ଗୁଜୁରାଟର କଚ୍ଛ ଜିଲ୍ଲାର ଭଚାଉ ସହରରେ ଜଣେ ବୃଦ୍ଧ ମହିଳାଙ୍କୁ ହତ୍ୟାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି

ଗୁଜୁରାଟର କଚ୍ଛ ଜିଲ୍ଲାର ଭଚାଉ ସହରରେ ଜଣେ ୮୭ ବୃଦ୍ଧ ମହିଳାଙ୍କୁ  ୨୧ ବର୍ଷୀୟ ଯୁବକ ଖାସ ଏଇଥିପାଇଁ ହତ୍ୟା କରିଛି ଯେ ସେ ତା ପ୍ରେମିକାର ମିଛ ମୃତ୍ୟୁର କାହାଣୀ ତିଆରି କରିବାକୁ ଚାହୁଁଥିଲା ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ପୋଲିସ କହିଛି ଯେ ଅଭିଯୁକ୍ତ ରାଜୁ ଛଙ୍ଗା ନିଜର ୨୨ ବର୍ଷୀୟା ଗାର୍ଲଫ୍ରେଣ୍ଡଙ୍କ ମୃତ୍ୟୁର କାହାଣୀ ତିଆରି କରି ବିଦେଶକୁ ପଳାଇବା ପାଇଁ ଏହି ହତ୍ୟା ଯୋଜନା କରିଥିଲା । ସେ ଏପରି ଜଣେ ସ୍ତ୍ରୀ ଲୋକ ଖୋଜୁଥିଲା ଯାହାର ଉଚ୍ଚତା ଓ ଓଜନ  ତା ପ୍ରେମିକା ପରି ହେଇଥିବ । ଯାହାକୁ ସିଏ ହତ୍ୟା କରି ସେ ଲାସକୁ ନିଜ ପ୍ରେମିକାର ଶବ ବୋଲି ପ୍ରମାଣିତ କରିପାରିବ । ଖୋଜୁ ଖୋଜୁ ସେ ଜଣେ ବୃଦ୍ଧା ସ୍ତ୍ରୀ ଲୋକଙ୍କୁ ପାଇଥିଲା ଯାହାଙ୍କ ଶରୀର ତା ପ୍ରେମିକା ଶରୀର ପରି ସମାନ ଥିଲା ।

ରାଜୁ ଛଙ୍ଗା ଏବଂ ତା ୨୨ ବର୍ଷିୟା ଗାର୍ଲଫ୍ରେଣ୍ଡ ରାଧିକା ଛଙ୍ଗା ଖସିଯିବା ପୂର୍ବରୁ ରବିବାର ଦିନ ଭଚାଉର ମାଣ୍ଡଭିୱାସ ନିବାସୀ ଜେଠି ଗାଲା (୮୭) ଙ୍କ ହତ୍ୟା ମାମଲାରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଜେଠି ଗାଲା ଏକୁଟିଆ ରହୁଥିଲେ।ନଭେମ୍ବର ୩ ରେ ହତ୍ୟା ପଚରାଉଚରା ବେଳେ ଛଙ୍ଗା କହିଛ ଯେ ସେ ନଭେମ୍ବର ୩ ତାରିଖ ସକାଳେ ମହିଳାଙ୍କୁ ଗଳା ଚିପି ହତ୍ୟା କରିଥିଲା । ଏହା ପରେ ସେ ଶବକୁ ଗାଢ ନୀଳ ରଙ୍ଗର  ଟ୍ରଲି ବ୍ୟାଗରେ ପ୍ୟାକ୍ କରି ନିଜ ପିତାଙ୍କ କାର୍ଯ୍ୟାଳୟରେ ଲୁଚାଇ ରଖିଥିଲା । ଭଚାଉ ସହରର ବିଶାଳ କମ୍ପ୍ଲେକ୍ସରେ ଅବସ୍ଥିତ ତାଙ୍କ ପିତାଙ୍କର ଏହି କାର୍ଯ୍ୟାଳୟ ବନ୍ଦ ପଡିଥିଲା ।

ରିପୋର୍ଟ ଅନୁଯାୟୀ, କଛ (ପୂର୍ବ) ପୋଲିସ୍ ଅଧୀକ୍ଷକ ସାଗର ବାଗମାର କହିଛନ୍ତି, 'ଅଭିଯୁକ୍ତ ଏବଂ ରାଧିକା ସମାନ ସମ୍ପ୍ରଦାୟର ଏବଂ ଦୂର ସମ୍ପର୍କୀୟ । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଯେହେତୁ ସେମାନେ ଏକ ସମ୍ପ୍ରଦାଯର ହୋଇଥିଲେ ତେଣୁ ସେମାନଙ୍କ ପରିବାର ପାଇଁ ତାହା ଗ୍ରହଣୀୟ ନଥିଲା । ତେଣୁ ଦୁହେଁ ବିଦେଶକୁ ପଳେଇଯିବାକୁ ଯୋଜନା କରିଥିଲେ । ଯିବା ପୂର୍ବରୁ ସେମାନେ ରାଧିକାଙ୍କ ମୃତ୍ୟୁର ଏକ ମିଥ୍ୟା କାହାଣୀ ରଚିଥିଲେ । ଶବ ପାଇଁ ରାଜୁ ଏବଂ ରାଧିକା କବର ଖୋଳିଥିଲେ ଦୁହେଁ ଏହା ପୂର୍ବରୁ ସାମାଖୀଆଲି ସହରରେ ଥିବା ଏକ କବରସ୍ଥାନର ଖୋଳିଥିଲେ ଏହି ଆଶାରେ ଯେ ସେମାନେ ଏକ ନରକଙ୍କାଳ ପାଇଯିବେ ଯାହାକୁ ସେମାନେ ପଛରେ ରାଧିକାର କଙ୍କାଳ ଭାବରେ ଉପସ୍ଥାପନ କରିବେ । ଏହି ପ୍ରୟାସରେ ସେମାନେ ବିଫଳ ହୋଇଥିଲେ ଏବଂ ଏହା ବଦଳରେ ଜଣେ ସମାନ ଉଚ୍ଚତା ଓଜନ ବିଶିଷ୍ଟ ମହିଳା ଖୋଜିବାକୁ ନିଷ୍ପତ୍ତି ନେଇଥିଲେ ।ସେମାନେ ତାଙ୍କୁ ହତ୍ୟା କରି ମୃତଦେହକୁ ପୋଡି ଦେବକୁ ଚାହୁଁଥିଲେ  ଏବଂ ପୋଲିସକୁ ପରେ କହିଥାନ୍ତେ କି  'ରାଧିକା'କୁ ହତ୍ୟା କରାଯାଇଛି ।

ସିସିଟିଭି କଲା ହତ୍ୟାର ପର୍ଦାଫାସ  

ପୋଲିସର ସୂଚନାନୁସାରେ ହତ୍ୟାର ଶିକାର ହେଇଥିବା  ଗାଲା ଏକୁଟିଆ ରହୁଥିଲେ ।  ତାଙ୍କ ଦୁଇ ପୁଅ ମୁମ୍ବାଇରେ ରହୁଥିଲେ । ନଭେମ୍ବର ୩ ତାରିଖ ସକାଳେ ଗାଲାଙ୍କ ପଡ଼ୋଶୀ ତାଙ୍କ ନିଖୋଜ ବିଷୟରେ  ପୋଲିସ ପାଖରେ ଅଭିଯୋଗ କରିଥିଲେ । ତଦନ୍ତରେ  ପୋଲିସ କିଛି ସୁରାକ ପାଇ ନଥିଲା। ତାଙ୍କ ଘରେ ଡକାୟତି କିମ୍ବା କୌଣସି ସଂଘର୍ଷର ଚିହ୍ନ ଦେଖିବାକୁ ମିଳିନଥିଲା ।  ତେଣୁ ଡକାୟତି କିମ୍ବା ଲୁଟ୍ ଉଦ୍ଦେଶ୍ୟ ନୁହେଁ ବୋଲି ପୋଲିସ କହିଥିଲା । ଯେତେବେଳେ ପୋଲିସ ନିକଟସ୍ଥ ଘରୁ ସିସିଟିଭି ଫୁଟେଜ ସ୍କାନ କରିଥିଲା ସେତେବେଳେ ଜଣେ ବ୍ୟକ୍ତି ଗାଲାଙ୍କ ଘରୁ ମୁହଁ ଘୋଡାଇ ଏକ ଟ୍ରଲି ବ୍ୟାଗ ଟାଣିଟାଣି ନେଇ ବାହାରକୁ ଯାଉଥିବାର ଦେଖିବାକୁ ପାଇଥିଲା । ଏହା ପରେ ପୋଲିସ ୧୦ ଟି ଟିମ୍ ଗଠନ କରିଥିଲା। ସହରର ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସ୍କାନ କରୁଥିବାବେଳେ ଭଚାଉ ପୋଲିସ ଇନ୍ସପେକ୍ଟର ଏସ.ଜି ଖମ୍ବଲାଙ୍କୁ  କଷ୍ଟମ ସ୍କୋୟାରରେ ବିଶାଲ କମ୍ପ୍ଲେକ୍ସରେ ଅଭିଯୁକ୍ତଙ୍କ ପିତା ଗଣେଶ ଛଙ୍ଗାଙ୍କ ବନ୍ଦ ଗ୍ୟାସ ଏଜେନ୍ସି ଦୋକାନରୁ ରକ୍ତ ବାହାରୁଥିବା ସୂଚନା ମିଳିଥିଲା ।  ଯେତେବେଳେ ପୋଲିସ ତାଙ୍କ ପାଖରେ ପହଞ୍ଚିଥିଲା ସେ ପୋଲିସକୁ କହିଥିଲେ ଯେ ଚାବି ତାଙ୍କ ପୁଅ ରାଜୁ ପାଖରେ ରହେ । ରାଜୁ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ ଥିଲା ।  ପୋଲିସ ତାଲା ଭାଙ୍ଗି ଟ୍ରଲି ବ୍ୟାଗ ଭିତରୁ ଗାଲାଙ୍କ ମୃତଦେହ ଜବତ କରିଛି ।   ପ୍ରେମୀ ଯୁଗଳଙ୍କୁ ବହୁତ ଖୋଜଖୋଜି ପରେ ଗିରଫ କରିଛି ।