ହେବ ଘମାଘୋଟ ଯୁଦ୍ଧ ! ଇସ୍ରାଏଲକୁ ଚାରିପଟୁ ଘେରିଲେଣି ହୁତି, ହିଜବୁଲ୍ଲା , ହମାସ୍ ; ଏପଟେ ଇସ୍ରାଏଲ ସମର୍ଥନରେ ଆମେରିକା

ହେବ ଘମାଘୋଟ ଯୁଦ୍ଧ ! ଇସ୍ରାଏଲକୁ ଚାରିପଟୁ ଘେରିଲେଣି ହୁତି, ହିଜବୁଲ୍ଲା , ହମାସ୍ ; ଏପଟେ ଇସ୍ରାଏଲ ସମର୍ଥନରେ ଆମେରିକା

କନକ ବ୍ୟୁରୋ: ଇସ୍ରାଏଲ ଉପରେ ମାଡ଼ି ଆସୁଛି ବଡ଼ ସଙ୍କଟ । ହମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା ପରେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିଛି। ଇରାନୀ ସେନା ଓ ହିଜବୁଲ୍ଲା ଆକ୍ରମଣର ରଣନୀତି ପ୍ରସ୍ତୁତ କରିଛନ୍ତି। କୌଣସି ବି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ ହୋଇପାରେ। ଏହାପରେ ଏକ ବିଶ୍ୱ ଯୁଦ୍ଧର ଆଶଙ୍କା ମଧ୍ୟ ଉପୁଜିଛି।

ଯୁଦ୍ଧର ଆଶଙ୍କା ଭିତରେ ଆମେରିକା ତରଫରୁ ବଡ଼ ବୟାନ ଆସିଛି। ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି । ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ବିପୁଳ ଅସ୍ତ୍ରଶସ୍ତ୍ର ଏକଜୁଟ କରୁଛି ଇରାନ୍। କୂଟନୈତିକ ସ୍ତରରେ ଆଲୋଚନା କରି କିଭଳି ଏ ମହାସଙ୍କଟକୁ ଏଡାଇ ହେବ, ସେ ଦିଗରେ ଆମ ଚେଷ୍ଟା ଜାରି ରହିବ। ଯୁଦ୍ଧ ନ କରିବା ପାଇଁ ଇରାନ ଉପରେ ଚାପ ସୃଷ୍ଟି କରାଯିବ। ସେପଟେ, ଯୁଦ୍ଧ ଆଶଙ୍କା ଭିତରେ ଆମେରିକାର ଯୁଦ୍ଧ ଜାହାଜ, ଅନେକ ଫାଇଟର ଜେଟ୍ ଏବେ ମଧ୍ୟ ପ୍ରାଚ୍ୟରେ ପହଞ୍ଚିସାରିଛି। ଯୁଦ୍ଧ ଆଶଙ୍କା ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଯେକୌଣସି ବଡ ଆକ୍ରମଣ ପାଇଁ ତାଙ୍କ ସେନା ପ୍ରସ୍ତୁତ ଅଛି। କାରଣ ଇସ୍ରାଏଲ ପ୍ରତିରକ୍ଷା କ୍ଷେତ୍ରରେ ଇରାନଠାରୁ ବହୁ ଆଗରେ। ତେବେ ଯଦି ଯୁଦ୍ଧ ହୁଏ ତେବେ ଏହାର ପ୍ରଭାବ ପୂରା ବିଶ୍ୱ ଉପରେ ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe