କନକ ବ୍ୟୁରୋ : ଆମ୍ରି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ପାଇଁ ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା । ଏହାକୁ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ , ଭୁବନେଶ୍ଵର ମେୟର ସୁଲୋଚନା ଦାସ , ବେଦାନ୍ତ ଉଚ୍ଚ କର୍ତ୍ତୃପକ୍ଷ ତପନ କୁମାର ଚାନ୍ଦ ଏବଂ ଆମ୍ରି ହସ୍ପିଟାଲ ଭୁବନେଶ୍ଵରର ୟୁନିଟ୍ ହେଡ୍ ଡାକ୍ତର ରୋହିତ ଯଶୱାଲ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ଜ୍ଝ ଏହି ଅବସରରେ ଆମ୍ରି ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେକେ ପାଢ଼ୀ, ଡାକ୍ତର ଦିବ୍ୟରଞ୍ଜନ ବେହେରା, ଡାକ୍ତର ମହେଶ ଅଗ୍ରୱାଲ, ଡାକ୍ତର ବିଶ୍ଵଜିତ୍ ମହାପାତ୍ର, ଓ ଡାକ୍ତର ପ୍ରଦୀପ କୁମାର ଦାଶଙ୍କ ସମେତ ଅମ୍ରି ହସ୍ପିଟାଲର ବରିଷ୍ଠ କତ୍ତୃପକ୍ଷ ଉପସ୍ଥିତ ଥିଲେ। ସାଧାରଣ ଲୋକଙ୍କୁ ହୃଦୟ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି ଚଳିତ ବର୍ଷର ଥିମ୍ ରହିଛି Use Heart, Know Heart.
ଏଥିରେ ୩୦୦ରୁ ଅଧିକ ସାଧାରଣ ଜନତା, ଅମ୍ରି ହସ୍ପିଟାଲର ଡାକ୍ତର ନର୍ସ ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ। ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ। । ଆମ ହୃଦୟକୁ କିଭଳି ସୁସ୍ଥ ଓ ନିରୋଗ ରଖିହେବ ସେ ସମ୍ପର୍କରେ ସଚେତନା ସୃଷ୍ଟି କରିବା ପାଇଁ ସମସ୍ତେ ବିଭିନ୍ନ ପ୍ଲାଗକାର୍ଡ ଧରି ୱାକଥନରେ ଭାଗ ନେଇଥିଲେ। ଆମ ହୃଦୟକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଧୂମପାନ , ମଦ୍ୟପାନ ଠାରୁ ଦୂରେଇ ରହିବା ସହିତ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବାକୁ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପରାମର୍ଶ ଦେଇଥିବା ବେଳେ ଆମର ଖାଦ୍ୟପେୟ ଓ ଜୀବନଣୈଳୀ ହୃଦୟକୁ ସୁସ୍ଥ ରଖିବାକୁ ସାହାଯ୍ୟ କରିଥାଏ ବୋଲି ମେୟର ସୁଲୋଚନା ଦାସ କହିଥିଲେ । ସେହିଭଳି ତପନ କୁମାର ଚାନ୍ଦ ନିୟମିତ ହାର୍ଟ ଚେକଅପ୍ ଉପରେ ଗୁରୁତ୍ଵ ଦେଇଥିବା ବେଳେ ଆମ୍ରି ହସ୍ପିଟାଲ ଭୁବନେଶ୍ଵରର ୟୁନିଟର ହେଡ୍ ଡାକ୍ତର ରୋହିତ ଯଶୱାଲ ଆମ୍ରି ହସ୍ପିଟାଲରେ ବିଭିନ୍ନ ପ୍ରକାର ହୃଦରୋଗ ପାଇଁ ଉପଲବ୍ଧ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଥିଲେ ଜ୍ଝ ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ତେବେ ଉଚିତ ଖାଦ୍ୟ, ପାନୀୟ ଗ୍ରହଣ କଲେ, ବ୍ୟାୟାମ କଲେ, ଧୂମପାନ ବର୍ଜନ କଲେହାର୍ଟ ସୁସ୍ଥ ରହିଥାଏ। ନହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟା ଭିତରୁ ହୃଦଘାତ ଗୋଟିଏ। ଏହା ଅତି ମାରାତ୍ମକ। ପୁଷ୍ଟିକର ଖାଦ୍ୟର ଅଭାବ, ପ୍ରଦୂଷିତ ପରିବେଶ, ଜୀବନଶୈଳୀ ଏହାର ମୁଖ୍ୟ କାରଣ। ଉଚ୍ଚ ରକ୍ତଚାପ, ମଧୁମେହ, ମେଦବହୁଳତା ଆଦି ମଧ୍ୟ ବିଭିନ୍ନ ହୃଦରୋଗକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ। ତେଣୁ ସମସ୍ତଙ୍କୁ ଏସବୁ ସମ୍ପର୍କରେ ସଚେତନ କରାଇବା ‘ବିଶ୍ୱ ହୃଦୟ ଦିବସ’ର ଲକ୍ଷ୍ୟ।