ଶରୀରର ମୋଟାପଣ କମାଇବାକୁ ଚାହୁଁଛନ୍ତି? ଜାଣନ୍ତୁ କେମିତି ଖାଇବେ ପିଜୁଳି ପତ୍ର

528

କନକ ବ୍ୟୁରୋ: ଯେଉଁଭଳି ଜୀବନଶୈଳୀ ଆମେ ଜୀଉଁଛେ , ସେଥିରେ ସ୍ୱାସ୍ଥ୍ୟ ସହ ଜଡିତ ବିଭିନ୍ନ ସମସ୍ୟା ରହିବା ସ୍ୱାଭାବିକ । ସେଥିରୁ ଏକ ବଡ ସମସ୍ୟା ହେଉଛି ମୋଟାପଣ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ପିଜୁଳି ପତ୍ର ଏହି ମୋଟାପଣର ସମସ୍ୟାକୁ ଦୂର କରିପାରିବ । ।କାହିଁକି ନା ଏଥିରେ ପୌଷ୍ଟିକ ତତ୍ତ୍ୱ ଯେପରି ଆଇରନ୍, ମ୍ୟାଗ୍ନେସିୟମ, ଭିଟାମିନ୍ ସି, ବି, କ୍ୟାଲସିୟମ, ପୋଟାସିୟମ, ପ୍ରୋଟିନ୍ ଆଦି ଭରପୁର ରହିଛି ।

ଆସନ୍ତୁ ଜାଣିବା ପିଜୁଳି ପତ୍ର ମୋଟାପଣ ସମସ୍ୟାକୁ କିପରି ଦୂର କରିପାରିବ । ପିଜୁଳି ପତ୍ରରେ ଭଲଭାବରେ ଧୋଇ ପାଣିରେ ସିଝାନ୍ତୁ । ଏହି ପାଣିକୁ ଛାଣି ଏକ ଗ୍ଲାସରେ ଭର୍ତ୍ତି କରନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ଖାଲି ପେଟରେ ସେବନ କନ୍ତୁ ।

ଏହାସହ ଗ୍ୟାଷ୍ଟିକ୍ , ଅଲସରରୁ ମୁକ୍ତି ପାଇବା ପାଇଁ ପିଜୁଳି ପତ୍ରର ସିଝା ପାଣିକୁ ସେବନ କରନ୍ତୁ । ଡାଇବେଟିସ୍ ରୋଗୀ ପିଜୁଳି ପତ୍ରର କାଢା ପିଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

କୋଲେଷ୍ଟ୍ରଲ କମ୍ କରିବାରେ ମଧ୍ୟ ପିଜୁଳି ପତ୍ର ବହୁତ ଉପକାର । ହଜମ ପ୍ରକ୍ରିୟାକୁ ଠିକ ରଖିବାକୁ ପୁଜୁଳି ପତ୍ର ଚୋବାଇ ଖାଆନ୍ତୁ । ଆଣ୍ଟି ଆଲର୍ଜିକ୍ ଗୁଣରେ ଭରପୁର ପିଜୁଳି ପତ୍ର କୁଣ୍ଡାଇ ହେବା ଓ ଆଲର୍ଜି ଭଳି ସମସ୍ୟାରୁ ମୁକ୍ତି ମୁକ୍ତି ଦେଇପାରିବ ।

କିନ୍ତୁ ପିଜୁଳି ପ୍ରତ୍ର ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ମନେ ରଖନ୍ତୁ
କେବେବି ବାସି ପିଜୁଳି ପତ୍ର ସେବନ କରନ୍ତୁ ନାହିଁ ।
ଗର୍ଭବତୀ ମହିଳା କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନେ ଡାକ୍ତିରଙ୍କ ପରାମର୍ଶରେ ହିଁ ପୁଜୁଳି ପତ୍ରର ରସ ସେବନ କରିବା ଉଚିତ ।