୧ ଲକ୍ଷ ଟଙ୍କାର ଡିଲ୍ ତିଆରି କରିବ ୧ କୋଟି ଚାକିରୀ । ଫ୍ଲିପକାର୍ଟ-ୱାଲମାର୍ଟ ଡିଲ ପରେ ବଡ ନିଯୁକ୍ତି ସୁଯୋଗ

25

ୱାଲମାର୍ଟ ଫ୍ଲିପକାର୍ଟକୁ କିଣି ନେଲା ପରେ ଏହି ଡିଲକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ଏହାମଧ୍ୟରେ ୱାଲମାର୍ଟର ସିଇଓ ଡଗ ମ୍ୟାକମିଲନ କହିଛନ୍ତି ଯେ ୧କୋଟିରୁ ଉଦ୍ଧ୍ୱର୍ ଲୋକଙ୍କୁ ଏଥିରେ ଚାକିରୀ ପାଇଁ ସୁଯୋଗ ମିଳିବ ।

ଫ୍ଲିପକାର୍ଟରେ ଏଭଳି ଅନେକ କିଛି ରହିଛି ଯାହଦ୍ୱାରା ୱାଲମାର୍ଟର ଅନେକ ଫାଇଦା ହେବ ବୋଲି ଫ୍ଲିପକାର୍ଟର ଉପସଂସ୍ଥାପକ ବିନ୍ନି ବଂସଲ କହିଛନ୍ତି । ଫ୍ଲିପକାର୍ଟ ଏବଂ ୱାଲମାର୍ଟ ଦ୍ୱାରା ଜାରି କରାଯାଇଥିବା ସଂଯୁକ୍ତ ବୟାନରେ କୁହାଯାଇଛି ଯେ ଏହି ଡିଲ କାରଣରୁ ଦୁଇ କମ୍ପାନୀକୁ ଅନେକ ଫାଇଦା ମିଳିବ । ଏହାସହ ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ମଧ୍ୟ ଏହା ସହାୟକ ହେବ । ଏହାଦ୍ୱାରା ନୂଆ ପଦବୀ ଉତ୍ପନ୍ନ ହେବ, କୃଷକ ମାନଙ୍କ ପାଇଁ ଆୟ ବୃଦ୍ଧି ହେବା ସହ ମେକ ଇନ ଇଣ୍ଡିଆ ଭଳି ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ପ୍ରଚାରରେ ମଧ୍ୟ ଅନେକ ସାହାଯ୍ୟ ମିଳିବ ।

ୱାଲମାର୍ଟ ଭାରତୀୟ କମ୍ପାନୀ ସହ ମିଶି ଦେଶର ଆର୍ଥିକ ବିକାଶରେ ସହାୟତା କରିବ । କୃଷି, ଭୋଜନ ଏବଂ ରିଟେଲ କ୍ଷେତ୍ରରେ ବିକାଶ ପାଇଁ କମ୍ପାନୀ ପ୍ରୟାସ କରିବ ବୋଲି କହିଛନ୍ତି । ଭବିଷ୍ୟତରେ କରାଯିବା ନିବେଶ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ସମର୍ଥନ କରି ଦେଶକୁ ଲାଭ ମିଳିବ ।
ଚାକିରୀ ବିଷୟରେ ୱାଲମାର୍ଟ କହିବା ମୁତାବକ କମ୍ପାନୀ ଭାରତରେ ନିଜ ନିବେଶରେ ଚାକିରୀ ସମସ୍ୟା ଦୂର କରିବ ଏବଂ ଫ୍ଲିପକାର୍ଟ ସହ ତାଙ୍କର ବୁଝାମଣାରେ ଦେଶର ଛୋଟ ଉଦ୍ୟୋଗ ଗୁଡିକୁ ମଧ୍ୟ ଅନେକ ଲାଭ ମିଳିବ ।

ଏହାସହ କମ୍ପାନୀ କୋଲ୍ଡ ଷ୍ଟୋରେଜରେ ପୁଞ୍ଜି ନିବେଶ କରି କୃଷକମାନଙ୍କୁ ମଧ୍ୟ ସହାୟତା ଯୋଗାଇବେ । ବୟାନ ମୁତାବକ, ୱାଲମାର୍ଟ ଭାରତରେ କିରାଣୀ ଦୋକାନ ସହ ଯୋଡି ହୋଇ ତାଙ୍କ ତାଙ୍କ କାମରେ ସୁଧାର ଆଣିବା ସହ ଡିଜିଟାଲ ଲେଣଦେଣରେ ମଧ୍ୟ ସହଯୋଗ କରିବ ।