କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ସୋମବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ପଶ୍ଚିମବଙ୍ଗର ରାଜ୍ୟ ସଚିବାଳୟରେ ୩ ନେତାଙ୍କ ମଧ୍ୟରେ ଏହି ଭେଟଘାଟ ହୋଇଥିବା ବେଳେ ମମତାଙ୍କୁ ପ୍ରଶଂସା କରିଛନ୍ତି ନୀତିଶ । ମମତାଙ୍କ ଶାସନ କାଳରେ ପଶ୍ଚିମବଙ୍ଗରେ ବିକାଶ ହୋଇଥିବା କହିଛନ୍ତି ନୀତିଶ ।

Advertisment

ସେହିଭଳି ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି, ଆମର ଉଦ୍ଦେଶ୍ୟ ବିଜେପିକୁ ହିରୋରୁ ଜିରୋ କରିବା । ଜେପି ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଥିଲା । ତେଣୁ ଆମେ ଏକତା ସନ୍ଦେଶ ଦେବାକୁ ବିହାରରେ ଏକ ବୈଠକ କରିବାର ଆବଶ୍ୟକତା ରହିଛି । ଏନେଇ ନୀତିଶଙ୍କୁ ଅନୁରୋଧ ମଧ୍ୟ କରିଛି । ଆମର ଉଦ୍ଦେଶ୍ୟ ବିଜେପିକୁ କ୍ଷମତାର ବିତାଡିତ କରିବା । ମିଡ଼ିଆ, ମିଛ ଅପପ୍ରଚାର ଓ ଗୁଣ୍ଡାଗର୍ଦ୍ଦିକୁ ଆୟୁଧ କରି ବିଜେପି ହିରୋ ହୋଇଛି । ତେଣୁ ବିରୋଧୀ ମାନେ ଏକଜୁଟ୍ ହୋଇ ବିଜେପିକୁ ଜିରୋ କରିବୁ । ବିପକ୍ଷ ଦଳକୁ ନେଇ ମମତା କହିଛନ୍ତି ଆମ ମଧ୍ୟରେ ଅହଙ୍କାରର କୌଣସି ପ୍ରଶ୍ନ ଉଠୁନାହିଁ । ବିରୋଧୀ ଏକାଠି ଅଛନ୍ତି । ଏପରି ଏକା ବାର୍ତା ଦେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆମ ଦର୍ଶନ ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ଆମେ ଏକାଠି ଲ ଲଢିବା ସୁନିଶ୍ଚିତ । କେଉଁ ଆଧାରରେ ଏହା ଘଟିବ, ଠିକ୍ ସମୟରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିପକ୍ଷ ଦଳକୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ଗୋଟିଏ ଦିନରେ ଅଖିଳେଶ ଯାଦବ ଓ ମମତା ବାନାର୍ଜୀଙ୍କୁ ଭେଟି ରାଜନୈତିକ ଚର୍ଚ୍ଚାକୁ ସରଗରମ କରିଛନ୍ତି ନୀତିଶ କୁମାର । ଏବେ ନୀତିଶ କୁମାର ବିରୋଧୀଙ୍କୁ ଏକଜୁଟ୍ କରିବାକୁ ପୂରା ଭାରତ ପରିଭ୍ରମଣ କରିବେ । ୨୦୨୪ରେ ଏକାଠି ଲଢିବାକୁ ଦିଲ୍ଲୀରେ କଥାବାର୍ତ୍ତା ଶେଷ ହୋଇଛି । ଏନେଇ ବିରୋଧୀ ସହମତ ମଧ୍ୟ ହୋଇଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳକୁ ଏକାଠି କରିବାକୁ ପ୍ରୟାସ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ନୀତୀଶଙ୍କୁ ଅନୁରୋଧ କରିଛି ଯେ ଜୟପ୍ରକାଶ ଜୀଙ୍କର ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଛି, ତେଣୁ ଆମେ ବିହାରରେ ଏକ ସଭା ମଧ୍ୟ କରିବା ଉଚିତ୍ । ସେ କହିଛନ୍ତି ଯେ ଆମ ଦର୍ଶନ ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ଆମେ ଏକାଠି ଲ ଲଢିବା ସୁନିଶ୍ଚିତ । କେଉଁ ଆଧାରରେ ଏହା ଘଟିବ, ଠିକ୍ ସମୟରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।