କନକ ବ୍ୟୁରୋ : କଣ ଟିକେ ଆମେରିକା ସପୋର୍ଟ କରିଦେଲା ଯେ, ତା ବଳରେ ନିଜକୁ ବଳିଆନ୍ ଭାବିସାରାଲାଣି ପାକିସ୍ତାନ । ଭାରତକୁ ସବୁବେଳେ ପରମାଣୁ ଆକ୍ରମଣର ଧମକ ଦେଉଆସୁଥିବା ପାକିସ୍ତାନ ଏବେ ସାରା ବିଶ୍ବକୁ ପରମାଣୁ ଧମକ ଦେଲାଣି । ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ସାରା ବିଶ୍ବକୁ ଏକ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ପାକିସ୍ତାନ ଭାରତ ସହିତ ଯୁଦ୍ଧରେ ଅସ୍ତିତ୍ୱ ହରାଏ, ତେବେ ସେମାନେ ସମଗ୍ର ବିଶ୍ବକୁ ପରମାଣୁ ଯୁଦ୍ଧକୁ ଠେଲିଦେବେ । ସେ କହିଛନ୍ତି, 'ଆମେ ଏକ ପରମାଣୁ ରାଷ୍ଟ୍ର, ଯଦି ଆମେ ଅନୁଭବ କରୁଛୁ ଯେ ଆମେ ହାରୁଛୁ, ତେବେ ଆମେ ଅଧା ବିଶ୍ୱକୁ ସାଙ୍ଗରେ ନେଇ ଡୁବିବୁ ।' ଏହା ପ୍ରଥମ ଥର ଘଟାଛି, ଯେ ଆମେରିକା ମାଟିରେ ଏପରି ପରମାଣୁ ବିପଦ ଦେଖା ଦେଇଛି ।
ଆମ ପାଖରେ ମିସାଇଲର ଅଭାବ ନାହିଁ
ରିପୋର୍ଟ ଆଧାରରେ, ମୁନିର କହିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତି ବନ୍ଦ କରିଦେଇଛି, ଯେଉଁଥିପାଇଁ ୨.୫ କୋଟି ଲୋକ ଭୋକରେ ମରିପାରନ୍ତି । ତେଣୁ ଏହାକୁ ନେଇ ପାକିସ୍ତାନ ସେନା ମୁଖ୍ୟ ଧମକ ଦେଇ କହିଛନ୍ତି, ଯେତେବେଳେ ଭାରତ ସିନ୍ଧୁ ନଦୀ ଉପରେ ଅଧିକ ବନ୍ଧ ନିର୍ମାଣ କରିବ, ସେତେବେଳେ ସେମାନେ ଦଶଟି ମିସାଇଲ୍ ସାହାଯ୍ୟରେ ଏହାକୁ ଧ୍ୱଂସ କରିଦେବେ । ପାକିସ୍ତାନର ଫିଲ୍ଡ ମାର୍ଶାଲ କହିଛନ୍ତି, ସିନ୍ଧୁ ନଦୀ ଉପରେ ଭାରତର କୌଣସି ବ୍ୟକ୍ତିଗତ ମାଲିକାନା ନାହିଁ ଏବଂ ଆମ ପାଖରେ ମିସାଇଲ୍ର ବି ଅଭାବ ନାହିଁ ।
ଭାରତକୁ ମର୍ସିଡିଜ୍, ନିଜକୁ ପଥର ଭର୍ତ୍ତି ଡମ୍ପର ସହ ତୁଳିନା କଲା ପାକ୍
ମୁନିର ଭାରତ ଏବଂ ଏହାର ଯୁଦ୍ଧ ରଣନୀତି ଉପରେ ଏକ କଠୋର ବ୍ୟଙ୍ଗ କରି ଭାରତକୁ ତା’ର ଯୁଦ୍ଧ କ୍ଷତିକୁ ସ୍ୱୀକାର କରିବା ଏବଂ କ୍ରୀଡାପ୍ରେମ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ପାକିସ୍ତାନ ପୂର୍ବ ଭାରତରୁ ଆକ୍ରମଣ କରିବ, ଆଉ ଭାରତ ପଶ୍ଚିମକୁ ଚାଲିଯିବ । ସେ ଭାରତକୁ ଏକ ଚକଚକିଆ ମର୍ସିଡିଜ୍ କାର ସହିତ ତୁଳନା କରିବା ସହ ନିଜ ଦେଶକୁ ପଥର ଭର୍ତ୍ତି ଡମ୍ପ ଟ୍ରକ୍ ସହିତ ତୁଳନା କରିଛନ୍ତି ଏବଂ କହିଛନ୍ତି, ଯଦି ଟ୍ରକ୍ କାର ସହିତ ଧକ୍କା ହୁଏ ତେବେ କିଏ ଚୁରମାର ହେବ ତାହା ସମସ୍ତେ ଜାଣନ୍ତି...
ଖୁବଶୀଘ୍ର ହୋଇପାରେ ଯୁଦ୍ଧ
ସେପଟେ, ‘ଅପରେସନ ସିନ୍ଦୂର’କୁ ନେଇ ବାୟୁସେନା ମୁଖ୍ୟ ଏ ପି ସିଂହଙ୍କ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ପରବର୍ତ୍ତୀ ଯୁଦ୍ଧ ଶୀଘ୍ର ହୋଇପରେ । ଆମକୁ ସେହି ମୁତାବକ ପ୍ରସ୍ତୁତ ହେବାକୁ ପଡ଼ିବ । ଏଥର ମଧ୍ୟ ଆମକୁ ମିଳିତ ଭାବେ ଲଢ଼ିବାକୁ ହେବ । ‘ଅପରେସନ ସିନ୍ଦୂର’ରେ ସରକାର ଆମକୁ ପୂର୍ଣ୍ଣ କ୍ଷମତା ଦେଇଥିଲେ । ‘ଅପରେସନ ସିନ୍ଦୂର’ ବେଳେ ଆମେ ଚେସ୍ ଖେଳିବା ଭଳି ସ୍ଥିତିରେ ଥିଲୁ । ଅର୍ଥାତ୍ ଶତ୍ରୁପକ୍ଷର ପରବର୍ତ୍ତୀ ଚାଲ୍ କ’ଣ ହେବ ଏବଂ ଅମେ କ’ଣ କରିବା ଆବଶ୍ୟକ, ତାହା ନେଇ ଆମକୁ ଜଣାନଥିଲା । ସେହିଭଳି ପାକିସ୍ତାନ ମଧ୍ୟ ଆମ ଚାଲ୍ ବାବଦରେ କାଣିଚିଏ ବି ଜାଣିନଥିଲା । କିନ୍ତୁ ଏଥର ଯୁଦ୍ଧ ହେଲେ କଡ଼ା ଜବାବ ଦିଆଯିବ । ତେବେ ଦୁଇ ଦେଶ ମଧ୍ୟରେ ବଢ଼ିଚାଲିଥିବା ତିକ୍ତତା ଭିତରେ ଏହା ସ୍ପଷ୍ଟଯେ ଭାରତ କୌଣସି ପରିସ୍ଥିତିରେ ଆଉ ସାଲିସ୍ କରିବା ପାଇଁ ପ୍ରସ୍ତୁତ ନାହିଁ । ଏଥର ପାକିସ୍ତାନ ଭାରତ ଉପରକୁ ପତରଟିଏ ପକାଇଲେ, ଭାରତ ତାର ଜବାବ ପଥରରେ ଦେବ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/11/14-2025-08-11-12-48-25.jpg)