Bangladesh Gears Up For War Photograph: (kanak News)
କନକ ବ୍ୟୁରୋ: ବାଂଲାର ସ୍ଥିତି କଣ ତାହା ପୂରା ବିଶ୍ବ ଜାଣିଛି । ଓଳିଏ ଖାଇଲେ ଆର ଓଳିକୁ ଭୋକିଲା ପରିସ୍ଥିତି । ଇଏ ଆଜି କି କାଲିର କଥା ନୁହେଁ ବରଂ ବର୍ଷବର୍ଷର କଥା । କାରଣ ବାଂଲାକୁ ଅନେକ ସମୟରେ ସହାୟତାର ହାତ ବଢାଇଥାଏ ଭାରତ । ହେଲେ ଏବେ କାଶ୍ମୀର ପହଲଗାମ୍ରେ ଆତଙ୍କୀ ହମ୍ଲା ପରେ ଭାରତ ପାକିସ୍ତାନ ଉପରେ ଶକ୍ତ ପଦକ୍ଷେପ ନେବାକୁ ଯାଉଛି । ଯାହାକୁ ନେଇ ଖୋଦ୍ ପାକିସ୍ତାନ ଚିନ୍ତାରେ ଥିବା ବେଳେ ବାଂଲା ଏହାର ଫାଇଦା ଉଠାଇବାକୁ ଯାଉଛି । ଏମିତିକି ଭାରତ ଯେଉଁ ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିବ ସେହି ସମୟରେ ବାଂଲା ଆକ୍ରମଣ କରି ଉତ୍ତର ପୂର୍ବ ରାଜ୍ୟକୁ ନିଜ ଦଖଲ କରିବ ବୋଲି ସ୍ବପ୍ନ ଦେଖୁଛି । ଯାହାକୁ ନେଇ ଏବେ ଚିନ୍ତା ବଢିଛି ।
ଭାରତ ଉପରେ ଆକ୍ରମଣ କରିବାକୁ ବାଂଲାର ପ୍ଲାନ୍
ଖାଇବାକୁ ପାଉନାହାନ୍ତି, ଯୁଦ୍ଧ ପାଇଁ ସଜବାଜ ହେଉଛନ୍ତି
ଭାରତରେ ଅଶାନ୍ତ ସୃଷ୍ଟି କରିବାକୁ
ବାରମ୍ବାର ପ୍ରୟାସ କରୁଛି ଚୀନ୍
ଭାରତରେ କେମିତି ଅଶାନ୍ତି ସୃଷ୍ଟି ହେବ ସେନେଇ ପଡ଼ୋଶୀ ସବୁବେଳେ ଚେଷ୍ଟାରତ । ଖାସ କରି ପାକିସ୍ତାନ, ଚାଇନା ଓ ବାଂଲାଦେଶ ଏକାଠି ଷଡ଼ଯନ୍ତ୍ର କରୁଥିବା ପରି ମନେ ହେଉଛି । ଗୋଟିଏ ପଟେ ପହଲଗାମ୍ ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ଥିବା ଜଣାପଡ଼ିବା ପରେ ଭାରତ କୂଟନୈତିକସ୍ତରରେ ପାକ୍କୁ ଏକଘରକିଆ କରିବାକୁ ଚେଷ୍ଟା କରୁଛି । ହେଲେ ଚୀନ କିନ୍ତୁ ପାକିସ୍ତାନ ପ୍ରେମରେ ଉବୁଟୁବୁ ହେଉଛି । କିନ୍ତୁ ଭାରତ ସବୁ ପ୍ରମାଣ ଏକାଠି କରି ପାକିସ୍ତାନକୁ ପାନେ ଦେବାକୁ ଅଣ୍ଟା ଭିଡ଼ିଛି । ପାକିସ୍ତାନ ଚୀନ କଥାରେ ବସଉଠ୍ ହେଉଛି ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ପଡ଼ୋଶୀ ବାଂଲାଦେଶ ବି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି ଜଣାପଡ଼ିବା ପରେ ସବୁଠି ଚର୍ଚ୍ଚା ।
ପାକିସ୍ତାନ ଆକ୍ରମଣ କଲେ
ବିଶ୍ବ ମ୍ୟାପ୍ରୁ ଉଡ଼ିଯିବ ସେ ଦେଶ
ବାଂଲାର ସ୍ଥିତି କଥା ପଚାରେ କିଏ ?
ଭାରତ ଉପରେ ଯେବେ ବି ପାକିସ୍ତାନ ଆକ୍ରମଣ କରିବ ତାହାର କଡ଼ା ମୁକାବିଲା କରିବ ଭାରତ । ହଁ, ଏହା ସତ୍ୟ ଯେ ଭାରତର ଅନେକାଂଶ ସ୍ଥାନ କ୍ଷତି ସହିବ । ହେଲେ ପାକିସ୍ତାନ ବିଶ୍ବ ମ୍ୟାପ୍ରୁ ହଜିଯିବ ଏକଥା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏବେ ପୁଣି ବାଂଲା କହୁଛି ଭାରତ ଉପରେ ଆକ୍ରମଣ କରି କିଛି ରାଜ୍ୟକୁ ନିଜ ଅଧୀନକୁ ନେବ । ଏହା କେବଳ ସ୍ବପ୍ନ କହିଲେ କିଛି ଭୁଲ୍ ହେବ ନାହିଁ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଘନିଷ୍ଠ ଭାବେ ଜଣାଶୁଣା ଅବସରପ୍ରାପ୍ତ ମେଜର ଜେନେରାଲ ଏଏଲ୍ଏମ୍ ଫଜଲୁର ରେହମାନ କହିଛନ୍ତି, ଯଦି ନୂଆଦିଲ୍ଲୀ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ତାଙ୍କ ଦେଶ ଭାରତର ସାତୋଟି ଉତ୍ତର-ପୂର୍ବ ରାଜ୍ୟ ଉପରେ ଆକ୍ରମଣ କରି ଦଖଲ କରିନେବା ଉଚିତ । ଏହି ଲକ୍ଷ୍ୟ ହାସଲ ପାଇଁ ଚୀନ୍ର ସହଯୋଗ ଲୋଡ଼ିବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି ।
ପାକିସ୍ତାନ ଓ ବାଂଲାଦେଶକୁ
ଭାରତ ବିରୋଧରେ ଉସୁକାଉଛି ଚୀନ୍
ଭାରତରେ କେମିତି ଅଶାନ୍ତି ସୃଷ୍ଟି ହେବ ସେନେଇ ଚୀନ୍ ସବୁବେଳେ ଚକ୍ରାନ୍ତ କରେ । ହେଲେ ଏବେ ଚୀନ୍ ଚାଲ୍ର ପର୍ଦ୍ଦାଫାସ ହୋଇଛି । ପୂର୍ବରୁ ମାର୍ଚ୍ଚ ମାସରେ ମହମ୍ମଦ ୟୁନୁସ୍ ଚୀନ୍ ଗସ୍ତ ସମୟରେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଉପରେ ମନ୍ତବ୍ୟ ଦେବା ପରେ ଉତ୍ତେଜନା ଦେଖାଦେଇଥିଲା । ଭାରତର ପୂର୍ବ ଭାଗରେ ଥିବା ସାତୋଟି ରାଜ୍ୟକୁ ସାତ ଭଉଣୀ କୁହାଯାଏ । ଏହା ଭାରତର ଏକ ଭୂମିଘେରା ଅଞ୍ଚଳ । ସମୁଦ୍ରରେ ପହଞ୍ଚିବା ପାଇଁ ଏହି ରାଜ୍ୟମାନଙ୍କ ପାଖରେ କୌଣସି ଉପାୟ ନାହିଁ। ବାଂଲାଦେଶ ଏହି ଅଞ୍ଚଳରେ ‘ସମୁଦ୍ରର ଏକମାତ୍ର ରକ୍ଷକ’। ଏହା ଚୀନ ପାଇଁ ଏକ ବିରାଟ ଅର୍ଥନୈତିକ ସୁଯୋଗ ମଧ୍ୟ । ଏପରି ଲୋଭ ଦେଖାଇ ବା ଯୁକ୍ତି ରଖି ୟୁନୁସ୍ ଚୀନକୁ ବାଂଲାଦେଶରେ ନିବେଶ ପାଇଁ ଆମନ୍ତ୍ରଣ କରିଥିଲେ । ଆଉ ଏବେ ଭାରତ ବିରୋଧରେ ବି ଷଡ଼ଯନ୍ତ୍ର କେମିତି ରଚାଯାଉଛି ତାହା ସ୍ପଷ୍ଟ ହେଲାଣି ।
Follow Us