କନକ ବ୍ୟୁରୋ : ମାଓବାଦୀଙ୍କ ୱାର ରୁମରେ କନକ ନ୍ୟୁଜ୍ । ଯେଉଁଠାରେ ମାଓବାଦୀମାନେ ଆକ୍ରମଣ ପୂର୍ବରୁ ସେମାନଙ୍କର ରୁଦ୍ଧ ଦ୍ୱାର ବୈଠକ କରିଥାନ୍ତି, ସେହି ସ୍ଥାନରେ ପହଂଚିଛନ୍ତି କନକ ନ୍ୟୁଜ୍ ପ୍ରତିନିଧି । ୱାର ରୁମର ଘର ଭିତରେ ରହିଛି ମୃତ ମାଓବାଦୀଙ୍କ ଫଟୋ ।
କୌଣସି ଆକ୍ରମଣ ପୂର୍ବରୁ ମାଓବାଦୀମାନେ ଏଠାରେ ନିଜର ରଣନୀତି ପ୍ରସ୍ତୁତ କରନ୍ତି । ସ୍ୱାଭିମାନ ଅଂଚଳ ମାଲକାନାଗିରିର ଯନ୍ତ୍ରୀ ପଂଚାୟତରେ ତୋଟଗୁଡାଠାରେ ମାଓବାଦୀଙ୍କର ଏହି ୱାର ରୁମ ରହିଛି । ୱାର ରୁମ ଚାରିପଟେ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଯାଇଥିବା ବେଳେ ଏହି ପରିସରକୁ ସମ୍ପୁର୍ଣ୍ଣ ଲୁହା ତାରରେ ବାଡ ଘେରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/vlcsnap-2022-03-02-13h38m09s213.png)