ପାର୍ଲର ପରି ଷ୍ଟ୍ରେଟ୍ କେଶ ଚାହୁଁଛନ୍ତି କି? ଘରେ କରନ୍ତୁ ଏହି ଉପାୟ

200

କନକ ବ୍ୟୁରୋ: ଆଜିକାଲି ସୁନ୍ଦର ଦେଖାଯିବା ପାଇଁ କେବଳ ଚେହେରାର ଯତ୍ନ ଓ ସାଜସଜ୍ଜା ଉପରେ ନୁହେଁ ବରଂ କେଶ ସଜା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ମହିଳା । ବର୍ତ୍ତମାନ ସୁନ୍ଦର ଦେଖାଯିବା ଆଳରେ ହେୟାର ଷ୍ଟ୍ରେଟନିଙ୍ଗ କରାଇବାକୁ ଅନେକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି । ତା’ ଛଡା କୁଞ୍ଚକୁଞ୍ଚିଆ କେଶ କୁଣ୍ଡାଇବା ବେଳେ ଅଧିକ ଜଟ ହେଉଥିବାରୁ ବି ଅନେକ ଷ୍ଟ୍ରେଟନିଙ୍ଗ କରୁଛନ୍ତି । ତେବେ ଏଥିପାଇଁ ସେମାନଙ୍କୁ ବ୍ୟୁଟିପାର୍ଲର ଯାଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ହେଲେ ଏଥିପାଇଁ ବ୍ୟବହୃତ କେମିକାଲ କେଶକୁ ହାନି ପହଞ୍ଚାଇଥାଏ । ତେଣୁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ କେଶ ଷ୍ଟ୍ରେଟନିଙ୍ଗ କରିପାରିବେ ।

ଆଲୋଭେରା ତ୍ୱଚା ସହ କେଶ ପାଇଁ ବେଶ ଉପକାରୀ । ଅଧା କପ୍ ଆଲୋଭେରା ଜୁସରେ ଦୁଇ ଚାମଚ ନଡିଆ ତେଲ ସହ ମିଶାଇ କେଶରେ ଲଗାନ୍ତୁ । ଘଣ୍ଟାଏ ଏହାକୁ ରଖିବା ପରେ ଶାମ୍ପୁ କରିଦିଅନ୍ତୁ ।

ଅଧକପ୍ କ୍ଷୀରରେ ଏକ ଟେବୁଲସ୍ପୁନ୍ ଦହି, ଏବଂ ୪ଟି ଷ୍ଟ୍ରବେରୀକୁ ଗ୍ରାଇଣ୍ଡ କରି ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ କେଶରେ ମୂଳରୁ ଅଗ ଯାଏଁ ଲଗାନ୍ତୁ । ଏହାକୁ ଟାୱେଲରେ ଭଲଭାବେ କଭର କରିଦିଅନ୍ତୁ । ୨ରୁ ୩ ଘଣ୍ଟା ରଖିବା ପରେ କୌଣସି ମାଇଲ୍ଡ ସାମ୍ପୁରେ ଧୋଇ ଦିଅନ୍ତୁ ।

କେଶକୁ ଷ୍ଟ୍ରେଟନିଙ୍ଗ କରିବା ପାଇଁ ଲେମ୍ବୁ ଭଲ ଭାବେ କାମ କରିଥାଏ । ଅଧା କପ୍ ନଡିଆ କ୍ଷୀରରେ ୪ରୁ ୫ ବୁନ୍ଦା ଲେମ୍ବୁ ଜୁସ୍ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ନଡିଆ କ୍ଷୀର କେଶ ପାଇଁ କଣ୍ଡିସନର ଭାବେ କାମ କରିଥାଏ । ଏହି ପେଷ୍ଟକୁ କେଶ ମୂଳରୁ ଅଗଯାଏଁ ଲଗାନ୍ତୁ । ଅଧଘଣ୍ଟା ରଖି ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ମୁଲତାନୀ ମିଟି ତ୍ୱଚା ସହ କେଶ ପାଇଁ ବେଶ ଉପକାରୀ । ମୁଲତାନୀ ମିଟି ପ୍ୟାକକୁ ଲଗାଇ କେଶ ଧୋଇଲେ କେଶ ସିଧା ହୋଇଥାଏ ।

ଗୋଟିଏ ପାଚିଲା କଦଳୀ ଏବଂ ଗୋଟିଏ ଟେବୁଲସ୍ପୁନ ମହୁ ନେଇ ଏ ପ୍ୟାକ ପ୍ରସ୍ତୁୁତ କରନ୍ତୁ । କେଶରେ ଏବଂ ସ୍କାଲ୍ପରେ ମଧ୍ୟ ଏହି ପ୍ୟାକକୁ ଲଗାନ୍ତୁ । ଅଧଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ ।