ବିନା ଇଣ୍ଟରନେଟରେ କିଭଳି କରିବେ ୟୁପିଆଇ ପେମେଣ୍ଟ ? ଜାଣନ୍ତୁ ..

799

କନକ ବ୍ୟୁରୋ : ଭାରତରେ ଡିଜିଟାଲ ପେମେଣ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଖାସ୍‌ କରି କରୋନା କାଳରେ ଲୋକମାନେ ହାତରେ ଟଙ୍କା-ପଇସା ନେଣଦେଣ କରିବାକୁ ପସନ୍ଦ କରୁନାହାନ୍ତି । ଏଣୁ ଫୋନ୍‌ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ଉପାୟ ଆପଣାଉଛନ୍ତି । ଏସବୁ ପେମେଣ୍ଟ ୟୁପିଆଇ ବା ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ ମାଧ୍ୟମରେ ସମ୍ଭବ ହେଉଛି । ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବା ଏବେ ଏକ ସୁବିଧାଜନକ ମାଧ୍ୟମ ପାଲଟିଛି । ଏହା ଜରିଆରେ ୟୁଜର୍ସ ଯେକୌଣସି ସ୍ଥାନରେ ପାଖରେ ଟଙ୍କା ନଥିଲେ ବି ଟଙ୍କା ପୈଠ କରିପାରୁଛନ୍ତି । ଅନେକ ସମୟରେ ଇଣ୍ଟରନେଟ୍ ସଂଯୋଗ ନଥିଲେ କିମ୍ବା ମନ୍ଥର ଥିଲେ ଅନଲାଇନ ପେମେଣ୍ଟ କରିବା ମୁସ୍କିଲ ହୋଇଯାଏ । ଯଦି କୌଣସି ସମୟରେ ଆପଣ ଏମିତି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ସବୁଠାରୁ ବଡ କଥା ହେଉଛି ଇଣ୍ଟରନେଟ୍ ସଂଯୋଗ ନଥିଲେ ୟୁପିଆଇ ପେମେଣ୍ଟ କରିହେବ । ତେବେ ବିନା ଇଣ୍ଟରନେଟ୍ ମାଧ୍ୟମରେ କେମିତି କରିବେ ୟୁପିଆଇ ପେମେଣ୍ଟ । ଜାଣନ୍ତୁ …

*୯୯# ସର୍ଭିସ୍ ମାଧ୍ୟମରେ ୟୁପିଆଇ ପେମେଣ୍ଟ
ୟୁପିଆଇ ପେମେଣ୍ଟ କରିବାକୁ ହେଲେ ସବୁଠୁ ଜରୁରୀ ଆପଣଙ୍କ ବ୍ୟାଙ୍କରେ ପଞ୍ଜିକୃତ ଏବଂ ୟୁପିଆଇ ସହ ଲିଙ୍କ୍ ହୋଇଥିବା ଫୋନ୍ ନମ୍ବର ଦରକାର । ଏହାପରେ ଆପଣଙ୍କ ଫୋନରେ *୯୯# ସର୍ଭିସ୍ ଅଛି କି ନାହିଁ ଯାଞ୍ଚ କରିନିଅନ୍ତୁ । *୯୯# ଡାଏଲର କୋଡ୍ ଭାରତରେ ସମସ୍ତ ମୋବାଇଲ୍ ୟୁଜର୍ସଙ୍କ ପାଇଁ ଆରମ୍ଭ କରାଯାଇଥିଲା । ଏହାର ଅର୍ଥ ଆପଣ ୟୁପିଆଇ ଇକୋସିଷ୍ଟମର ଏକ ଅଂଶ ।

ବିନା ଇଣ୍ଟରନେଟରେ କିଭଳି କରିବେ ପେମେଣ୍ଟ ?
– ସର୍ବପ୍ରଥମେ ଫୋନରେ *୯୯# ଡାଏଲ କରନ୍ତୁ
– ଏହାପରେ ଆପଣଙ୍କୁ ଅନେକ ମେନ୍ୟୁ ଦେଖାଯିବ । ଏଥିରେ ଆପଣ ପ୍ରଥମ ମେନ୍ୟୁ(ସେଣ୍ଟ ମନି) ଉପରେ କ୍ଲିକ୍ କରନ୍ତୁ
– ଯାହାଙ୍କୁ ଟଙ୍କା ପଠାଇବେ ତାଙ୍କର ସବିଶେଷ ତଥ୍ୟ ଦିଅନ୍ତୁ
– ୟୁପିଆଇ ଆକାଉଣ୍ଟ ସହ ଲିଙ୍କ୍ ନମ୍ବର ଦିଅନ୍ତୁ
– କେତେ ଟଙ୍କା ପଠାଇବେ ଟାଇପ୍ କରନ୍ତୁ, ପରେ ସେଣ୍ଟ ଉପରେ କ୍ଲିକ୍ କରନ୍ତୁ
– ଟ୍ରାଞ୍ଜାକ୍ସନ୍ ପୂରା କରିବାକୁ ଆପଣଙ୍କୁ ପିନ୍ ଦେବାକୁ ଦେବ