ଅଭିନେତ୍ରୀ ୱାହିଦା ରେହମାନଙ୍କୁ ସର୍ବୋଚ୍ଚ ଫିଲ୍ମ ସମ୍ମାନ ‘ଦାଦା ସାହେବ ଫାଲକେ ପୁରସ୍କାର’ । ଘୋଷଣା କଲେ ମନ୍ତ୍ରୀ ଅନୁରାଗ ଠାକୁର ।

140

କନକ ବ୍ୟୁରୋ: ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମିଳିବ ସର୍ବୋଚ୍ଚ ଫିଲ୍ମ ସମ୍ମାନ ‘ଦାଦା ସାହେବ ଫାଲକେ ପୁରସ୍କାର’ । ଘୋଷଣା କଲେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।

ଗାଇଡ୍, ପ୍ୟାସା, କାଗଜ୍ କି ଫୁଲ୍, ଚୌଦବି କା ଚାନ୍ଦରେ ୱାହିଦାଙ୍କ ଅଭିନୟ ଦର୍ଶକଙ୍କୁ ବିସ୍ମିତ କରିଥିଲା । ଏନେଇ ଟ୍ୱିଟରରେ ୱାହିଦାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନୁରାଗ ଠାକୁର ଲେଖିଛନ୍ତି ଯେ, ଗତ ୫ ଦଶନ୍ଧି ଧରି ୱାହିଦା ତାଙ୍କର ଚମତ୍କାର ଅଭିନୟର ଯାଦୁକରୀରେ ସମସ୍ତଙ୍କ ହୃଦୟକୁ ଜିତିନେଇଛନ୍ତି । ପୂର୍ବରୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିବା ୱାହିଦାଙ୍କୁ ସର୍ବୋଚ୍ଚ ଫିଲ୍ମ ସମ୍ମାନ ମିଳିବା ଜଣେ ନାରୀର ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଏକାଗ୍ରତାକୁ ପ୍ରତିପାତିତ କରୁଛି ବୋଲି କହିଛନ୍ତି ଅନୁରାଗ ଠାକୁର ।