ଶନି-ରବି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପ୍ରସଙ୍ଗ : କ’ଣ ରହିବ ନୂଆ ଏସଓପି?

72

କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁଯାୟୀ ଆଜି ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ସକାଳୁ ସକାଳୁ ଅଗ୍ନିଶମ କର୍ମଚାରୀମାନେ ଆଜି ମନ୍ଦିର ବାହାର ଓ ଭିତର ସାନିଟାଇଜ୍ କରିଛନ୍ତି । ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ଥିବାରୁ ଆଜି ସାନିଟାଇଜ୍ କରାଯାଉଛି । ଆସନ୍ତାକାଲି ପୁଣି କୋଭିଡ୍ ଗାଇଡଲାଇନ ଓ ଏସଓପି ଅନୁଯାୟୀ ସାଧାରଣ ଦର୍ଶନ ହେବ ।
କୋଭିଡ ଟିକାର ଦୁଇଟି ଡୋଜ୍ କିମ୍ବା ୯୬ ଘଂଟା ଭିତରର ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ରହିଛି । ସରକାରଙ୍କ ସେପ୍ଟେମ୍ବର ମାସର କୋଭିଡ୍ ଗାଇଡଲାଇନ ଅନୁଯାୟୀ ପୁରୀରେ ଶନିବାର ଓ ରବିବାର ସଟଡାଉନ ହଟିଥିଲେ ବି ଶ୍ରୀମନ୍ଦିରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିର ପ୍ରଶାସନର ନୂଆ ଏସଓପି ନଆସିବା ପର୍ଯ୍ୟନ୍ତ ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ଛତିଶାନିଯୋଗ ବୈଠକରେ ନୂଆ ଏସପିଓ ଆସିଲେ ଆଗକୁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହିବ କି ନାହିଁ ସ୍ପଷ୍ଟ ହେବ ।