RAJNATH Photograph: (Kanak News)
ପହଲଗାମ ଆତଙ୍କୀ ଆକ୍ରମଣର ମୁହଁଭଙ୍ଗା ଜବାବ ଦେଇଛି ଭାରତ । ଅପରେସନ ସିନ୍ଦୂରରେ ପାକିସ୍ତାନରେ ପଶି ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା । ତେବେ ଅପରେସନ୍ ଭିତରେ ଗୁରୁବାର ସର୍ବ ଦଳୀୟ ବୈଠକ ବସିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ‘ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ସବୁ ତଥ୍ୟ ସାର୍ବଜନୀନ କରିହେବନି ।’
୨୫ ମିନିଟର ସର୍ଜିକାଲ୍ ଷ୍ଟ୍ରାଇକରେ SCALP ମିସାଇଲ୍ ଏବଂ HAMMER ସ୍ମାର୍ଟ ବୋମା ଭଳି ହତିଆର ବ୍ୟବହାର କରି ପାକିସ୍ତାନ ଏବଂ POKର ୯ ଟି ଆତଙ୍କୀ ସ୍ଥାନକୁ ଧୂଳିସାତ୍ କରିଛି ଭାରତ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ସଧବାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଥିବା ଆତଙ୍କୀଙ୍କୁ ଅପରେସନ୍ ସିନ୍ଦୂର ମାଧ୍ୟମରେ ଯେସାକୁ ତେସା ଜବାବ୍ ଦେଇଛି ଭାରତ ।
Follow Us