ମାତ୍ର ୪୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିବା ପ୍ରସିଦ୍ଧ ଗାୟକ ୱାଜିଦ୍ ଖାନଙ୍କୁ ଝୁରୁଛି ବଲିଉଡ୍ । ବିଗ୍ ବିଙ୍କ ଠାରୁ ଆରମ୍ଭ କରି ଅନେକ ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ ଟ୍ୱିଟ୍ କରି ଶୋକ ଜଣାଇଛନ୍ତି । ଏଭଳି ସମୟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ୱାଜିଦ୍ ଭାଇ ସାଜିଦଙ୍କ ପାଇଁ ସଲମାନଙ୍କ ‘ଦବଙ୍ଗ’ ଗୀତ ଗାଉଥିବାର ନଜର ଆସୁଛନ୍ତି । ଶରୀରରେ ପୀଡ଼ା ମୁହଁରେ ହସ ରଖି ସେ ହୁଡ୍ ହୁଡ୍ ଦବଙ୍ଗ ଗୀତ ଗାଉଛନ୍ତି ।
View this post on InstagramA heart breaking old video of #wajidkhan . This is not a recent video. #rip
କିଡନୀ ରୋଗରେ ପୀଡିତ ଥିବା ୱାଜିଦ୍ ଚେମ୍ବୁରର ସୁରାନା ସୋତିୟା ହସ୍ପିଟାଲରେ ପାଖାପାଖି ୨ ମାସ ଧରି ଚିକିତ୍ସିତ ହେଉଥିଲେ । ତାଙ୍କ ମେଡିକାଲ୍ ରିପୋର୍ଟରେ ସେ ସପ୍ତାହେ ଧରି କରୋନା ଭୂତାଣୁରେ ଆକ୍ରାନ୍ତ ଥିବାର ମଧ୍ୟ ଜଣାପଡିଥିଲା । ଆପଣଙ୍କୁ କହିରଖୁଛୁ ଯେ ବଲିଉଡରେ ସାଜିଦ୍ – ୱାଜିଦ୍ ଯୋଡି ଖୁବ୍ ପ୍ରସିଦ୍ଧ । ଦୁହେଁ ୧୯୯୮ ରେ ସଲମାନ୍୍ ଖାନଙ୍କ ଅଭିନିତ ସିନେମା “ପ୍ୟାର୍ କିୟା ତୋ ଡରନା କ୍ୟା” ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/xxxxxxxx.jpg)