କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରେ ବିଜେଡିର ଦୁଇ ପ୍ରମୁଖ ନେତା ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେପି ନେତାମାନେ ଦିଲ୍ଲୀରେ ଥିବାବେଳେ ଦୁଇ ପ୍ରମୁଖ ବିଜେଡି ନେତାଙ୍କ ଦିଲ୍ଲୀ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦିଲ୍ଲୀରେ ଦୁଇଦିନ ଧରି କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ବିଜେପି ନେତାଙ୍କ ଘନ ଘନ ବୈଠକ ଜାରି ରହିଛି । ତେବେ ଆଜି ଏହାକୁ ନେଇ କୌଣସି ନିର୍ଯାସ ଆସିବାର ସମ୍ଭାବନା ରହିଛି ।

Advertisment

ଅନ୍ୟପଟେ ମେଣ୍ଟ ପାଇଁ ବାଟ ଖୋଜିବାକୁ ଚାଲିଛି ବୈଠକ । ସୂଚନା ଅନୁସାରେ, ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଦିଲ୍ଲୀ ବାସଭବନରେ ବୈଠକ ହୋଇଛି । ମେଣ୍ଟର ରୂପରେଖ କଣ ହେବ ସେନେଇ ଆଲୋଚନା କରାଯାଇଛି । ଏପରିକି ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବାକୁ ନିର୍ଦ୍ଦେଶ ରହିଛି ।