‘ବ୍ରହ୍ମୋସ କେବଳ ହତିଆର ନୁହେଁ , ଏକ ସନ୍ଦେଶ’ : ପାକିସ୍ତାନକୁ ଚେତାଇ ଦେଲେ ପ୍ରତିରକ୍ଷାମନ୍ତ୍ରୀ

ବ୍ରହ୍ମୋସ ୨୯୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର ସାମର୍ଥ୍ୟ ରଖେ ଏବଂ ଏହାର ଗତି ୨.୮ ସ୍ପିଡରେ ପହଞ୍ଚିଥାଏ । ‘ଫାୟାର ଆଣ୍ଡ୍ ଫରଗେଟ୍’ ସିଷ୍ଟମରେ କାମ କରି ସ୍ଥଳ,ଜଳ ଏବଂ ଆକାଶରୁ ମଧ୍ୟ ଏହାକୁ ଲଞ୍ଚ୍ କରାଯାଇପାରିବ । 

Rajnath Brahmos

Rajnath Brahmos Photograph: (KanakNews)

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ଉତ୍ତରପ୍ରଦେଶର ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ୍ କରିଡରରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ୍ ୟୁନିଟ୍ ଉଦଘାଟନ କରିଥିଲେ । ଏହି ୩୦୦ କୋଟି ଟଙ୍କାର ଅତ୍ୟାଧୁନିକ ସୁବିଧା ପ୍ରତିବର୍ଷ ୮୦ ରୁ ୧୦୦ ବ୍ରହ୍ମୋସ ମିସାଇଲ୍ ଉତ୍ପାଦନର କ୍ଷମତା ରଖିଥାଏ । ବ୍ରହ୍ମୋସ ୨୯୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର ସାମର୍ଥ୍ୟ ରଖେ ଏବଂ ଏହାର ଗତି ୨.୮ ସ୍ପିଡରେ ପହଞ୍ଚିଥାଏ । ‘ଫାୟାର ଆଣ୍ଡ୍ ଫରଗେଟ୍’ ସିଷ୍ଟମରେ କାମ କରି ସ୍ଥଳ,ଜଳ ଏବଂ ଆକାଶରୁ ମଧ୍ୟ ଏହାକୁ ଲଞ୍ଚ୍ କରାଯାଇପାରିବ । 

rajnath singh brahmos
rajnath singh brahmos Photograph: (google)

 ‘ବ୍ରହ୍ମୋସ କେବଳ ହତିଆର ନୁହେଁ , ଏକ ସନ୍ଦେଶ’

ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ୍ ୟୁନିଟ୍ ଉଦଘାଟନ ସମୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ‘ ବ୍ରହ୍ମୋସ କଥା ଯଦି କହିବା ତା’ହେଲେ ଦୁନିଆର ସବୁଠାରୁ ଶକ୍ତିଶାଳୀ ସୁପରସୋନିକ କ୍ରୁଜ୍ ମିସାଇଲ୍ ମଧ୍ୟରୁ ଗୋଟିଏ ହେଉଛି ବ୍ରହ୍ମୋସ । କିନ୍ତୁ ଏହା କେବଳ ଏକ ହତିଆର ନୁହେଁ , ଏକ ସନ୍ଦେଶ .. ଆମ ସଶସ୍ତ୍ର ସେନାର ଶକ୍ତି , ଶତ୍ରୁ ପ୍ରତି ଆମର ପ୍ରତିରୋଧ କ୍ଷମତା ଏବଂ ସୀମାର ରକ୍ଷା ପାଇଁ ଆମର ପ୍ରତିବଦ୍ଧତାର ସନ୍ଦେଶ ଦିଏ ବଳଶାଳୀ ବ୍ରହ୍ମୋସ ।’ 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe