ଜୁନ୍ ମାସରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ୱାଗନର୍ ଗ୍ରୁପ ଲିଡର ୟେଭେଗେନି ପ୍ରିଗୋଜିନଙ୍କର ବୁଧବାର ବିଳମ୍ବିତ ରାତିରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଇଛି ବୋଲି ରୁଷର ନ୍ଯୁଜ ଏଜେନ୍ସି ଟାସ ସୂତ୍ରରୁ ପ୍ରକାଶ ପାଇଛି । ସେ ବେସରକାରୀ ସେନା ୱାଗନର୍ ଗ୍ରୁପର ମୁଖ୍ୟ ଥିଲେ । ଏହି ଦୁର୍ଘଟଣାରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ମସ୍କୋର ଉତ୍ତର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ରୁଷର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କେବଳ କହିଛି ଯେ ଯାତ୍ରୀ ତାଲିକାରେ ପ୍ରିଗୋଜିନ୍ ନାମ ରହିଛି ଏବଂ ସମସ୍ତ ଯାତ୍ରୀ ମୃତ୍ଯୁବରଣ କରିଛନ୍ତି । ଏହି ବିମାନ ମସ୍କୋରୁ ସେଣ୍ଟ ପିଟର୍ସବର୍ଗକୁ ଯାଉଥିଲା। ପ୍ରିଗୋଜିନ୍ ଙ୍କ ବ୍ୟତୀତ ଘରୋଇ ସେନାର ସହ-ପ୍ରତିଷ୍ଠାତା ତଥା ରୁଷର ପୂର୍ବତନ ସ୍ୱତନ୍ତ୍ର ବାହିନୀର କମାଣ୍ଡର ଦିମିତ୍ରୀ ଉଟ୍କିନ୍ ମଧ୍ୟ ବିମାନରେ ଥିଲେ। ଏହି ବିମାନରେ ୱାଗନ ଗ୍ରୁପର ଅନ୍ୟ ଅଧିକାରୀମାନେ ମଧ୍ୟ ଯାତ୍ରା କରୁଥିଲେ।ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେପ୍ରିଗୋଜିନ୍ ଜୁନ୍ ମାସରେ ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଏବଂ ଏହା ପରେ ସେ ବେଲାରୁଷ ଚାଲି ଯାଇଥିଲେ। ତେବେ ସେ କେବେ ଏବଂ କିପରି ରୁଷରେ ପହଞ୍ଚିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ରୁଷର ଜଣେ ଅଧିକାରୀ ସ୍କାଏ ନ୍ୟୁଜକୁ କହିଛନ୍ତି - ଆମେ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛୁ। ଦୁଇ ଦିନ ପୂର୍ବେ ପ୍ରିଗୋଜିନ୍ ଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us