କନକ ବ୍ୟୁରୋ : ୟ୍ରୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଚରମସୀମାରେ ପହଂଚିଛି । ଗୋଟିଏ ପଟେ ମହାଶକ୍ତିଶାଳୀ ଋଷକୁ କଡା ଟକ୍କର ଦେଉଛି ୟୁକ୍ରେନ ଓ ଅନ୍ୟପଟେ ୟୁକ୍ରେନର ଶକ୍ତିବୃଦ୍ଧି କରିବାକୁ ଆଗେଇ ଆସିଛି ଆମେରିକା । ଏହାରି ମଧ୍ୟରେ ଗୁରୁବାର ଦିନ ଋଷ ତରଫରୁ ଅଭିଯୋଗ କରାଯାଇଛି କି, ଆମେରିକା ଓ ୟୁକ୍ରେନ ଉଭୟ ଋଷର ଭାବନାକୁ ବୁଝୁନାହାଁନ୍ତି । ଆହୁରି ଅଭିଯୋଗ ରହିଛି କି ଆମେରିକା ଋଷକୁ ଦୁର୍ବଳ କରିବାକୁ ୟୁକ୍ରେନକୁ ନିଜର ଯୁଦ୍ଧସ୍ଥଳୀ ଭାବେ ବ୍ୟବହାର କରୁଛି ।
ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି ଓ ପୁଟିନ କହିଛନ୍ତି ଯେ ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ ।
ପୁଟିନ ଆହୁରି କହିଛନ୍ତି କି, ସମସ୍ତ ସଂଘର୍ଷର ସମାପ୍ତ ଆଲୋଚନା ମାଧ୍ୟମରେ ହୋଇପାରିବ । ଯେତେଶୀଘ୍ର ୟୁକ୍ରେନ ଏହା ବୁଝିଯିବ ସେତେଶୀଘ୍ର ଯୁଦ୍ଧର ପରିସମାପ୍ତି ଘଟିବ । ଏହାରି ମଧ୍ୟରେ ଋଷ ସେନାମୁଖ୍ୟ କହିଛନ୍ତି କି ଋଷ ସେନା ଏବେ ପୁର୍ବ ଡୋନାସ୍କୋ ସହର ଦଖଲ କରିବା ଲକ୍ଷ୍ୟରେ ରହିଛନ୍ତି ।
ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେସ୍କି ଏବେ ଏବେ ଆମେରିକା ଗସ୍ତକରି ଫେରିଛନ୍ତି । ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି ଆମେରିକା ତରଫରୁ ୟୁକ୍ରେନକୁ ୧.୮ ଆରବ ଡଲାରର ଯୁଦ୍ଧାସ୍ତ୍ର ସହଯୋଗ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/23-20.jpg)