କନକ ବ୍ୟୁରୋ: ନୀଳାଦ୍ରିବିହାର ସ୍ଥିତ ଉତ୍କଳ ସୁପର ସ୍ପେଶାଲିଟି ହସ୍ପିଟାଲ, କ୍ରିୟା ଫାଉଣ୍ଡେସନ୍ ଓ ବିଶ୍ୱାସ ନର୍ସିଙ୍ଗ କଲେଜ୍ ସହଯୋଗରେ ସ୍ତନ କର୍କଟ ସଚେତନତା ପାଇଁ ଏକ ୱାକାଥନ୍ ଅନୁଷ୍ଠିିତ ହୋଇଯାଇଛି ।

Advertisment

ହସ୍ପିଟାଲର ଡାଇରେକ୍ଟର ଅଫ୍ ମେଡିକାଲ ସର୍ଭିସେସ୍ ଏବଂ ଡାଇରେକ୍ଟର ଅଫ୍ ଆଙ୍କୋଲୋଜି ଡା. ରଞ୍ଜନ କୁମାର ମହାପାତ୍ର ୱାକଥନକୁ ଉଦଘାଟନ କରିଥିଲେ । ଏହି ୱାକାଥନ୍ ଉତ୍କଳ ହସ୍ପିଟାଲଠାରୁ ଆରମ୍ଭ ହୋଇ ଶୈଳଶ୍ରୀବିହାର , ଇଫକୋ ଛକ, ନୀଳାଦ୍ରିବିହାର ବୁଦ୍ଧ ପାର୍କ ଦେଇ ଉକ୍ରଳ ହସ୍ପିଟାଲଠାରେ ଶେଷ ହୋଇଥିଲା । ଏଥିରେ ବିଶ୍ୱାସ ନର୍ସିଂ ହୋମ କଲେଜର ଛାତ୍ରଛାତ୍ରୀ , କ୍ରିୟା ଫାଉଣ୍ଡେସନ୍ ଓ ହସ୍ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଚାରୀମାନେ ଯୋଗ ଦେଇଥିଲେ ।

 ଏହି ଅବସରରେ ଡା ମହାପାତ୍ର , ଡା.ରଞ୍ଜନ କୁମାର ମହାନ୍ତି, , ଡା. ଦିଲ୍ଲିପ କୁମାର କର ପ୍ରମୁଖ ସ୍ତନ କର୍କଟର କାରଣ  , ଭୟାବହତା ଓ ଏହାର ନିରାକରଣ ଉପରେ ଆଲୋଚନା କରି ସଚେତନ କରାଇଥିଲେ । କ୍ରିୟା ପାଉଣ୍ଡେସନର ପ୍ରତିଷ୍ଠାତା ସିଇଓ ଲିଲି ଜେନାମଣି, ମିନତୀ ସାଦ ଏହି ଅବସରେ ଉପସ୍ଥିତ ରହି ସମ୍ବୋଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଡା. ସତ୍ୟବ୍ରତ ଦାସ, ଡ. ଶେଖ ଅଲ୍ଲି, ଡା. ଆର୍ଯ୍ୟ କୁମାର, ଉତ୍କଳ ହସ୍ପିଟାଲର ସିଇଓ ଡା. ଆଲୋକଙ୍କ ସହ ହସ୍ପିଟାଲର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।