ବାଜିଲା ଖବର…ହଟିବ ଚିତ୍ର : ସିଟି ଇଞ୍ଜିନିୟରଙ୍କୁ ଚିତ୍ର ହଟାଇବାକୁ ବିଏମସି କମିଶନରଙ୍କ ନିର୍ଦ୍ଦେଶ

675

କନକ ବ୍ୟୁରୋ : ବାଜିଲା ଖବର…ହଟିବ ଚିତ୍ର । ଭୁବନେଶ୍ୱର ନୟାପଲ୍ଲୀ ରାସ୍ତାକଡ କାନ୍ଥରେ ଅଶ୍ଳୀଳ ଚିତ୍ର ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇପଡିଛି ବିଏମସି । କମିଶନର ସଂଜୟ ସିଂହ କହିଛନ୍ତି, ତୁରନ୍ତ କାନ୍ଥ ବାଡରୁ ଏହି ଚିତ୍ର ସବୁ ହଟାଇ ଦିଆଯିବ । ଏପରିକି ଏହାର ତଦନ୍ତ ପାଇଁ ସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଏଭଳି ଚିତ୍ର କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ପ୍ରତିଶ୍ରୁତି ଦେଇଛନ୍ତି ।

ସଚେତନତା ନାଁରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ଅସନ୍ତୋଷ ଦେଖାଯାଇଥିଲା । ନୟାପଲ୍ଲୀ ରାସ୍ତା କଡରେ ଥିବା କାନ୍ଥରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ତରଫରୁ ଅଙ୍କା ଯାଇଥିବା ଏହି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କରୋନାକୁ ସ୍ୱାସ୍ଥ୍ୟକର୍ମୀମାନେ କେମିତି ମାତ୍ ଦେଉଛନ୍ତି, ସେ ବିଷୟରେ ଦର୍ଶାଇବାକୁ ଯାଇ ବିଏମସିର ଚିତ୍ରକରମାନେ ଅଶ୍ଳୀଳ ଚିତ୍ର ସବୁ ଆଙ୍କିଛନ୍ତି । ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଏମସିର ଏହି କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।