କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ଶୋଇଥିବା ବେଳେ ଭାଙ୍ଗିଲା ଘର । ବାଲିଆପାଳ ବ୍ଲକ ଖଗଡାପାଳ ଗାଁରେ ଏହି ଅଘଟଣ ଘଟିଛି । ଘରର କାନ୍ଥ ପଡି ଜଣଙ୍କ ମୃତ୍ୟୁ । ସେହିପରି ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ୨ ଗୁରୁତରଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Advertisment

ସେପଟେ ଶୋଇଥିବା ବେଳେ ଅଘଟଣ । ଘରକାନ୍ଥ ପଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । କେନ୍ଦୁଝର ମହାଦେଇଯୋଡ଼ା ପଞ୍ଚାୟତ ଟିପରପଡ଼ା ଗାଁର ବେହେରା ସାହିରେ ଅଘଟଣା । ବିଳମ୍ବିତ ରାତିରେ ହୋଇଥିବା ଲଗାଣ ବର୍ଷାରେ ମାଟି ଘରକାନ୍ଥ ପଡ଼ିଯିବାରୁ ଘର ଭିତରେ ଶୋଇଥିବା ଦୂତିକା ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ କୁଲ୍ଲିଆ ବେହେରା ଗୁରୁତର ହୋଇଛନ୍ତି ।

ସେହିପରି ରାଇରଙ୍ଗପୁରରେ କାନ୍ଥ ପଡିବା ଫଳରେ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି । ବାପା- ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଶୋଇ ଥାନା ଭୟବେଡା ଗାଁରେ ଏହି ଅଘଟଣ ଘଟିଛି ।