମୁଜାହିଦ୍ଦିନ ସମ୍ପର୍କିତ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା । ପାକିସ୍ତାନର ଦସ୍ତାବିଜ ଅନୁଯାୟୀ, ଭାରତର ଆକ୍ରମଣ କେବଳ ଆତଙ୍କବାଦୀ ଶିବିର ନୁହେଁ, ବରଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥାନକୁ ମଧ୍ୟ ନଷ୍ଟ କରିଛି । ଯାହା ପାକିସ୍ତାନ ସେନାରେ ଆତଙ୍କ ସୃଷ୍ଟି କରିଥିଲା । 

Advertisment

ସତ ମାନିଲା ପାକିସ୍ତାନ 
୨୦ ନୁହେଁ, ୨୮ ଠିକଣା ଧ୍ୱଂସ
ରାୱଲପିଣ୍ଡି, ଲାହୋର, ଝାଙ୍ଗ, ସୌରକୁଟ, ବାୱାଲନଗର, ରହିମ୍ ୟାର ଖାନ୍, ପେଶାୱାର, କରାଚୀ, ହାଇଦ୍ରାବାଦ, ସୁକ୍କର, ଆଟୋକ୍, ଚାକ୍ବଲ, ଗୁଜରାଟ, କରାଚୀ, ମିଆନୋ, ଚୋର୍, ଗୁଜରନୱାଲା, ଲାହୋର