କନକ ବ୍ୟୁରୋ: କରୋନା ପାଇଁ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ କଲା ପ୍ରଶାସନ । ଚଳିତ ବର୍ଷ କରୋନା କାରଣରୁ ଏହାକୁ ବନ୍ଦ କରାଯାଇଛି । ମେଳା ମହୋତ୍ସବ ବନ୍ଦ ଥିବା ବେଳେ କେବଳ ସୀମିତ ସଂଖ୍ୟ ଭକ୍ତ ଠାକୁର ଦର୍ଶନ କରି ଗୁପ୍ତ ଗଙ୍ଗାର ଜଳ ସିଂଚନ କରି ପୂଣ୍ୟ ଅର୍ଜନ କରିଛନ୍ତି । ମନ୍ଦିରରେ ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବଜୀଉଙ୍କ ପୂଜାର୍ଚ୍ଚନା ଚାଲିଛି । ଗୋଟିଏ ମନ୍ଦିରରେ ଗୁରୁ ଓ ଉପାସକଙ୍କୁ ଏକତ୍ର ପୂଜା କରିବାର ଇଏ ହେଉଛି ନିଆରା ପରମ୍ପରା । ତେବେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଏହି ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠ ଏଥର ଖାଁ ଖାଁ ଲାଗୁଛି । ପୌର ପରିଷଦ ପକ୍ଷରୁ ବିଗତ ୧୫ ବର୍ଷ ହେଲା ଆୟୋଜିତ ହୋଇଆସୁଥିବା ବ୍ୟାସ ସରୋବର ମହୋତ୍ସବ । କରୋନା ଯୋଗୁଁ ତାହା ଏଥର ଫିକା ପଡ଼ିଛି ।
ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ କଲା ପ୍ରଶାସନ । କେବଳ ପୀଠରେ ପାଳନ ହେବ ରୀତିନୀତି । ଦୋକାନ, ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ।
/kanak/media/post_attachments/wp-content/uploads/2021/02/8-28.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)