କନକ ବ୍ୟୁରୋ : ପୁଣିଥରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛି ପାକିସ୍ତାନ । ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିବା  ନିଷ୍ପତ୍ତି ଉପରେ ବଡ଼ ଟିପ୍ପଣି ଦେବା ସହ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ସେ ବର୍ତ୍ତମାନ ଆମେରିକାରେ ଅଛନ୍ତି, ଆଉ ୱାଶିଂଟନରୁ ହିଁ ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି । ସେ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିନାମା ଉଲ୍ଲଂଘନ କରି ଭାରତ ପାକିସ୍ତାନର ଜଳସମ୍ପଦକୁ ବାଧା ଦେଉଛି ଏବଂ ଜଳ ପାଇଁ ପ୍ରଥମ ପରମାଣୁ ଯୁଦ୍ଧର ମୂଳଦୁଆ ପକାଇଛି ।

Advertisment

ପାକିସ୍ତାନୀ ଖବରକାଗଜ ଦି ଡନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଲାୱାଲ ଭୁଟ୍ଟୋ କହିଛନ୍ତି, ପାକିସ୍ତାନକୁ ପାଣି ବନ୍ଦ କରିବା ଯୁଦ୍ଧର ଏକ କାରଣ ହେବ । ସେ ଧମକ ଦେଇ ଆହୁରି କହିଛନ୍ତି, "ଆମେ ଏହା ଜାତୀୟତାବାଦର ବିଷୟ ଭାବରେ କହୁନାହୁଁ । ଆମେ ମଜାରେ ଏସବୁ କହୁନାହୁଁ, ଯାହା କୁହାଯାଉଛି ତାହା ହେବ । ସିନ୍ଧୁ ନଦୀ ପାଣି ବନ୍ଦ କରି ଆମ ଅସ୍ତିତ୍ୱକୁ ସଂକଟରେ ପକାଯାଉଛି । ପୃଥିବୀର ଯେକୌଣସି ଦେଶ, ତା'ର ଆକାର, ତା'ର ଶକ୍ତି କିମ୍ବା ତା'ର କ୍ଷମତା ଯାହା ହେଉନା କାହିଁକି, ତା'ର ଅସ୍ତିତ୍ୱ ଏବଂ ତା'ର ଜଳ ପାଇଁ ସେ ଲଢ଼ିବ ।" ଆମେ ବି ଲଢ଼େଇ କରିବୁ । ଏପରି କହିବା ସହ ସେ ଭାରତ ସହ ଏହି ଚୁକ୍ତି ବିଷୟରେ ଆଲୋଚନା ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି ।