ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏଚ୍‍ସିଜି ପଣ୍ଡା କ୍ୟାନ୍‍ସର ହସ୍‍ପିଟାଲ କଟକ, ରିଜିଓନାଲ କଲେଜ ଅଫ୍‍ ମ୍ୟାନେଜ୍‍ମେଣ୍ଟ, ଭୁବନେଶ୍ୱର ଏବଂ ପ୍ରତିଭା ଦେବୀ କଳେଜ ଅଫ ନର୍ସିଂ ସହଯୋଗରେ ଏକ ଭବ୍ୟ ‘କ୍ରସ୍‍ ଆଉଟ୍‍ ଟବାକୋ’ ୱାକାଥନ୍‍ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଥିଲା ଏବଂ ଏଥିରେ ଛାତ୍ର ଛାତ୍ରୀ, ଡାକ୍ତର, ହସ୍‍ପିଟାଲକୁ ଆସୁଥିବା ଲୋକଙ୍କ ସମେତ 160ରୁ ଅଧିକ ଅଂଶଗ୍ରହଣକାରୀ ଏହି ମହତ୍‍ ଉଦ୍ଦେଶ୍ୟରେ ସାମିଲ ହୋଇଥିଲେ । ‘କ୍ରସ୍‍ ଆଉଟ ଟବାକୋ’ ୱାକାଥନ୍‍ ଏଚ୍‍ସିଜି ଡେକେୟାର, ଜୟଦେବ ବିହାର, ଭୁବନେଶ୍ୱରରୁ ଆରମ୍ଭ ହୋଇ ଦୀର୍ଘ ୨.୫ କିଲୋମିଟର ଯାଇଥିଲା ଏବଂ ଏହା ତମାଖୁ ସେବନର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟିକରିବା ଏବଂ ବୟସବର୍ଗ ନିର୍ବିଶେଷରେ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ତମାଖୁ-ମୁକ୍ତ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିଲା ।

Advertisment

ସଚେତନତା ସ୍ତରରେ ପୁନଃ ବୃଦ୍ଧି କରିବାକୁ ପ୍ରଫେସର ଡା.କୃପାସିନ୍ଧୁ ପଣ୍ଡା, ମେଡିକାଲ ଡାଇରେକ୍ଟର, ଏଚ୍‍ସିଜି ପଣ୍ଡା କ୍ୟାନ୍‍ସର ହସ୍‍ପିଟାଲଙ୍କ ଏକ ବିବୃତି ରଖିଥିଲେ । ତମାଖୁ ବ୍ୟବହାରର ଭୟାବହ ପରିଣତି ସମ୍ପର୍କରେ ଏହି ଜ୍ଞାନ ଉଦୟକାରୀ ଅଧିବେଶନକୁ ଯୋଗଦେଇଥିବା ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଫେସର ଡା.ପଣ୍ଡାଙ୍କ ବିବୃତି ସକାଳ ୭ଟାରେ ଆରମ୍ଭ ହୋଇଥିଲା ଏବଂ ଏଥିରେ ତମାଖୁ ସମ୍ପର୍କିତ ରୋଗଗୁଡିକର ମାତ୍ରାଧିକ ବୃଦ୍ଧି ଏବଂ ପ୍ରତିଷେଧାତ୍ମକ ପଦକ୍ଷେପସମୂହର ଗୁରୁତ୍ୱ ସମ୍ପର୍କରେ ଏଥିରେ ଅନ୍ତର୍ଦୃଷ୍ଟି ପ୍ରଦାନ କରାଯାଇଥିଲା । ଏହି ସୂଚନାଭିତ୍ତିକ ଅଧିବେଶନ ପରେ ଆନୁଷ୍ଠାନିକ ଭାବରେ ୱାକାଥନ୍‍କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ସମୁଦାୟ ଅଧିବେଶନ କାଳରେ ଅଂଶଗ୍ରହଣକାରୀମାନେ ଏହି ମହତ୍‍ ଉଦ୍ଦେଶ୍ୟ ନିମନ୍ତେ ସେମାନଙ୍କର ମଜଭୁତ ଏକତା ପ୍ରଦର୍ଶନ କରିବା ସହିତ ତମାଖୁ-ମୁକ୍ତ ସମାଜ ନିମନ୍ତେ ବାର୍ତ୍ତା ପ୍ରସାରିତ କରିବାକୁ ଆଗେଇ ଚାଲିଥିଲେ । ଏହି ୱାକାଥନ୍‍ ବିବିଧ ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ସ୍ୱାସ୍ଥ୍ୟସେବାର ଭବିଷ୍ୟତ ପ୍ରତି ଏକତ୍ର ହେବା ସକ୍ରିୟ ଅବଦାନ ରଖିବାକୁ ସୁଯୋଗ ଦେଇଥିଲା ।

ଶ୍ରୀ ପ୍ରତୀକ ଜୈନ, ରିଜିଓନାଲ ବିଜିନେସ୍‍ ହେଡ୍‍, ହେଲ୍‍ଥକେୟାର ଗ୍ଲୋବାଲ ଏଣ୍ଟରପ୍ରାଇଜେସ୍‍ ଲିମିଟେଡ-ଇଷ୍ଟ ଆଣ୍ଡ୍‍ ଏପି କହିଥିଲେ, “ତମାଖୁମୁକ୍ତ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉତ୍ସର୍ଗୀକୃତ ‘କ୍ରସ୍‍ ଆଉଟ୍‍ ଟବାକୋ’ ୱାକାଥନ୍‍ ଆୟୋଜନ କରି ଆମେ ଉଲ୍ଲସିତ ଅନୁଭବ କରୁଛୁ । ତମାଖୁ ସେବନ ଏକ ଭୟାବହ ସ୍ୱାସ୍ଥ୍ୟସମ୍ପର୍କିତ ପ୍ରସଙ୍ଗ ହୋଇଥିବାବେଳେ ଆମର ଲକ୍ଷ୍ୟ ହେଉଛି ଆମର କଲ୍ୟାଣ ଉପରେ ଏହାର ରହିଥିବା ବ୍ୟାପକ ପ୍ରତିକୂଳ ପ୍ରଭାବ ସମ୍ପର୍କରେ ସଚେତନତା ବୃଦ୍ଧି କରିବା । ଏହି ପ୍ରୟାସ ଜରିଆରେ ଆମେ ଏକ ତମାଖୁ-ମୁକ୍ତ ଜୀବନଧାରଣକୁ ଆପଣେଇବା ଏବଂ ସ୍ୱାସ୍ଥ୍ୟକର ଅଭ୍ୟାସ ଲଙ୍କଜ୍ଞର କରିବା ଦିଗରେ ଜନସାଧାରଣଙ୍କୁ ପ୍ରେରିତ କରିବା ଲକ୍ଷ୍ୟ ରଖିଛୁ । ଏହି କାର୍ଯ୍ୟକ୍ରମ ଆୟୋଜନ ସହିତ ଆମେ ଭବିଷ୍ୟତରେ ଧୂମପାନମୁକ୍ତ ଏବଂ ଏଥି ସହିତ ସଂପୃକ୍ତ ଆପଦ ଦୂର କରିବା ଦିଗରେ ଏକ ସ୍ମରଣୀୟ ପଦକ୍ଷେପ ଗ୍ରହଣ କରିଛୁ ।”

ଶ୍ରୀ ଶାନ୍ତନୁ ଦାସ, ଚିଫ୍‍ ଅପରେଟିଂ ଅଫିସରା, ଏଚ୍‍ସିଜି ପଣ୍ଡା କ୍ୟାନ୍‍ସର ହସପିଟାଲ କହିଥିଲେ, “ତମାଖୁ ସେବନ ଦ୍ୱାରା ହେଉଥିବା କର୍କଟ ଏବଂ ଅନ୍ୟାନ୍ୟ କ୍ରନିକ୍‍ ରୋଗଭଳି କ୍ଷତିକାରର ପ୍ରଭାବ ସମ୍ପର୍କରେ ଆମେ ସମସ୍ତେ ଜାଣୁ । ସେଥିପାଇଁ ‘କ୍ରସ୍‍ ଆଉଟ୍‍ ଟବାକୋ’ ୱାକାଥନ୍‍ ପ୍ରୟାସ ଜରିଆରେ ଏକ ତମାଖୁ-ବିହୀନ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଦିଗରେ ଏଚ୍‍ସିଜି ପଣ୍ଡା କ୍ୟାନ୍‍ସର ହସ୍‍ପିଟାଲ ଏହି ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ତମାଖୁ କବଳରୁ ଜନସାଧାରଣ ନିଜକୁ ମୁକ୍ତ କରିବା ଏବଂ ଏକ ସ୍ୱାସ୍ଥ୍ୟକର ଭବିଷ୍ୟତକୁ ଆପଣେଇବା ସକାଶେ ସେମାନଙ୍କୁ ପ୍ରବର୍ତ୍ତାଇବା ଲକ୍ଷ୍ୟ ଆମେ ରଖିଛୁ ।”

ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ପ୍ରଫେସର ଡା.କୃପାସିନ୍ଧୁ ପଣ୍ଡା, ମେଡିକାଲ ଡାଇରେକ୍ଟର, ଏଚ୍‍ସିଜି ପଣ୍ଡା କ୍ୟାନ୍‍ସର ହସପିଟାଲ କହିଥିଲେ, “ମୋର ଲକ୍ଷ୍ୟ ହେଉଛି ଆରୋଗ୍ୟ କରିବା, ପ୍ରଶିକ୍ଷିତ କରିବା ଏବଂ ସଶକ୍ତ କରିବା । ‘କ୍ରସ୍‍ ଆଉଟ ଟବାକୋ’ ୱାକାଥନ୍‍ ଭଳି ପ୍ରୟାସସମୂହ ଜରିଆରେ ତମାଖୁ ସେବନ ନକରିବା ନିମନ୍ତେ ସମାଜରେ ସଚେତନତା ସୃଷ୍ଟିକରିବା ଚିନ୍ତାଧାରା ରଖିଛି । ଏକ ଧୂମପାନ ବିହୀନ ବିଶ୍ୱ ଗଢିତୋଳିବା, ଯେଉଁଠାରେ କଲ୍ୟାଣ ଓ ସୁସ୍ଥତା ରାଜୁତି କରୁଥିବ ଏବଂ ନିରାକରଣ ମୁଖ୍ୟ ସ୍ଥାନ ନେଉଥିବ, ଏହା ମୁଁ କାମନା କରୁଛି ।”

“ଏଚ୍‍ସିଜି ପଣ୍ଡା କ୍ୟାନ୍‍ସର ହସ୍‍ପିଟାଲ କଟକର ‘କ୍ରସ୍‍ ଆଉଟ ଟବାକୋ’ ୱାକାଥନ୍‍ର ଶୁଭାରମ୍ଭ କରି ମୁଁ ବାସ୍ତବରେ ଗୌରବାନ୍ୱିତ ମନେକରୁଛି । ଏକ ଧୂମପାନ ବିହୀନ ଜୀବନଶୈଳୀକୁ ଉତ୍ସାହିତ କରିବା ଏବଂ ଆମ ସ୍ୱାସ୍ଥ୍ୟ ଉପରେ ତମାଖୁ ସେବନର କ୍ଷତିକାରକ ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟିକରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଏଚ୍‍ସିଜି ପଣ୍ଡା କ୍ୟାନ୍‍ସର ହସ୍‍ପିଟାଲର ପ୍ରୟାସସମୂହକୁ ମୁଁ ପ୍ରଶଂସା କରୁଛି ଏବଂ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରୁଥିବା ଏହି ମହତ୍‍ ଉଦ୍ଦେଶ୍ୟରେ ପ୍ରତ୍ୟେକ ନାଗରିକ ହାତ ମିଳାଇବାକୁ ମୁଁ ନିବେଦନ କରୁଛି । ଆମେ ସମ୍ମିଳିତ ଭାବରେ କାର୍ଯ୍ୟକଲେ ଏକ ପାର୍ଥକ୍ୟ ଆଣିପାରିବା!” ବୋଲି ଶ୍ରୀମତୀ ସୁଲୋଚନା ଦାସ, ମେୟର, ଭୁବନେଶ୍ୱର ମହାନଗର ନିଗମ କହିଥିଲେ ।

‘କ୍ରସ୍‍ ଆଉଟ ଟବାକୋ’ ୱାକାଥନ୍‍ ଜନସାଧାରଣଙ୍କୁ ପ୍ରଶିକ୍ଷିତ ଓ ସଶକ୍ତ କରିବା ନିମନ୍ତେ ଏକ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା ଏବଂ ତମାଖୁ ବ୍ୟବହାର ନେଇ ଏକ ସକାରାତ୍ମକ ଆଚରଣଗତ ପରିବର୍ତ୍ତନ ଆଣିବା ନିମନ୍ତେ ଲକ୍ଷ୍ୟ ରଖିଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷ, ଛାତ୍ର ଛାତ୍ରୀ ଏବଂ ନାଗରିକମାନଙ୍କୁ ଏକତ୍ର କରି ଏହି କାର୍ଯ୍ୟକ୍ରମ ତମାଖୁ ସମ୍ପର୍କିତ ସ୍ୱାସ୍ଥ୍ୟଗତ ବିପଦ ବିରୁଦ୍ଧରେ ଲଢେଇ ନିମନ୍ତେ ସଫଳତାର ସହିତ ଏକ ସମ୍ମିଳିତ ପରିବେଶକୁ ପ୍ରୋତ୍ସାହିତ କରିଥିଲା ।