କନକ ବ୍ୟୁରୋ: ଶାନ୍ତି ପାଇଁ ସହମତି । ଦୁଇ ଦେଶର ସୀୂମାରେ ଶାନ୍ତି ଫେରାଇ ଆଣିବାକୁ ଭାରତ-ଚୀନ ମଧ୍ୟରେ ସହମତି ପ୍ରକାଶ । ସୀମାର ସାଙ୍ଘାତିକ ସ୍ଥିତି ନେଇ ଦୁଇ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା । ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ କଥାହେଲେ ଏସ. ଜୟଶଙ୍କର । ଫୋନ ଯୋଗେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ୨ ଦେଶର ବିଦେଶ ମନ୍ତ୍ରୀ । ତେବେ ବୁଝାମଣା ବଜାୟ ରଖିବା ଉପରେ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ସହମତି ।
ତେବେ କଥାବାର୍ତ୍ତା ବେଳେ ଭାରତୀୟ ସୈନିକ ଆକ୍ରମଣ କରିଥିବା ନେଇ ଚୀନ ଅଭିଯୋଗ ବାଢିଲା । ଭାରତୀୟ ସୈନିକ ବୁଝାମଣାକୁ ଉଲ୍ଲଙ୍ଘନ କରିଛନ୍ତି ବୋଲି ଚୀନ ବୈଦେଶିକ ମନ୍ତ୍ରୀ କହିଥିବା ସୂଚନା ମିଳିଛି । ସେପଟେ କିଛି ସମୟ ପୂର୍ବରୁ ଭାରତ-ଚୀନ ପ୍ରସଙ୍ଗରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା ଆରମ୍ଭ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/7-13.jpg)