କନକ ବ୍ୟୁରୋ : ଏପଟେ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା, ସେପଟେ ଆକ୍ରମଣ । ଆମେରିକାରେ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକ ଶେଷ ହେବା ପରେ ୟୁକ୍ରେନରେ ଋଷ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ବୈଠକ ଶେଷ ହେବାର କିଛି ଘଣ୍ଟା ପରେ ୟୁକ୍ରେନରେ ଋଷ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି । ଏହି ଆକ୍ରମଣରେ କ୍ରେମେନଚୁକ ସହରରେ ବଡ଼ ବିସ୍ଫୋରଣ ହୋଇଥିଲା । ବହୁ ବାଲାଷ୍ଟିକ ମିସାଇଲ ବ୍ୟବହାର କରାଯାଇଥିବା ସୂଚନା ମିଳିଛି । ୟୁକ୍ରେନର ବାୟୁସେନା କହିଛି, ଏହି ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଶକ୍ତି ଭିତ୍ତିଭୂମି ଥିଲା । ଖାରକିଭ ଓ ଜାପୋରିଝିଆରେ ମଧ୍ୟ ଆକ୍ରମଣ ହେଇଛି । ଅନେକ ଲୋକ ଆହାତ ହୋଇଛନ୍ତି । ଏହାକୁ ଋଷର ପ୍ରଦର୍ଶନମୂଳକ ଓ ନିନ୍ଦନୀୟ ଆକ୍ରମଣ ବୋଲି ଜେଲେନସ୍କି କହିବା ସହ ନିନ୍ଦା କରିଛନ୍ତି ।
ଏପଟେ ବୈଠକ, ସେପେଟ ରୁଷର ଆକ୍ରମଣ
ଆମେରିକାରେ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକ ପରେ ୟୁକ୍ରେନ ଉପରେ ଋଷର ଆକ୍ରମଣ
କ୍ରେମେନଚୁକରେ ଋଷ ବହୁ ବାଲାଷ୍ଟିକ ମିସାଇଲ ଆକ୍ରମଣ କରିଛି
ଖାରକିଭରେ ଡ୍ରୋନ୍ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ
ଜାପୋରିଝିଆରେ ଋଷ ମିସାଇଲ ଆକ୍ରମଣରେ ୩ ଜଣ ମୃତ
ୟୁକ୍ରେନର ବାୟୁସେନା କହିଛି, ଶକ୍ତି ଭିତ୍ତିଭୂମି ଥିଲା ମୁଖ୍ୟଲକ୍ଷ୍ୟ
ଜେଲେନସ୍କି ଆକ୍ରମଣକୁ ଶାନ୍ତି ଆଲୋଚନାକୁ ଅପମାନ କରିବାର ଋଷର ପ୍ରୟାସ ବୋଲି କହିଛନ୍ତି
ଟ୍ରମ୍ପ ଶାନ୍ତି ଚୁକ୍ତି ପାଇଁ ଜେଲେନସ୍କି ଓ ପୁଟିନଙ୍କ ମଧ୍ୟରେ ବୈଠକ ଆୟୋଜନ କରୁଛନ୍ତି