ଏହି ଦେଶରେ ଦେଖାଦେଇଛି ଏଭଳି ସଂକଟ, ବନ୍ଧୁକ ଧରି ଯୁଦ୍ଧଭୂମିରେ ପହଂଚିଲେ ପ୍ରଧାନମନ୍ତ୍ରୀ

261

କନକ ବ୍ୟୁରୋ : ନୋବେଲ ପୁରସ୍କାର ବିଜେତା ଇଥୋପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଦେଶରେ ଲାଗିରହିଥିବା ଯୁଦ୍ଧର ଦାୟିତ୍ୱ ନେବାକୁ ଗୋଟିଏ ବର୍ଷ ପାଇଁ ସେନା ସହିତ ଯାଇଛନ୍ତି । କାରଣ ଭାବେ କୁହାଯାଇଛି କି ଶତ୍ରୁ ଦେଶର ସେନା ଏବେ ଇଥୋପିଆର ରାଜଧାନୀ ଅଭିମୁଖେ ଆସୁଛନ୍ତି । ଜଣେ ସରକାରୀ ପ୍ରବକ୍ତାଙ୍କ କହିବା ମୁତାବକ ଏଭଳି ସ୍ଥିତି ଦେଖି ନିଜେ ପ୍ରଧାନମନ୍ତ୍ରୀ ଯୁଦ୍ଧସ୍ଥଳରେ ମଙ୍ଗଳବାର ଦିନ ପହଂଚିଛନ୍ତି ।

ଏବେ ୪୫ ବର୍ଷିୟ ପ୍ରଧାନମନ୍ତ୍ରୀ ତଥା ଇଥୋପିଆର ପୂର୍ବ ସୈନିକ ଅବି ଆହମ୍ମଦଙ୍କର କୌଣସି ଫଟୋ ସାମ୍ନାକୁ ଆସିନାହିଁ । ଏହାସହ ପ୍ରଧାନମନ୍ତ୍ରୀଙ୍କ ପ୍ରବକ୍ତା କହିଛନ୍ତି କି ଏହା କୁହାଯାଇପାରିବ ନାହିଁ କି ଅବି ଅହମ୍ମଦ ଯୁଦ୍ଧକ୍ଷେତ୍ରର କେଉଁ ସ୍ଥାନରେ କମାଣ୍ଡ ପରିଚାଳନା କରୁଛନ୍ତି । ଇଥୋପିଆର ସଂଘୀୟ ଓ ସଂବଦ୍ଧ ସୈନିକ ଓ ଦେଶର ଟିଗ୍ରୀ ଅଞ୍ଚଳରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ପ୍ରାଚୀନ ରାଷ୍ଟ୍ର ଭାଙ୍ଗିଯିବା ଭୟରେ ଇଥୋପିଆର ଲୋକ ଓ ପର୍ଯ୍ୟବେକ୍ଷକ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

କହିରଖୁ କି ଅବି ଅହମ୍ମଦ ୨ ବର୍ଷ ପୂର୍ବରୁ ନୋବେଲ ପୁରସ୍କାର ଜିତିଥିଲେ । ହେଲେ ଏବେ ଅଚାନକ ନବି ଯୁଦ୍ଧଭୂମିରେ ପହଂଚିବାକୁ ନେଇ ପର୍ଯ୍ୟବେକ୍ଷକମାନେ ଚକିତ ହୋଇଯାଇଛନ୍ତି । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ସହ ଜଡିତ ଜଣେ ଅବସରପ୍ରାପ୍ତ ପ୍ରଫେସର ଫ୍ରିଷ୍ଟୋଫର କ୍ଲେଫଓ କହିଛନ୍ତି କି ଯୁଦ୍ଧକ୍ଷେତ୍ରକୁ ଯିବାର ଏହି ପରମ୍ପରା ସମ୍ରାଟ ହେଲି ସେଲାସି ଏବଂ ସମ୍ରାଟ ୟେରହନେଓ ଚତୁର୍ଥଙ୍କ ସହ ମେଳ ଖାଉଛି । ୧୮୮୯ ଯୁଦ୍ଧରେ ୟୋହନେସ ଚତୁର୍ଥ ଯୁଦ୍ଧରେ ପ୍ରାଣ ହରାଇଥିଲେ ।

‘ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ’ ର ଗବେଷକ ଆଡେମ୍ ଆବେ କହିଛନ୍ତି କି ପରସ୍ଥିତି ଅତ୍ୟନ୍ତ ବିଜଦଜନକ, ଯଦି ଆବି ଆହତ କିମ୍ବା ନିହତ ହୁଅନ୍ତି ତେବେ କେବଳ ସଂଘୀୟ ସରକାର ଭାଙ୍ଗିବ ନାହିଁ ବରଂ ସେନା ମଧ୍ୟ ଭୁଶୁଡି ପଡିବ ।